Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ରାଶିଫଳ : ଏହି ରାଶି ପାଇଁ ଆସୁଛି ଶୁଭ ଖବର

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ରାଶିଫଳ : ଏହି ରାଶି ପାଇଁ ଆସୁଛି ଶୁଭ ଖବର

ମେଷ-
ଜୀବନରେ ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ  ଉଚ୍ଚବାଚ ଘଟିପାରେ । ସୁଖୀ ଜୀବନ ବିତାଇବେ । ନୂତନ କାମରେ ପ୍ରବେଶ କରିବେ ଓ ସଫଳତା ମଧ୍ୟ ପାଇବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ 
ବୃଷ-
ବ୍ୟବସାୟରୁ ପ୍ରଚୁର ଲାଭ ହେବା ସହ ଧନାଗମ ହେବାର ସମ୍ଭାବନା ରହିଛି । ଦୂର ଭ୍ରମଣ ବ୍ୟର୍ଥ ହୋଇପାରେ । ରାଜନୀତିରେ ବ୍ୟସ୍ତତା ଦୂର ହୋଇଯିବ ।  ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।ନିଷ୍କପଟ ମନୋଭାବ ନେଇ ସେବକ ଶ୍ରେଷ୍ଠ ହେବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ 
ମିଥୁନ-
ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ପ୍ରଶାସନ, ରାଜନୀତି, ସଂଗଠନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଗୁଡିକ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ । କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ରୋଗ ପୀଡା ହେତୁ ଶରୀର କ୍ଷୀଣ ହୋଇପାରେ । ଭ୍ରାତୃ ସହାୟତା ସମୟ ଉପଯୋଗୀ ହେବ । ଦାମ୍ପତ୍ୟ ସୁଖ ମିଳିପାରେ । ସ୍ୱାଧୀନଭାବେ ନିଜ ଗୋଡରେ ଛିଡା ହେବା ପୂର୍ବରୁ ନିର୍ଭରଶୀଳ ହୋଇପାରନ୍ତି । ଭୋଗ ବିଳାସ ପ୍ରିୟ ହୋଇପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ଦାମ୍ପତ୍ୟ ଜୀବନ ଶୁଖପ୍ରଦ ହେବ । ଅତ୍ୟଧିକ  ପରିଶ୍ରମ ବଳରେ ବିଦ୍ୟାଧ୍ୟାୟୀ ହେବେ । ଈଶ୍ୱର ବିଶ୍ୱାସି ହେବେ । ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲିତ ରହିବ । ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିପର୍ବ ଶେଷ ହେବାକୁ ଲାଗିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲା ଓ ସଭାସମିତିରେ ସୁଫଳ ପାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା-
ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ। ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ।    
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –  ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି । ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ ଆଜିର କାମ କରିବାରେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍ ହୋଇଯିବ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ପାରିବାରିକ ଅଶାନ୍ତି ଜନିତ ମାନସିକ ଅସୁସ୍ଥତାକୁ ବଢ଼ାଇଦେଇପାରେ । କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ। ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ
ମକର-
ନୂତନ ବନ୍ଧୁ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ସାକାର କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବହୁ ଦିନରୁ ଅଟକି ରହିଥିବା କାର‌୍ୟ୍ୟଟି ଆକସ୍ମିକ ଭାବରେ ସମାଧାନ ହୋଇଯିବ । ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ଲାଭାଶଂ ବୃଦ୍ଧି ପାଇବ। ଧାତୁ, ଅଳଙ୍କାର କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିପାରନ୍ତି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପାରିବାରିକ ସ୍ତରରେ ଜିଦ୍ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ପରିବହନରେ ଆଗାମୀ କ୍ଷେତ୍ର ସକାଶେ ନିଜକୁ ପ୍ରସ୍ତୁତ କରିପାରନ୍ତି ।ପୂର୍ବ ସମସ୍ୟାର ସମାଧାନ, ଆର୍ଥିକ ଉନ୍ନତି, ପାରିବାରିକ ସୌଖ୍ୟ ଲାଭ ଯୋଗ ରହିଛି। ସମ୍ପର୍କୀୟ ଜଣେ ବନ୍ଧୁ ଘରୋଇ ସମସ୍ୟା ସମାଧାନରେ ସାହାଯ୍ୟର ପ୍ରତିଶ୍ରୁତି ଦେବେ। 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope: Good news is coming for this zodiac sign | Argus News