ଆଜିର ରାଶିଫଳ, ଏହି ରାଶି ପାଇଁ ଶୁଭଫଳ ଆସିବ

ଅର୍ଗସ ବ୍ୟୁରୋ : କ'ଣ ରହିଛି ଆଜିର ରାଶିଫଳ । ଆଜି କେମିତି କଟିବ ଆପଣଙ୍କ ଦିନ । ପଢନ୍ତୁ...
ମେଷ-
ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଶୁଭ ଫଳ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ । ପୈତୃକ ସମ୍ପତି ପାରିବାରିକ ଦ୍ୱନ୍ଦର ସମାଧାନ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ ଶାନ୍ତି ପାଇବେ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ । ଶତ୍ରୁ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ । ସମସ୍ୟା ରହିଥିଲେ ମଧ୍ୟ କାମ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ । ପର ହାତରେ ଥିବା ଧନ ପ୍ରାପ୍ତି ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ବ୍ୟବସାୟ ସମ୍ପର୍କିତ ସମସ୍ୟା ଦୂର ହୋଇଯିବ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଏକାଧିକ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍ ହୋଇଯିବ । ଅବିବାହିତଙ୍କ ପାଇଁ ଘରକୁ ବନ୍ଧୁ ଆସିବେ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସରଳ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ
କର୍କଟ-
ଘରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପରିବାରରେ ମାନ ମନାନ୍ତର ଦୂର ହେବ । କଳା, ସଙ୍ଗୀତ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତି, ତର୍କ ବିତର୍କ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ସିଂହ-
ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ସମାଲୋଚନା ବ୍ୟତୀତ କିଛି ପାଇ ପାରିବେ ନାହିଁ । ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବ ନ ରହି ସମାଧାନର ବାଟ ଖୋଜିବେ । କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ । ପିଲାମାନେ ପଢାରେ ସେତେଟା ମନ ଦେବେ ନାହିଁ । ସଭାସମିତିରେ ଆପଣଙ୍କ ଯୁକ୍ତିକୁ ଅନ୍ୟମାନେ ଗ୍ରହଣ କରିବେ । ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ । ପୁରୁଣା ଭୁଲ ଯୋଗୁ ମାନସିକ ଚାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ନୂତନ ଯାନବାହନ ଓ ଜମି କିଣି ପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ବେଶ୍ ଲାଭବାନ୍ ହେବେ । ନିଜ ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଆଶଙ୍କା ଦେଖାଦେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ
📱 Get Argus News App
✨ବିଛା-
ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଶିକ୍ଷାର୍ଥୀମାନେ କମ୍ ପରିଶ୍ରମରେ ମଧ୍ୟ ଭଲ ଫଳ ମିଳିବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ସହଜରେ ପାଇ ପାରନ୍ତି । ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ
ଧନୁ-
କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟି ହୋଇପାରେ । ପିଲାମାନେ ପଢାରେ ମନ ଦେବେ । ଅଫିସ୍ ରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଉଚ୍ଚ ଆଶା ସଫଳ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପାଣିରେ ହଳଦୀ ଟିକେ ମିଶାଇ ଗାଧାନ୍ତୁ ।
ମକର-
ନୂତନ ବନ୍ଧୁ ସମ୍ପର୍କ ଆଜିର ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ହାସଲ କରିବାରେ ସାହାଯ୍ୟ କରିବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ସାଧାରଣ କଥାରେ ଭୁଲ୍ ବୁଝାମଣା ଯୋଗୁ ପାରିବାରିକ ସମସ୍ୟା ଦେଖାଦେଇପାରେ । ସାମାଜିକ ସ୍ତରରେ ଅସତ୍ୟ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ବ୍ୟବସାୟରେ ଆକସ୍ମିକ ଧନପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲ କରିବାରେ ସମର୍ଥ ହେବେ। ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ଓ କଚେରି ମାମଲା ସପକ୍ଷରେ ଯିବ । ପଢା କ୍ଷେତ୍ରରେ ପିଲାମାନେ ସୁନାମ ଅର୍ଜନ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ତୁଳସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ
ମୀନ-
କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ରାଜନୀତିରେ କ୍ଷେତ୍ରରେ ଆପଣଙ୍କ ଭଲ କାମ ଯୋଗୁ ବିଭିନ୍ନ ଜାଗାରେ ସମ୍ମାନୀତ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପାଣିରେ ଗୋଟାଲୁଣ ମିଶାଇ ଘରକୁ ପୋଛି ଦିଅନ୍ତୁ
ଅଧିକ ଆଜିର ରାଶିଫଳ