Videos
|
Horoscope

Today Horoscope / ସନ୍ତାନର ସଫଳତା ଆଣିବ ଖୁସି, ବନ୍ଧୁ ପରିଜନଙ୍କ ସହ କଟିବ ସମୟ...ଜାଣନ୍ତୁ ଆଜିର ରାଶିଫଳ

Santosh Kumar Sahoo
Browse all articles by Santosh Kumar Sahoo
·48 mins ago·3 min read
ସନ୍ତାନର ସଫଳତା ଆଣିବ ଖୁସି, ବନ୍ଧୁ ପରିଜନଙ୍କ ସହ କଟିବ ସମୟ...ଜାଣନ୍ତୁ ଆଜିର ରାଶିଫଳ
Today Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ?
ଜାଣନ୍ତୁ...
ମେଷ

ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ମାର୍କେଟଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ରାଜନେତାଙ୍କ ସାମାଜିକ ସ୍ତର ବଢିବ । କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତାରେ ରହିପାରନ୍ତି ।

ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ବୃଷ

ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ପୌତୃକ ସମ୍ପତିକୁ ନେଇ ଭାଗ ଦେଖାଦେବ । ମହିଳାମାନେ ବନ୍ଧୁ ପରିଜନଙ୍କ ସହିତ ସମୟ ବିତାଇବେ । ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ଧ୍ୟାନ ଧାର୍ମୀକ କାର୍ଯ୍ୟରେ ଲାଗି ରହିବ । ସନ୍ତାନର ସଫଳତା ଯୋଗୁଁ ଖୁସିର ପରିବେଶ ରହିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର- ଗୋସାଳାରେ ଗୋଖାଦ୍ୟ ଦାନ କରନ୍ତୁ

ମିଥୁନ

ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ଆପଣଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ । ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋଟାମୁଗ କୌଣସି ଗ୍ରହବିପ୍ରଙ୍କୁ ଦାନ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କର୍କଟ

କର୍ମ କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ଆନନ୍ଦିତ ରହିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ଯାନବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିପାରନ୍ତି । ପିଲାଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ପୂଜା କରନ୍ତୁ

କନ୍ୟା

ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ନିର୍ମାଣ କାର୍ଯ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର- କୌଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାର୍ଯ୍ୟ, ସହଯୋଗ କରନ୍ତୁ

ତୁଳା

ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀମାନେ ନାନା ସମସ୍ୟାରେ ଆଗେଇବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ ।
ଶୁଭ ରଙ୍ଗ- ଧଳା 
ଶୁଭ ସଂଖ୍ୟା- ୬
ପ୍ରତିକାର- କୌଣସି ଅସାହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ

ବିଛା

କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସବୁ କାମ ନିର୍ଦ୍ଧାରିତ ସମୟରେ ପୁରା କରିବା ପାଇଁ ଚେଷ୍ଟା କରିବେ । ଜେଲରୁ ଜାମିନ୍ ମିଳିପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନ ଲାଭ ହେବ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ

ପେଟ ବ୍ୟଥାରୁ ମୁକ୍ତି ମିଳିବ । ଯେ କୌଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । ବ୍ୟବସାୟରେ ପରିଶ୍ରମ ଅନୁଯାୟୀ ଫଳ ପାଇବ । ରାଜନୈତିକ କ୍ଷେତ୍ରରେ ଟିକିଏ ଜଟିଳ ଆଡକୁ ଗତି କରିବ କିନ୍ତୁ ପରିମାଣ ବିଶେଷ କିଛି ଖରାପ ହେବ ନାହିଁ । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର

ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଭଲ ସମୟ ଆସିପାରେ । ଘରୋଇ କାର୍ଯ୍ୟକୁ ପୁରା କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ

ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈାଭାଗ୍ୟ ପ୍ରଦାନ କରିବ । ବିଦ୍ୟାର୍ଥୀମାନେ କିଛି ସଫଳତା ପାଇପାରନ୍ତି । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ଛୋଟ ବଡ଼ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ଗୃହିଣୀମାନେ କର୍ତ୍ତବ୍ୟ ପରାୟଣ ରହିବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ମୀନ

ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ସହିତ ସଂଚୟ କରିପାରନ୍ତି । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳାମାନେ ବନ୍ଧୁ ପରିଜନଙ୍କ ପ୍ରିୟ ପାତ୍ର ହେବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ