Videos
|
Odisha

Cyclone Alert Odisha / ଆଜି ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗର ଆକଳନ…କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

Ritu Das
Browse all articles by Ritu Das
·1 hour ago·2 min read
ଆଜି ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗର ଆକଳନ…କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା
India

Key Points

ଅଧିକ ଘନୀଭୂତ ହୋଇ ଗଭୀର ଅବପ୍ରାତରେ ପରିଣତ ହୋଇଛି ଅବପାତ
ଆଜି ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗର ଆକଳନ
ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ଆଶଙ୍କାନୀ
ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପ୍ରାତ ଅଧିକ ଘନୀଭୂତ ହୋଇ ଗଭୀର ଅବପ୍ରାତରେ ପରିଣତ ହୋଇଛି। ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଏହା ଶ୍ରୀ ବିଜୟ ପୁରମ୍ ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ପ୍ରାୟ ୫୨୦ କିମି, ବିଶାଖାପାଟଣା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୩୦ କିମି, କାକିନାଡ଼ା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୮୨୦ କିମି, ଆନ୍ଧ୍ରପ୍ରଦେଶର ମଛଲିପାଟଣମ୍ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୨୦ କିମି ଏବଂ ବାପାଟଲା ଠାରୁ ପୂର୍ବ ଦିଗରେ ୯୯୦ କିମି ଦୂରରେ ଅବସ୍ଥିତ ଥିଲା।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ଆଜି ବାତ୍ୟାର ରୂପ ନେବ ଏବଂ ୨୭ ତାରିଖ ସକାଳ ବେଳକୁ ଏହା ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଅତି ଭୀଷଣ ବାତ୍ୟା ଭାବରେ ଆନ୍ଧ୍ରପ୍ରଦେଶର ବାପଟ୍‌ଲା ଏବଂ ବିଶାଖାପାଟ୍ଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିପାରେ। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ 'ଅରେଞ୍ଜ୍ ଆର୍ଲର୍ଟ' ଜାରି କରାଯାଇଛି।

ସେପଟେ ବାତ୍ୟାକୁ ନେଇ ଓଡ଼ିଶା ସରକାର ଆଲର୍ଟରେ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀମାନଙ୍କ ଛୁଟି ବାତିଲ୍ କରିବା ସହ ମନ୍ତ୍ରୀଙ୍କୁ ସରକାର ଦେଇଛନ୍ତି ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ଵ ।

୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବା ସମ୍ଭାବନା ଥିବା ୮ଟି ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ମାନେ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଦିଆ ଯାଇଥିବା ଜିଲ୍ଲାରେ ରହି ସ୍ଥିତି ଉପରେ ନଜର ରଖିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ?
କୋରାପୁଟ ଜିଲ୍ଲା ଦାୟିତ୍ଵରେ କେ.ଭି ସିଂହଦେଓ ଥିବା ବେଳେ ରାୟଗଡ଼ା ଜିଲ୍ଲା ଦାୟିତ୍ଵ ପ୍ରଭାତୀ ପରିଡ଼ାଙ୍କୁ ଦିଆ ଯାଇଛି । ସେହିଭଳି କନ୍ଧମାଳ- ରବିନାରାୟଣ ନାଏକ, ଗଞ୍ଜାମ- ବିଭୁତି ଭୂଷଣ ଜେନା, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି- ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି- ମୁକେଶ ମହାଲିଙ୍ଗ, ଗଜପତି ଜିଲ୍ଲା ଦାୟିତ୍ଵ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦିଆଯାଇଛି ।

୫ ଜିଲ୍ଲା ଦାୟିତ୍ଵରେ IAS
ବାତ୍ୟା ସୁପରିଚାଳନା ପାଇଁ ୫ IAS ଅଧିକାରୀଙ୍କୁ ୫ଟି ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାୟଗଡ଼ା ଜିଲ୍ଲା ଦାୟିତ୍ଵରେ ଥିବାବେଳେ ଡକ୍ଟର ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି, ଡକ୍ଟର ୟେଦୁଲା ବିଜୟଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ଵ ଦିଆଯାଇଛି । ନବରଙ୍ଗପୁର ଜିଲ୍ଲା ଦାୟିତ୍ଵରେ ଅଛନ୍ତି ଡକ୍ଟର ମହେଶ୍ଵର ସ୍ଵାଇଁ ।