Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମେଷ ରାଶିଧାରୀଙ୍କ ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ; ଘରୁ ବାହାରିବା ପୂର୍ବରୁ ଏମାନେ ସତର୍କ ରୁହନ୍ତୁ

Horoscope

Odia Daily Horoscope / ମେଷ ରାଶିଧାରୀଙ୍କ ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ; ଘରୁ ବାହାରିବା ପୂର୍ବରୁ ଏମାନେ ସତର୍କ ରୁହନ୍ତୁ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·3 min read
ମେଷ ରାଶିଧାରୀଙ୍କ ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ; ଘରୁ ବାହାରିବା ପୂର୍ବରୁ ଏମାନେ ସତର୍କ ରୁହନ୍ତୁ
Odia Daily Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ
ପଢନ୍ତୁ ଆଜିର ଭାଗ୍ୟଫଳ
ମେଷ-
ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ । ରାଜନୈତିକ କ୍ଷେତ୍ରରେ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ । ବିଦ୍ୟାକ୍ଷେତ୍ରରେ ଅତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପ୍ରଶଂସା ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ-
ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ । ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଅଚିହ୍ନା ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

କର୍କଟ-
ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ-
ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଅଫିସରେ ଅଧିକ କାମ କାରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀରାମଙ୍କୁ ପୂଜା କରନ୍ତୁ

କନ୍ୟା-
ସାହାର୍ଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଜୀବନ-ସାଥି ଅତି ଉତ୍ତମ ହୋଇଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଳି ଅନୁଭବ କରିବେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ମହିଳାମାନେ ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ । କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ । ଆବଶ୍ୟକତା ପୂରଣ କରିବା ପାଇଁ ପର ପାଖରେ ମୁଣ୍ଡ ନୁଆଇଁବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । କାର୍ଯ୍ୟ  ଆରମ୍ଭରେ ପ୍ରତିବନ୍ଧକ ଆସିପାରେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ । ରାଜନୀତିରେ ନୂତନ ସମସ୍ୟାରେ ପଡ଼ିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖି ସହକର୍ମୀମାନେ ଈର୍ଷା ପରାୟଣ ହେବେ । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ । ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ-
ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ । ବ୍ୟବସାୟରେ ସମସ୍ୟା ସତ୍ତ୍ଵେ ଲାଭ ଆଦି ଫଳ ଭୋଗ କରିବେ । ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଜାଗାକୁ ଯିବେ । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ବିଦ୍ୟାର୍ଥୀ ମାନେ ପଢାପଢିରେ ମନଭାବ ପ୍ରକାଶ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored