ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି...

ଅର୍ଗସ ବ୍ୟୁରୋ : କେମିତି କଟିବ ଆଜି ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ଜାଣନ୍ତୁ।
ମେଷ-
କୈାଣସି ସହପାଠୀ ଆପଣଙ୍କର ସାହାର୍ୟ୍ୟ ଆଶା କରିପାରନ୍ତି । ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି । ଶାରୀରିକ ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ । ଘରୋଇ କାର୍ୟ୍ୟ ଯୋଗୁଁ ଥକା ଅନୁଭବ କରିବେ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ୟ୍ୟ କରି ଦେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଠାକୁରଙ୍କ ଚନ୍ଦନକୁ କପାଳରେ ଲଗାନ୍ତୁ
ବୃଷ-
ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ଜ୍ଝ ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଫଟୋକୁ ପୂଜା କରନ୍ତୁ
ମିଥୁନ-
କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ । ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି କ୍ଷ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା କରନ୍ତୁ
କର୍କଟ-
ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବାପା ମା ଙ୍କ ସେବା କରନ୍ତୁ
ସିଂହ-
ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞିତ ଅଭିଳାଷ ପୂରଣ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ପୂଜା କରନ୍ତୁ
କନ୍ୟା-
କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
📱 Get Argus News App
✨ତୁଳା-
ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ଅଧିକାରୀ ମାନଙ୍କ ସହିତ ବିଶେଷ ମାମଲାରେ କଥାବାର୍ତା ହେବେ । କୈାଣସି କଥାକୁ ନେଇ ଆପଣ ଉତ୍ସାହିତ ରହିବେ । ଚାକିରି ବୃର୍ତିରେ ଭଲ ଶୁଭ ଖବର ପାଇବେ । ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଫୁଲ ଦିଅନ୍ତୁ
ବିଛା-
ବାପା , ମାଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ସାଙ୍ଗ ସାଥି ମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରି ପାରନ୍ତି । ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ରାଜନୀତିରେ ଚାପରେ ଗତିକରିବେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ମକର-
କାରବାରରେ ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ
କୁମ୍ଭ-
ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ । ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେବ । ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ । କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଅସାହ୍ୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ
ମୀନ-
ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଗୃହବାହନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ