Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

କେମିତି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ ଆଜିର ରାଶିଫଳ...

Jitendra Dash
Browse all articles by Jitendra Dash
·2 years ago·3 min read
କେମିତି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ ଆଜିର ରାଶିଫଳ...

ଅର୍ଗସ ବ୍ୟୁରୋ : ୦୧. ଗୁରୁବାର, ଆଜିର ଦିନ ଆପଣଙ୍କର କିପରି କଟିବ ତାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କଣ କହୁଛି ଆପଣଙ୍କର ରାଶିଫଳ...
ମେଷ-
ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିପାରନ୍ତି । ବନ୍ଧୁ ମାନଙ୍କ ସହିତ ଭ୍ରମଣ ସୁଯୋଗ ଲାଭ କରିବେ । ପ୍ରିୟ ଜନଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ବୃଷ-
ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ । ବନ୍ଧୁଙ୍କ ସହ ମତଭେଦ ସମାପ୍ତ ହେବ । ଦାନ  ଧର୍ମରେ ନିୟୋଜିତ ହେବେ । ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଅନ୍ୟକୁ ଦେଇଥିବା ଧନ ପାଇ ପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ଭାଗ୍ୟ ଅପେକ୍ଷା କର୍ମ କୁ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ । ଚାକିରୀରେ ଦୁଃଖ ବଢିବ । ମନରେ ଅତୀତ ଘଟଣା ଗୁଡିକ ଭାବାନ୍ତର ସୃଷ୍ଟି କରିବ । ଯାତ୍ରାରୁ ଫେରିବା ବାଟରେ କିଛି ନୂତନ ଜିନିଷ ଆଣିବା ପାଇଁ ମନ ବଳାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । କର୍ମ କ୍ଷେତ୍ରେରେ ପ୍ରିୟ ଜନ ମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ ଓ ସୁଖ, ସମ୍ମାନ ଲାଭ କରିବେ ।  ବ୍ୟବସାୟରେ ରାତା ରାତି ଲାଭବାନ୍ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ବ୍ୟବସାୟରେ ଭଲ ବିକାକିଣା ହେବାରୁ ମନ ଖୁସି ହୋଇଯିବ । ଅନ୍ୟମନସ୍କତା କାରଣରୁ ଭୁଲ୍ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ। ଆକସ୍ମିକ ସମସ୍ୟାରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା-
ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତାପାଇବେ । ଅଫିସ୍ରେ ସହକର୍ମୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର  ପୂଜା, ପାଠ କରନ୍ତୁ 

ତୁଳା-
କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ବ୍ୟବସାୟରେ ଉନ୍ନତି ହେବ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ । ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ,  ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଛା-
ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । କର୍ମ କ୍ଷେତ୍ରରେ  ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛାତ୍ରୀ   ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ଦେଇଥିବା ଟଙ୍କା  ଫେରି ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ । ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
କାମ କାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜି ପାରେ । ମହିଳା ମାନଙ୍କୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବିଦ୍ୟାର୍ଥୀ ମାନେ ପାଠ ପଢାରେ କୃତିତ୍ୱ ଅର୍ଜନ କରିବେ । ଅନ୍ୟମନସ୍କ ହୋଇ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ବ୍ୟବସାୟରେ କମ୍ ପରିଶ୍ରମରେ ସଫଳତା ପାଇପାରନ୍ତି ।  ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।   ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ମଧ୍ୟ ଅନ୍ୟମାନଙ୍କର ସହେଯାଗ ପାଇବେନି ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର 

Sponsored
Horoscope Today: Astrological prediction for February 01, 2024 | Argus News