Videos
|
Horoscope

Today Horoscope / ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ, କାମରେ ମିଳିବ ସଫଳତା ! ଜାଣନ୍ତୁ ଆଜିର ରାଶିଫଳ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ, କାମରେ ମିଳିବ ସଫଳତା ! ଜାଣନ୍ତୁ ଆଜିର ରାଶିଫଳ
Today Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ?
ଜାଣନ୍ତୁ...
ମେଷ

ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ । ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ ସଫଳତା ହାସଲ କରିବେ । ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଅଫିସ୍ ଯିବା ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ

ବୃଷ

ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ । ମନକୁ ସ୍ଥିର କରି ନୂଆ ବ୍ୟବସାୟ ଆରମ୍ଭ କରିବେ । ରାଜନୀତିରେ ପ‌ଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ

ସ୍ବାସ୍ଥ୍ୟରେ ଅବହେଳାଜନିତ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି । ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ ।ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବେନାହିଁ । ପରିବାରରେ ମନକଥା ମନରେ ରଖି ଚଳିବାକୁ ବାଧ୍ୟହେବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

କର୍କଟ

ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ । ଯାନବାହନ କରିବାରେ ଆଗ୍ରହ ବଢିବ । ମହିଳାମାନେ କୌଣସି କଥାରେ ମନରେ ବ୍ୟାକୁଳତା ଅନୁଭବ କରିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ

ପରସ୍ପର ବାକ୍ୟ ବିନିମୟ ସାଙ୍ଗକୁ ବ୍ୟୟାଧିକ୍ୟ କାରଣରୁ ଘରେ ତର୍କ ବିତର୍କର ସୂଚନା ରହିଛି । କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିବେ ।ଧର୍ମକାମରେ ବ୍ୟସ୍ତ ରହି ଘରର ଆବଶ୍ୟକତାକୁ ଅଣଦେଖା କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ

କନ୍ୟା

ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । ବିରୋଧିମାନେ ଆପଣଙ୍କ ପାଖକୁ ଆସିବା ପାଇଁ ଭୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ୍ୟ ସାଧନରେ ବିଳମ୍ବ ଘଟିବ ।
ଶୁଭ ରଙ୍ଗ- ସବୁଜ 
ଶୁଭ ସଂଖ୍ୟା- ୫
ପ୍ରତିକାର- ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ

ତୁଳା

ଅର୍ଥନୈତିକ ଅଭିବୃଦ୍ଧି ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ । ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଭ୍ରମଣ ଓ କଠିନ ଶ୍ରମ ହେତୁକ ସ୍ବାସ୍ଥ୍ୟହାନି ଘଟିପାରେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା

କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳା କୌଶଳ ଶିଖିବାକୁ ସୁଯୋଗ ମିଳିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ

ବିଭିନ୍ନ ପ୍ରତିବନ୍ଧକଜନିତ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ସଦାବେଳେ ପ୍ରିୟ ବ୍ୟକ୍ତିଙ୍କ ଉପରେ ଅଯଥା ବିରକ୍ତ ହେଲେ ନିଜେ କ୍ଷତିରେ ପଡ଼ିବେ । ଖର୍ଚ୍ଚଭାର ବଢ଼ିବା ଯୋଗୁ ଚିନ୍ତାପ୍ରକଟ କରିବେ । କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର୍ର କ୍ଷେତ୍ରରେ ସମସ୍ୟା ସମାଧାନ ଦିଗକୁ ମୁହାଁଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର

କୌଣସି କାର୍ଯ୍ୟର ସମାଧାନ ହୋଇଯିବ । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ । ସୁସ୍ଥ ଅନୁଭବ କରିବେ । ଶିକ୍ଷାର୍ଥୀମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡି ଗାତ ଖାଦ୍ୟ ପକାନ୍ତୁ

କୁମ୍ଭ

ସାଧାରଣ ଘଟଣାକୁ କେନ୍ଦ୍ରକରି ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ କାମ ସମ୍ପାଦନ କରିପାରିବେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଫେରିବାରେ ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ମୀନ

ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ପରିବାରରେ ଅଶାନ୍ତି ଦେଖାଦେବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର- ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ