Videos
|
Horoscope

Today Horoscope / କର୍ମକ୍ଷେତ୍ରରେ ବଢ଼ିବ ସଂଘର୍ଷ, ନିଷ୍ପତ୍ତି ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·4 min read
କର୍ମକ୍ଷେତ୍ରରେ ବଢ଼ିବ ସଂଘର୍ଷ, ନିଷ୍ପତ୍ତି ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ
Today Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ?
ଜାଣନ୍ତୁ...
ମେଷ
ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ । ଜୀବନ ସାଥୀ କୌଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ । ପରିବହନ ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ । ମହିଳାମାନେ ଧର୍ମପରାୟଣ ରହିବେ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ

ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ । ଶତ୍ରୁମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ମିଥୁନ

ଦାମ୍ପତ୍ୟ ଜୀବନରେ ପତିପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରିଭୂତ ହୋଇଯିବ । ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି । ମାଲିମକନ୍ଦମାରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ

କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଗୃହିଣୀମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ଅଯଥା ବିବାଦ ଭିତରକୁ ଟାଣି ହୋଇଯାଇପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ

ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ  
ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା

ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ସନ୍ତାନ ଚିନ୍ତା ଦେଖା ଦେଇପାରେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ଗରିବଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ

ତୁଳା

ପରିବାରରେ ପୁତ୍ର ସନ୍ତାନର ଲାଭ ମିଳିବ । ବ୍ୟବସାୟରେ ଉନ୍ନତି କରିବେ । କୋର୍ଟର ତାରିଖ ସ୍ଥିର ଧାର୍ଯ୍ୟ ହେବ । ମହିଳାମାନେ କର୍ମତତ୍ପର ରହିବେ । ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା

କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ । କ୍ୟାରିୟରେ ନୂଆ କିର୍ତୀମାନ ସ୍ଥାପନ କରିବେ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ଦୁର୍ଘଟଣାର ଶିକାର ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଧନୁ

କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । କ୍ରୀଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ । ଜାଗା, ଜମି ଆଦି କ୍ରୟ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର

ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି । ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତ୍ତମ ରୋଜଗାର ହେବ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଶିକ୍ଷାର୍ଥୀମାନେ ପଥ ଭ୍ରଷ୍ଟ ହୋଇପାରନ୍ତି । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ ।
ଶୁଭ ରଙ୍ଗ - ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ

କୁମ୍ଭ

ଦାମ୍ପତ୍ୟ କଳହର ଅବସାନ ଘଟିବ । ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର- ଶାମି ଗଛ ତଳେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ

ମୀନ

ବାଣିଜ୍ୟ ବ୍ୟବସାୟ ମଧ୍ୟମ ଧରଣର ରହିବ । ପ୍ରେମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୌଣସି କାମକୁ ହାତକୁ ନେବେ ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ । ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ