Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

କମ୍ ବୟସର ପିଲାଙ୍କୁ କାହିଁକି ହେଉଛି ହାର୍ଟ ଆଟାକ୍ ?

Arpita Mohanty
Browse all articles by Arpita Mohanty
·2 years ago·1 min read
କମ୍ ବୟସର ପିଲାଙ୍କୁ କାହିଁକି ହେଉଛି ହାର୍ଟ ଆଟାକ୍ ?

Key Points

  • ଦ୍ରୃତ ଗତିରେ ବଢ଼ୁଛି ହାର୍ଟ ଆଟାକ୍
  • ଟାର୍ଗେଟରେ ଯୁବପିଢ଼ି ଏବଂ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ 

ଅର୍ଗସ ବ୍ୟୁରୋ : ଆଜିକାଲି ୨୦ରୁ ୩୦ ବର୍ଷ ଭିତରେ ଅନେକ ଲୋକ ହାର୍ଟ ଆଟାର୍କର ଶିକାର ହେଉଛନ୍ତି। ବୟସ୍କ ଲୋକଙ୍କଠୁ ଅଧିକ କମ୍ ବୟସର ପିଲାଙ୍କୁ ହେଉଛି ହାର୍ଟ ଆଟାର୍କ। କିନ୍ତୁ ଜାଣିଛନ୍ତି କି କାହିଁକି? ଏକ ରିସର୍ଚ୍ଚରୁ ଜଣାପଡିଛି ହୃଦଘାତରେ ମୃତ୍ୟୁବରଣ କରୁଥିବା ପ୍ରତି ୨୦ ଜଣଙ୍କ ମଧ୍ୟରେ ୭ ଜଣ ହେଉଛନ୍ତି ୨୦ ରୁ ୩୦ ବର୍ଷ ମଧ୍ୟରେ। ୨୦୦୦ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ମୃତ୍ୟୁ ହାର ୨% ଲେଖାଏଁ ବଢ଼ୁଥିଲା କିନ୍ତୁ ଚଳିତ ବର୍ଷ ସୁଦ୍ଧା ୪% ବଢ଼ିସାରିଲାଣି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର କାରଣ କ'ଣ ?
ହୃଦଘାତ ହେବାର ପ୍ରମୁଖ କାରଣ ହେଉଛି ଉଚ୍ଚ ରକ୍ତଚାପ ଏବଂ ମଧୁମେହ । ଉଚ୍ଚ ରକ୍ତଚାପ ହାର୍ଟର ମାଂସପେଶୀକୁ ମୋଟା କରିଦିଏ ଯାହା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ବଢିଥାଏ ତାସହିତ ଯେତେବେଳେ ରକ୍ତରେ ଥିବା ଶର୍କରା ନିୟନ୍ତ୍ରିତ ହୋଇନଥାଏ ସେବେ ସମସ୍ୟା ସୃଷ୍ଟି ହୋଇଥାଏ । ଡାଇବେଟିସ ରୋଗୀଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ | ଯାହା ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲ ସହ ହୃଦଘାତର ଆଶଙ୍କାକୁ ମଧ୍ୟ ବହୁ ମାତ୍ରାରେ ବଢ଼ାଇଥାଏ ।

ଅନ୍ୟ ଏକ କାରଣ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ୍। ଜଙ୍କଫୁଡ଼ ଖାଇବା ସହିତ ନିଶାଦ୍ରବ୍ୟର ସେବନ ବିଶେଷ କରି ଧୁମ୍ରପାନ। ଯୁବକମାନଙ୍କ କ୍ଷେତ୍ରରେ ହୃଦଘାତ ହେଉଥିବାର ସମସ୍ତ କାରଣରୁ ଧୁମ୍ରପାନ କରିବା ହେଉଛି ଅନ୍ୟତମ କାରଣ । ସିଗାରେଟରେ ଥିବା ନିକୋଟିନ ଏବଂ ଅନ୍ୟାନ୍ୟ ପଦାର୍ଥ ମାନ ହ୍ରୁଦସ୍ପନ୍ଦନକୁ ତ୍ୱରାନ୍ୱିତ କରିଥାଏ ଏବଂ ରକ୍ତଚାପକୁ ବଢ଼ାଇଥାଏ ଯାହାଦ୍ବାରା ହୃଦଘାତ ହେବାର 34% ଅଧିକ ସମ୍ଭାବନା ଥାଏ ।

ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର

Sponsored
heart attack | Argus News