ରାଶିଫଳ : ଏହି ୪ଟି ରାଶି ସାବଧାନ ରୁହ

୧୭.ବୁଧବାର
ମେଷ-
ଦୀର୍ଘ ଦିନ ପରେ ଶରୀର ସୁସ୍ଥ ହେବାରୁ ମାନସିକ ଅସ୍ଥିରତା ଦୂରେଇଯିବ । ପରିବାରରେ ଭୁଲ୍ ବୁଝାମଣା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ । ଭାତୃବର୍ଗ ଦ୍ୱାରା ପଡୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମସ୍ୟା ସମଧାନ କରିବେ। ସାମାଜିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ
ବୃଷ-
ବିଦେଶୀ ଯୋଗାଯୋଗ ମାଧ୍ୟମରେ ବ୍ୟବସାୟରେ ଯଥେଷ୍ଟ ଲାଭ ହେବ । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ। ଯାତ୍ରାରେ ଜିନଷ ପତ୍ର ହଜିବାର ସମ୍ଭାବନା ରହିଛି । ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ମିଳିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ୟ୍ୟରେ ବ୍ୟସ୍ତ ରହିବେ । ସମ୍ପତ୍ତି କ୍ରୟ ଆପଣଙ୍କ ପାଇଁ ଲାଭଦାୟକ ହେବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ
କର୍କଟ-
ନୂତନ କର୍ମାରମ୍ଭ ପ୍ରତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ବହୁତ ଉନ୍ନତି କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ।
ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ। ନିଜ ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ୟ୍ୟସିଦ୍ଧି ଅବଶ୍ୟ ଘଟିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ଛୋଟ ଛୋଟ କଥାକୁ ନେଇ ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କୌଣସି କାମ କରିବା ସକାଶେ ମନ ଚାହୁଁଥିଲେ ମଧ୍ୟ ତାହା କରି ପାରିବେ ନାହିଁ । ଜଣେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ
କନ୍ୟା-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ । ପିତାମାତା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । ବିଦ୍ୟାରେ ଉନ୍ନତି ହେବା ସହ ନୂତନ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ସାଂସାରିକ ଜୀବନରେ ଚିନ୍ତିତ ରହିପାରନ୍ତି । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିବେ । କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ
ବିଛା-
ଯେକୌଣସି କାମରେ କାମରେ ଯଥେଷ୍ଟ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ । ଛାତ୍ରଛାତ୍ରୀ ମାନେ କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଶତୃ ମାନେ ପରାଜିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଚାକିରୀ ଆଦି କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ । ବ୍ୟସ୍ତତା ଭିତରେ ସମୟ ବିତାଇବେ । ବହୁ ଦିନର ମନସ୍କାମନା ପୂରଣ ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ
ମକର-
ବ୍ୟାବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଠକାମିରେ ପଡିବେ । ଶିକ୍ଷାରେ ପ୍ରଗତି ହେବାର ସମ୍ଭାବନା ଅଛି । ମାନସିକ ଅଶାନ୍ତି ଦୂରେଇ ଯିବ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିବହନ, ବ୍ୟବସାୟ ଓ ସଙ୍ଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ । ଦୂର ଯାତ୍ରାକୁ ଭ୍ରମଣ କରିପାରନ୍ତି । ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟିତ ହେବେ । ପୁରାତନ ରୋଗର ପୀଡ଼ା ଅନୁଭବ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ-
ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ । କର୍ମକ୍ଷେତ୍ରରେ ସତ୍ୟ କହି ବିବାଦର ଶିକାର ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ
