Videos
|
Health & Wellness

ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା, ନିୟନ୍ତ୍ରଣରେ ରହିବ ଆପଣଙ୍କ ରକ୍ତଚାପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା, ନିୟନ୍ତ୍ରଣରେ ରହିବ ଆପଣଙ୍କ ରକ୍ତଚାପ

ଅର୍ଗସ ବ୍ୟୁରୋ:  ଚିନ୍ତା ବଢ଼ାଉଛି କି ଉଚ୍ଚ ରକ୍ତଚାପ। ଧମନୀରେ ରକ୍ତଚାପ ବୃଦ୍ଧି ହେତୁ ମଣିଷ ଉଚ୍ଚ ରକ୍ତଚାପ ଶିକାର ହୋଇଥାଏ। କିପରି ଏହାକୁ ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ। ଆଧୁନିକ ଯୁଗରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗର ମୁଖ୍ୟ କାରଣ ହେଉଛି ଚାପ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ। ପ୍ରତିଦିନ ଟମାଟୋ ରସ ପିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଉଚ୍ଚ ରକ୍ତ ଚାପ କମିବ । ଟମାଟୋରେ ଆଲଫା, ବିଟା, ଲ୍ୟୁଟିନ୍‌ ଏବଂ ଲାଇକୋପିନ୍ କାରୋଟିନଏଡ୍ ଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଅନ୍ୟାନ୍ୟ କାରୋଟିନଏଡ ତୁଳନାରେ ଲାଇକୋପିନ୍‌ରେ ସର୍ବାଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି।  ଟମାଟୋରେ ଭିଟାମିନ୍-ଏ, ସି ଏବଂ ଇ ରହିଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରର ବିଭିନ୍ନ ଅଙ୍ଗକୁ ସୁରୁଖୁରୁରେ କାମ କରିବାରେ ସାହାଯ୍ୟ କରେ। ଏଥିପାଇଁ ନିୟମିତ ଖାଦ୍ୟରେ ଟମାଟୋକୁ ସାମିଲ୍‌ କରିବା ଅତ୍ୟନ୍ତ ଜରୁରୀ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତଚାପରୁ ଆଶ୍ୱସ୍ତି ମିଳିଥାଏ।ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଟମାଟୋ ରସକୁ ପ୍ରତିଦିନ ଲୁଣ ବିନା ଖାଇବା ଉଚିତ୍। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଟମାଟୋ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ଅଟେ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
worried about high blood pressure | Argus News