Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

Santosh Kumar Sahoo
Browse all articles by Santosh Kumar Sahoo
·7 months ago·4 min read
ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
ମେଷ

ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନୀର କାରଣ ଅଛି । କାରବାରରେ ଆପଣଙ୍କର ବହୁତ ଲାଭ ହେବ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବ ।
ଶୁଭ ରଙ୍ଗ - ଲାଲ୍
ଶୁଭ ସଂଖ୍ୟା ୯
ପ୍ରତିକାର – ମହାଦେବଙ୍କୁ କ୍ଷୀରାଭିଷେକ କରନ୍ତୁ

ବୃଷ

ଆପଣଙ୍କର ସବୁ କାମ ସିଦ୍ଧି ହେବ । ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ । ଅଫିସରେ କାମର ବୋଝ ଅଧିକ ହୋଇପାରେ । ଆପଣ କୌଣସି ଖୁସି ଖବର ପାଇବେ । ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ । ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ ।

ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ

ପ୍ରେମ ସମ୍ପର୍କ ଭଲ ରହିବ । ନୂଆ କଳା କୌଶଳ ଶିଖିବାକୁ ସୁଯୋଗ ମିଳିବ । ମନ ଭଲ ରହିବ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଆକସ୍ମିକ ବିପଦ ଦେଖାଦେଇପାରେ । ସତର୍କତା ଅବଲମ୍ବନ ନ କଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ ।

ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ପୂଜା ସହିତ ସହସ୍ର ନାମ ପାଠ କରନ୍ତୁ

କର୍କଟ

ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ । କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ କଲ୍ ଆସିବ । ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ । କ୍ୟାରିୟର ଲାଗି ଦିନଟି ବହୁତ ଭଲ ରହିବ । ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ । ସାଙ୍ଗ ସହିତ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ । ବ୍ୟବସାୟୀଙ୍କୁ ଧନଲାଭ ହେବ ।

ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ

ସାମୟିକ ଶାରିରୀକ ପିଡା ଭୋଗିବାକୁ ପଡିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । କୋର୍ଟରେ ଅପବ୍ୟବହାର ଦେଖାଇବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।

ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା

ଆପଣଙ୍କର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ । ଧନ ମାମଲାରେ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିର୍ଣ୍ଣୟ ନେବେ। ଭାବିଥିବା କାମର ଗତି ମଜଭୁତ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କୁକୁର, କାଉକୁ ଖାଇବାକୁ ଦିଅନ୍ତୁ

ତୁଳା

ବ୍ୟବସାୟରେ ଭାଇଙ୍କ ଠାରୁ ସାହାଯ୍ୟ ସହେଯାଗ ପାଇ ଚିନ୍ତା ମୁକ୍ତ ରହିବେ । ରାଜନୀତିରେ ପଛ କଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କରିପାରନ୍ତି । ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ ।

ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା

ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ସବୁ ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଚାହିଁବେ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଭଲ ରହିବ। ନିଜର କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ମନ ବନାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ

କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାର୍ଯ୍ୟ ପାଇବେ । ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । କୌଣସି ଗୋଟେ ବଡ ପଦବୀ ଯାଇପାରେ । ସବୁ ସମସ୍ୟାକୁ ଦୃଢ ଭାବରେ ମୁକାବିଲା କରିବେ ।

ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ପୂଜା ପାଠ କରନ୍ତୁ

ମକର

କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ।‌ ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥକ ବିଷୟରେ କୌଣସି ଲୋକ ସାହାଯ୍ୟକାରୀ ହେବେ।

ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ

ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ରାଜନୀତିରେ ସହଯୋଗ ମିଳିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୁପକ୍ଷ ଖୁସି ହେବେ ।

ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ

ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନଲାଇନରେ କିଛି ଜିନିଷ ଶିଖିବା ପାଇଁ ମନ ବନାଇବେ। ଆପଣ କୌଣସି ଶୁଭ ଖବର ପାଇବେ । ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ ଠାରୁ ଶୁଭକାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ।

ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Daily Horoscope: How Your Day Will Be Today | Argus News