Videos
|
Horoscope

Today Horoscope / ଜୀବନ ସାଥୀଙ୍କ ମଧ୍ୟରେ ପ୍ରେମ ଭରିଯିବ; ଏହି ରାଶିଧାରୀଙ୍କ ସମ୍ପତ୍ତି ବଢିବ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଜୀବନ ସାଥୀଙ୍କ ମଧ୍ୟରେ  ପ୍ରେମ ଭରିଯିବ; ଏହି ରାଶିଧାରୀଙ୍କ ସମ୍ପତ୍ତି ବଢିବ
Today Horoscope

Key Points

ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ
ଯାନବାହାନରେ ସତର୍କତା ଅବଲମ୍ବନ କରିବା ଭଲ
କେମିତି କଟିବ ଆଜିର ଦିନ, ପଢନ୍ତୁ ଆଜିର ରାଶିଫଳ
ମେଷ-
ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍ ହେବେ । ସଞ୍ଚିତ ଅର୍ଥରୁ କିଛି ଖର୍ଚ୍ଚ କରିପାରନ୍ତି । ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ବୃଷ-

ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି । ଜୋର କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ । ଅଫିସ୍‌ରେ ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ । ଯାନବାହାନରେ ସତର୍କତା ଅବଲମ୍ବନ କରିବା ଭଲ । ଚାହୁଁ ନ ଥିବା କିଛି କାମ ପରିସ୍ଥିତିରେ ପଡ଼ି କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କୌଣସି ମନ୍ଦିରରେ କିଛି ଦାନ କରନ୍ତୁ

ମିଥୁନ-
ପରହାତ ଥିବା ଧନ ସହଜରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ବାଦବିବାଦ, ମାଲିମକଦ୍ଦମା ସଫଳତା ମିଳିବ । ପ୍ରତିଯୋଗୀ ପରୀକ୍ଷାରେ ଅବଶ୍ୟ ଶୁଭଫଳ ପାଇବ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ

କର୍କଟ-
ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଭାବିଚିନ୍ତି ଜମିରେ ନିବେଶ କରନ୍ତୁ । ମହିଳା ମାନଙ୍କର କାମରେ ଉତ୍ସାହ ବଢିବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ । ସାମ୍ବାଦିକତା ତଥା ସଭା ସମିତିରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୁବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ-
ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ମହିଳା ମାନେ କର୍ମ ବ୍ୟସ୍ତରେ ରହି ଅଶାନ୍ତି ଭୋଗ କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀରାମଙ୍କୁ ପୂଜା କରନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କନ୍ୟା-
କର୍ମ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଓଁ ଶ୍ରୀଂ ମହାଲକ୍ଷ୍ମୀ ନମଃ ଜପ କରନ୍ତୁ

ତୁଳା-
ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଦାମ୍ପତ୍ୟ କଳହର ଅବସାନ ଘଟିବ । ମନରେ ଧାର୍ମିକ ଭାବନା ଉଦେୟ ହେବ । କର୍ମକ୍ଷେତ୍ରରେ ନୂତନ କର୍ମନିଯୁକ୍ତିର ସଂମ୍ଭାବନା ଅଧିକ ରହିଛି । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀଭାର୍ଗବୀଙ୍କ ପୂଜାର୍ଚ୍ଚନା କରନ୍ତୁ

ବିଛା-
ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ପ୍ରେମ ବଢିବ ଓ ଆପଣ ନିକଟତର ହେବେ । ଅଫିସରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ଅଂ ଅଙ୍ଗାରକାୟ ଜପ କରନ୍ତୁ

ଧନୁ-
ଛାତ୍ରମାନେ ସଫଳତା ପାଇବାର ସମ୍ଭାବନା ଅଛି । ଆପଣ କିଛି କୌଶଳ ବ୍ୟବହାର କରି, ଆପଣ ଅତି ଚ୍ୟାଲେଞ୍ଜିଂ କାର୍ଯ୍ୟଗୁଡ଼ିକୁ ମଧ୍ୟ ସହଜରେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଜମିଜମା କାରବାର, ରାଜନୀତି, ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆଲୋଚନା ପରିସରରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହେବାର ସମ୍ଭାବନା ଅଛି । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ଆପଣଙ୍କ କାମରେ ଜୀବନ ସାଥୀ ପ୍ରଶନ୍ନ ରହିବେ । ମହିଳା ମାନେ ଖାଦ୍ୟ ପ୍ରିୟ ରହିବେ । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ । ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଦିଗରୁ ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ । ଅଧ୍ୟାପନା, ସାହିତ୍ୟ, ସଂସ୍କୃତି, କଳା ଓ ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ । ଆନୁଷ୍ଠାନିକ କାମରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବାର ସୂଚନା ରହିଛି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ମୀନ-
କୌଣସି କାମରେ ଯଥେଷ୍ଟ ଲାଭ ହେବ । ଜୀବନ ସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର୍ଯ୍ୟ କରିବା ଉଚିତ୍ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ । ଭାବିଥିବା କାମ ନିଜ ଦକ୍ଷତା ବଳରେ ପୁରା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ