Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·3 min read
ଆଜିର ରାଶିଫଳ, ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ

Key Points

ଜାଣନ୍ତୁ ଆଜିର ରାଶିଫଳ । ଆଜି ବଦଳିଯିବ ଏହି ରାଶିର ଭାଗ୍ୟ । ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଛି ଧନ ରୋଜଗାର କରିବାର ସୁଯୋଗ ।

ମେଷ

ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ରାଜନେତାଙ୍କ ସାମାଜିକ ସ୍ତର ବଢିବ । କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତାରେ ରହିପାରନ୍ତି ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ବୃଷ

କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ

ସନ୍ତାନମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ଆପଣଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ । ସଙ୍ଗୀତଜ୍ଞଙ୍କୁ ବଡ଼ ସୁଯୋଗ ମିଳିବ କାନୁନ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋଟାମୁଗ କୈାଣସି ଗ୍ରହବିପ୍ରଙ୍କୁ ଦାନ କରନ୍ତୁ

କର୍କଟ

ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇବେ । ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଦିଗ ପ୍ରତି ଗତି କରି ପାରନ୍ତି । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ । ଶିକ୍ଷାର୍ଥୀମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ପୂଜା କରନ୍ତୁ

କନ୍ୟା

ଉଦର ରୋଗରେ ଆକ୍ରାନ୍ତ ହେବେ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ । ଦୂର ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା

ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀମାନେ ନାନା ସମସ୍ୟାରେ ଆଗେଇବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଜମି ବିକ୍ରୟ କରିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର- କୌଣସି ଅସହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ

ବିଛା

ପାରିବାରିକ ଜୀବନ ଦୁଃଖ-ସୁଖ ଲାଗି ରହିବ । ଚାକିରିରେ ସହକର୍ମୀମାନେ ଇର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ

ପେଟ ବ୍ୟଥାରୁ ମୁକ୍ତି ମିଳିବ । ଯେ କୌଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । ବ୍ୟବସାୟରେ ପରିଶ୍ରମ ଅନୁଯାୟୀ ଫଳ ପାଇବ । ରାଜନୈତିକ କ୍ଷେତ୍ରରେ ଟିକିଏ ଜଟିଳ ଆଡକୁ ଗତି କରିବ କିନ୍ତୁ ପରିମାଣ ବିଶେଷ କିଛି ଖରାପ ହେବ ନାହିଁ । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର

କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ସାମାଜିକ ଜୀବନ ଉନ୍ନତତର ରହିବ । ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ

ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈାଭାଗ୍ୟ ପ୍ରଦାନ କରିବ । ବିଦ୍ୟାର୍ଥୀମାନେ କିଛି ସଫଳତା ପାଇପାରନ୍ତି । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ଛୋଟ ବଡ଼ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ଗୃହିଣୀ ମାନେ କର୍ତ୍ତବ୍ୟ ପରାୟଣ ରହିବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ମୀନ

ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ । ପୈତୃକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ପୂଜା କରନ୍ତୁ


Related Topics

Explore more stories

Sponsored
Business Competition Increases for This Zodiac – Today’s Horoscope in Odia | Argus News