Videos
|
Horoscope

Today Horoscope / ଆଜି କେମିତି କଟିବ ଦିନ ? ଯାତ୍ରା ସମୟରେ ରୁହନ୍ତୁ ସାବଧାନ, ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·3 min read
ଆଜି କେମିତି କଟିବ ଦିନ ? ଯାତ୍ରା ସମୟରେ ରୁହନ୍ତୁ ସାବଧାନ, ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ
Horoscope

Key Points

ଆଜି କେମିତି କଟିବ ଦିନ ?
ଜାଣନ୍ତୁ ଆପଣଙ୍କ ରାଶିର ଭାଗ୍ୟଫଳ
ଆଜି ଏହି ରାଶିଙ୍କ ପାଇଁ ଭଲ ଦିନ
ମେଷ

ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ। ଆତ୍ମୀୟମାନଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ । ଆର୍ଥିକ ଦିଗଟି ବିଶେଷ ଭଲ ନ ରହିଲେ ମଧ୍ୟ କାମ ଅଟକି ରହିବ ନାହିଁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ପ୍ରଶଂସିତ ହେବେ ।
ଶୁଭ ରଙ୍ଗ - ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ

ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ପ୍ରେମ ଜୀବନ ମଧୁରମୟ ରହିବ କୌଣସି କାମରେ ଆଶାଠାରୁ ଅଧିକ ଲାଭ ପାଇବେ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ମହିଳାମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ

ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତ ହେବେ । କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ମୁଣ୍ଡ ପୂରାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଉପକୃତ ହେବେ । ପୁରାଣ ପଠନ, ସତ୍‌ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହୀ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ

କର୍କଟ

ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ । ଛୋଟବଡ଼ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ଶିକ୍ଷାର୍ଥୀମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – କୌଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ

ଯେମିତି ଚାହୁଁଛନ୍ତି ସେମିତି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି । ପରିବାରର ଅସଜଡ଼ା ପରିସ୍ଥିତିକୁ ପଡ଼ୋଶୀଙ୍କ ସହାୟତାରେ ସଜାଡ଼ି ନେବେ । ଯାତ୍ରା, ବାଣିଜ୍ୟ, ଭ୍ରମଣ ଶାନ୍ତିପ୍ରଦ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

କନ୍ୟା

ଆର୍ଥିକ ସକଂଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ଆଜି ଆପଣଙ୍କ ସାମ୍ନାକୁ ନୂଆ ଅବସର ଆସିବ । ଯାନବାହାନ, ଲାଭ ସାଙ୍ଗକୁ ମନୋରଞ୍ଜନ ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଅନ୍ୟର ସାହାର୍ଯ୍ୟ, ସମର୍ଥନ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା

ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ମାଲିମକଦ୍ଦମାରେ ବିଜୟୀ ହେବେ । ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ସୁଯୋଗ ପାଇପାରିବେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା

କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶାରିରୀକ କ୍ଲେଶ ଦୂର ହୋଇଯିବ । ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ମା ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ

ଧନୁ

କର୍ମ ଜଞ୍ଜାଳ ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ସମସ୍ୟା ବଢିଯାଇପାରେ । ଆର୍ଥିକ ଅଭିବୃଦ୍ଧି ସହ ଭୂସମ୍ପତ୍ତି ଲାଭ କରିପାରନ୍ତି । କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହିଛି ।
ଶୁଭ ରଙ୍ଗ - ହଳଦିଆ 
ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋ ମତାଙ୍କୁ ସବୁଜ ଖାଦ୍ୟ ଏବଂ କିଛି ଗୁଣ୍ଡ ଖାଇବାକୁ ଦିଅନ୍ତୁ

ମକର

ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ଋତ ହେବେ । ଦୂରଯାତ୍ରା,ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମାଧାନ କରିବେ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ ।
ଶୁଭ ରଙ୍ଗ- ନୀଳ 
ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ

ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ନକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ । ସମ୍ମାନିତ ଲୋକଙ୍କ ସହ ମିଶିବେ । ବୟସ୍କ ବ୍ୟକ୍ତିଙ୍କ ସମର୍ଥନ ପାଇ ବ୍ୟବସାୟରେ ହରେଇଥିବା ଟଙ୍କା ଫେରି ପାଇପାରନ୍ତି । ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ଭଲ ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ  
ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ

ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇପାରେ । ହଜମ ଜନିତ ସମସ୍ୟା ଦେଖା ଦେଇପାରେ । ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ଚାକିରିରେ କ୍ଷେତ୍ରରେ ଭଲ ଫଳ ପାଇବେ
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ