Videos
|
Horoscope

Today Horoscope / ଆଜି ପବିତ୍ର ଜନ୍ମାଷ୍ଟମୀ; ବ୍ୟବସାୟ, କର୍ମ କ୍ଷେତ୍ରରେ ଏମାନେ ପାଇବେ ଲାଭ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଆଜି ପବିତ୍ର ଜନ୍ମାଷ୍ଟମୀ; ବ୍ୟବସାୟ, କର୍ମ କ୍ଷେତ୍ରରେ ଏମାନେ ପାଇବେ ଲାଭ
Today Horoscope

Key Points

ଆଜି ପବିତ୍ର ଜନ୍ମାଷ୍ଟମୀ
କେମିତି କଟିବ ଆପଣଙ୍କ ଦିନ
ମେଷ-
ଶାରୀରିକ ସମସ୍ୟା ଦୂରହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ଚାକିରୀ କ୍ଷେତ୍ରରେ ଅପବାଦ ସହିବାକୁ ପଡ଼ିବ । ମାଲିମକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ବୃଷ-
ଗୁରୁଜନମାନଙ୍କର ଆଦର ପାଇବା ସହ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ଆକସ୍ମିକ ଭାବରେ ଜଣେ ବନ୍ଧୁ ହଠାତ୍ ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ । ସତର୍କତା ଅବଲମ୍ବନ ନ କଲେ କୌଣସି ଭୁଲ୍ କାମରେ ଫଶିଯିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ-
ନିଜ ଲୋକଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । ଧନ ସମ୍ପତି ବୃଦ୍ଧି ହୋଇପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହାୟତା କରିବେ । ଶିକ୍ଷାର୍ଥୀମାନେ ଶିକ୍ଷାରେ ଏକାଗ୍ରତା ରକ୍ଷା କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା' ବିରଜାଙ୍କର ଆରଧନା କରନ୍ତୁ

କର୍କଟ-
କର୍ମକ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରରୋଚନାରେ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ଆଜି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ । ନିକଟ ସମ୍ପର୍କୀୟମାନଙ୍କ ଆଶ୍ୱାସନାମୂଳକ କଥାରେ ଅଶାନ୍ତ ମନରେ ସ୍ଥିରତା ଆସିପାରେ । ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବା ଆଶା ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ-
ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ । ରାଜନୀତିରେ ନିଷ୍ପତି ନେବାରେ ଦ୍ୱନ୍ଦର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପୂର୍ବ ଜୋରଦାର କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀରାମଙ୍କର ପୂଜାପାଠ କରନ୍ତୁ

କନ୍ୟା-
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ । ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖଦେବ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣାକୁ ଦୂରେଇନେବା ପାଇଁ ଚେଷ୍ଟାକରିବା ଭଲ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରୁ ସୁଫଳ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ତୁଳା-
ଶାରିରୀକ ସମସ୍ୟା ଦେଖାଦେବ । କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ । ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ରୀଭାର୍ଗବୀଙ୍କୁ ପୂଜା କରନ୍ତୁ

ବିଛା-
ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟି ହେବ । ବିରକ୍ତି ମନରେ ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଦୂରଦର୍ଶିତାପୂର୍ବକ କାର‌୍ୟ୍ୟ ସମ୍ପାଦନ ବନ୍ଧୁଗହଣରେ ପ୍ରଶଂସାର ଦ୍ୟୋତକ ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ । ବିଦେଶ ଯାତ୍ରା କରି ପାରନ୍ତି । ମହିଳା ମାନେ ସୁଖସମୃଦ୍ଧି ପ୍ରାପ୍ତ କରିବେ । ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତି ନିଅନ୍ତୁ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ମାନସିକ ଉତ୍ତେଜନା ସହ ଭାବପ୍ରବଣତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡିକ ଶୃଙ୍ଖଳିତ ହେବ । ପଡ଼ୋଶୀମାନେ ଆପଣଙ୍କ କାର୍ଯ୍ୟ ଦକ୍ଷତାର ଭୂରି ଭୂରି ପ୍ରଶଂସା କରିପାରନ୍ତି । ଫେରନ୍ତା ବାଟରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବିତର୍କର ସୂଚନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା' ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର‌୍ୟ୍ୟ ପାଇବେ । କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଧର୍ମାନୁଷ୍ଠାନରେ କାମ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ-
କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସୂଚନା ପରୋକ୍ଷରେ ଅନୁଭବ କରିବେ । ନୂତନ ପ୍ରକଳ୍ପ କାର୍ଯ୍ୟ, ପର୍ଯ୍ୟଟନ, ଶେୟାର ବଜାର ଦିଗରୁ ସୁଫଳ ପାଇବେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା ଓ ଅନୁସନ୍ଧାନରେ ସଫଳତା ମିଳିବ । ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ