|
logo
Live
Argus News App
GET APP

Argus News - ଏହି ରାଶିର ବ୍ୟକ୍ତି ଭଲ କାମ କରିବାକୁ ଯାଇ ଅପମାନିତ ହୋଇପାରନ୍ତି

Horoscope

Today Horoscope / ଏହି ରାଶିର ବ୍ୟକ୍ତି ଭଲ କାମ କରିବାକୁ ଯାଇ ଅପମାନିତ ହୋଇପାରନ୍ତି

Santosh Kumar Sahoo
Browse all articles by Santosh Kumar Sahoo
·7 hours ago·3 min read
ଏହି ରାଶିର ବ୍ୟକ୍ତି ଭଲ କାମ କରିବାକୁ ଯାଇ ଅପମାନିତ ହୋଇପାରନ୍ତି
Today Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ?
ଜାଣନ୍ତୁ...
ମେଷ

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ହେବ । ନିକଟ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ସଭା ସମିତିରେ ଉନ୍ନତମାନର ଆଲୋଚନା କରିବେ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ବୃଷ

ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ । ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । କୈାଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ଅନ୍ୟର ଭଲ କାମ କରିବାକୁ ଯାଇ ଅପମାନିତ ହୋଇପାରନ୍ତି । ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।
ଶୁଭ ରଙ୍ଗ - ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ

ଭାଇଭଉଣୀମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ । ପଡୋଶୀ ଏବଂ କୁଟୁମ୍ବ ସହ ଲାଗି ରହିଥିବା କଳହର ସମାଧାନ ହୋଇଯିବ । ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ

ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇପାରେ । ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ - ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ଜଳସ୍ରୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ

ସିଂହ

ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବୃଦ୍ଧିଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା

ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।
ଶୁଭ ରଙ୍ଗ - ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା

ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବେ ଫଳରେ ସୁଖଶାନ୍ତି ଫେରି ଆସିବ । ବାଣିଜ୍ୟ ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ । କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନୀତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା

ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ ।
ଶୁଭ ରଙ୍ଗ - ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ

ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଆକସ୍ମିକ ଭାବେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବିବାଦୀୟ ପରିସ୍ଥିତିକୁ ମନ ବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ମକର

କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ନୂଆ କାର୍ଯ୍ୟ ପାଇଁ ପ୍ଲାଲିଂ କରି ପାରନ୍ତି, ଯାହା ଆପଣଙ୍କୁ ସଫଳତା ଆଣିଦେବ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ନିଜର ଚତୁରତା ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ ।
ଶୁଭ ରଙ୍ଗ - ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ

ପତ୍ନୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇବେ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଅଫିସରେ ଲାଗିରହିଥିବା ଅବ୍ୟବସ୍ଥା ସମାଧାନ ହୋଇଯିବ । କୋଟ୍ କଚେରୀ ମାମଲାରେ ଫସି ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ

ମନ ଏକ ପ୍ରକାର ଭଲ ରହିବ । କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ । ପ୍ରେମ ସମ୍ପର୍କ ଭଲ ରହିବ । ଆର୍ଥିକ ସହୟତା ପାଇ ଅଫିସରେ କାମ କରିନେବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: ଏହି ରାଶିର ବ୍ୟକ୍ତି ଭଲ କାମ କରିବାକୁ ଯାଇ ଅପମାନିତ ହୋଇପାରନ୍ତି | Argus News