Horoscope / ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ ଏହି ସବୁ ରାଶି

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ
ବୃଷ-
କର୍ମକ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ନିସ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ । ରାଜନୈତିକ କ୍ଷେତ୍ରରେ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଆଚାର ବ୍ୟବହାର କଥାବାର୍ତାରେ ନିୟନ୍ତ୍ରଣ ନ ରଖିଲେ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ
ମିଥୁନ-
କାର୍ୟ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ପାରିବାରିକ ଚାପର ସମ୍ମୁଖୀନ ହେବାକୁ ପଡିବ । ନୂତନ କାର୍ଯ୍ୟ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ସମ୍ମୁଖକୁ ଆସୁଥିବା ସବୁ ଆହ୍ୱାନର ଦୃଢ ମୁକାବିଲା କରିବେ । ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ । ଛାତ୍ର ଛାତ୍ରୀ ମାନେ ପଢାରେ ମନଯୋଗ ରଖିବା ପାଇଁ ଚେଷ୍ଟା କରିବେ । ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ । ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
ପଢ଼ନ୍ତୁ ଏହି ଖବର: ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ, ଏମାନଙ୍କ ବଢ଼ିବ ଖର୍ଚ୍ଚ
କନ୍ୟା-
ଜୀବନ ସାଥୀଙ୍କ ସହ ଦିନ ଭଳରେ କାଟିବେ ।ନିଜର କ୍ରୋଧ ଉପରେ ନିୟତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସୁନାମ ଅର୍ଜନ କରିବେ । ଭାଇ ଭାଇ ଭିତରେ ଛୋଟ କଥାକୁନେଇ କଳହ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ । ପଇସାପତ୍ରକୁ ନେଇ ଅନର୍ଥ ସୃଷ୍ଟି ହୋଇପାରେ । କଚେରି ମାମଲାର ଆଶୁ ଶୁଣାଣି ହେବ, କିନ୍ତୁ ସନ୍ତୋଷ ପାଇ ପାରିବେ ନାହିଁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କ ର ସାହାର୍ଯ୍ୟ ସହଯୋଗ ମିଳିବ । ନୂଆ ବେପାରରେ ସାମିଲହେବାର ସୁ୍ଯୋଗ ପାଇପାରନ୍ତି । ରାଜନେତାଙ୍କ ଲାଗି ଭଲ ଦିନଟିଏ । ଛାତ୍ର ଛାତ୍ରୀମାନେ ପଢାରେ ମନ ଦେବେ ନାହିଁ । ସମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ୱାରା ଦୂର ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ । ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ । କୈାଣସି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ବ୍ୟୟ ବଢିପାରେ । ନିଜ କାର୍ୟ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ବ୍ୟବସାୟରେ ନାନା ପ୍ରକାର ସୁବିଧା ସୁଯୋଗ ମିଳିବ । ଦୀର୍ଘ ଦୀନରୁ ଲାଗିରହିଥିବା ଚିନ୍ତା କମ୍ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁ ଓ ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ ବିତିବ । ଗାୟକଙ୍କ ଲାଗି ଭଲ ଦିନଟିଏ । ରାଜନୀତିରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ। ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ ନାହିଁ । ପୁରୁଣା ରାଗ ଶୁଝାଇବା ସକାଶେ କେହି ଜଣେ ମିଥ୍ୟା ଅଭିଯୋଗ ଆଣିପାରନ୍ତି। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ ସକାଶେ ମନ ଅସ୍ଥିର ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
📱 Get Argus News App
✨Related Topics
Explore more stories