Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିର ରାଶିଫଳ: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ

Horoscope

Today Horoscope / ଆଜିର ରାଶିଫଳ: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଆଜିର ରାଶିଫଳ: ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ
Today Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ?
ଜାଣନ୍ତୁ...


ମେଷ

କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ, ଭଉଣୀଙ୍କ ସହଯୋଗ ପାଇବେ । ନିର୍ମାଣଧୀନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳାମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - କେସରର ତିଲକ କପାଳରେ ଲଗାନ୍ତୁ

ବୃଷ

ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଯେ କୌଣସି କାମରେ ହାତ ଦେଲେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ

କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ତୀବ୍ର ବୃଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ରାଜନୈତିକ ଜୀବନରେ ଶତୃ ବୃଦ୍ଧି ଦେଖାଦେବ ।
ଶୁଭ ରଙ୍ଗ - ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ

ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆମଦାନୀ ବୃଦ୍ଧିର ସୁଯୋଗ ପାଇବେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ମହିଳାମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ । ମାଲିମକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ

ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ମହିଳାମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ପୈତୃକ ସମ୍ପତ୍ତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା

ପାରିବାରିକ ଜୀବନ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତି ପାଇବେ । ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟୋକୁ ପୂଜା କରନ୍ତୁ

ତୁଳା

ଚିନ୍ତା ନ କରି କାମରେ ମନ ଦିଅନ୍ତୁ, ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍ ହେବେ । ଆପଣ ଅଯଥା ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର –ପର୍ଶୁରାମଙ୍କର ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ବିଛା

ନେତ୍ରା ଜନିତ ସମସ୍ୟା ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ କିଛି ନୂଆ ଅଭିଜ୍ଞତା ହାସଲ କରିବେ । ରାଜନୀତିରେ କିଛି ବିଶେଷ କଥା ଆଲୋଚନା କରିବେ । କୋର୍ଟ ମାମଲାରେ ଲାଭ ହେବ । ମହିଳାମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ

ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ଗଡ଼ି ଆସୁଥିବା ମୋକଦ୍ଦମାର ବିଚାର ହୋଇପାରେ ।
ଶୁଭ ରଙ୍ଗ - ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର

ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । କୌଣସି ବଡ଼ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତି ହେବ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ

ଅନ୍ୟମାନଙ୍କ ସାହାଯ୍ୟ ଲାଭ କରି କାମ ହାସଲ କରିବେ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ସଭାସମିତିରେ ଯୁକ୍ତିତର୍କରୁ ଦୂରେଇ ରହିବା ଭଲ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ

ପ୍ରେମୀଯୁଗଳମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପରିବାରରେ ଆନନ୍ଦମୟ ମୂହୁର୍ତ୍ତ ସହିତ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନ ଜନକ ଘଟଣା ଦେଖାଦେବ । ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: Job Seekers Likely to Get Good Opportunities, Know Your Zodiac Prediction | Argus News