Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି

Jitendra Dash
Browse all articles by Jitendra Dash
·2 years ago·4 min read
ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି

ଅର୍ଗସ ବ୍ୟୁରୋ : ୨୭.ଶନିବାର : କେମିତି କଟିବ ଆଜିର ଦିନ । କଣ କହୁଛି ଆପଣଙ୍କ ରାଶିଫଳ। ଜାଣନ୍ତୁ କେଉଁ ପାଇଁ କଣ ସତର୍କ ରହିବାକୁ ସୂଚନା ।

ମେଷ-
ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ଜମି କ୍ରୟ କରି ଖୁସି ରହିବେ । ମହିଳା ମାନେ ପରିବାରରେ ପୁଷ୍ଟି ସାଧନ କରିବେ । କୈାଣସି କଥାକୁ ନେଇ ଅଧିକ ଭାବୁକ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହ ମନ୍ତ୍ର ପାଠ କରନ୍ତୁ 

ବୃଷ-
ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ ।  ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ ।

ମିଥୁନ-
ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ବ୍ୟପାର ବୃର୍ତିରେ ପ୍ରଗତି  ହେବ । ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଛାତ୍ରଛାତ୍ରିଙ୍କ ଲେଖାପଢାରେ ବାଧା ଦୂର ହେବ । ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
କୈାଣସି ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ ।  ପ୍ରେମ ଜୀବନ ଭଲ ରହିବ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ମହିଳା ମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ  ବୃଦ୍ଧି ରହିଅଛି । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ଆୟନୀ , ଅଦାଲତରେ ଜଡିତ ରହିବେ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନ ଲାଭର ଯୋଗ ଅଛି । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା-
ବିଶେଃଷ ସୂତ୍ରରୁ ଅର୍ଥ ଲାଭ କରିବେ । ଘରର ବାତାବରଣ ଶାନ୍ତିମୟ ରହିବ । ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ ।ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା-
ପ୍ରେମ ଜୀବନ ଭଲ ରହିବ ।  ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । କୋର୍ଟରେ ରାୟ ଆପଣଙ୍କ ସପୋର୍ଟ ରେ ଆସିପାରେ । ମନ ମୁତାବକ ଭୁମି ଚୟନ କରି ତାକୁ କ୍ରୟ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ

ବିଛା-
ଆପଣଙ୍କ ପିଲା ବ୍ୟବସାୟ କାମରେ  ଆପଣଙ୍କୁ ସହଯୋଗ କରିବେ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନିତିରେ ସାଧାରଣ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବେ । ରଚନାତ୍ମକ କାମରେ ଉଚ୍ଚ ପ୍ରଂଶସା ପାଇବେ । ପ୍ରଶାସନରେ ଥିବା ଲୋକଙ୍କ ସହ ସଂପର୍କ ସ୍ଥାପନ ହେବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯  
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ଅଦାଲତରୁ ଶୁଭଫଳ ପାଇବେ । ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ନିଜର ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ

ମକର-
ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଛାତ୍ର ମାନେ ମୈଳିକ ବୁ୍ଦ୍ଧିର ଉପଯୋଗ କରିବେ । ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ ।  ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ବ୍ୟବସାୟରେ ଆୟ-ବ୍ୟୟ ସମାନ ରହିବ । ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ । କୋର୍ଟର ତାରିଖ ସ୍ଥିର ଧାର୍ଯ୍ୟ ହେବ । ମହିଳା ମାନେ କର୍ମତତ୍ପର ରହିବେ । ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ-
ଉଚ୍ଚପଦସ୍ଥ  ଅଧୀକାରୀଙ୍କ ସହିତ ରହିବାର  ସୁଯୋଗ  ମିଳିବ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ । ଗୃହିଣୀ ମାନେ ଘର ସଜ୍ଜାରେ ବ୍ୟସ୍ତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର

Sponsored
Horoscope Today : Astrological prediction for January 27, 2024 | Argus News