|
logo
Live

Argus News - "ଆମେରିକା ଇତିହାସର ସବୁଠୁ ଖରାପ ରାଷ୍ଟ୍ରପତି ଜୋ ବାଇଡେନ"

International

"ଆମେରିକା ଇତିହାସର ସବୁଠୁ ଖରାପ ରାଷ୍ଟ୍ରପତି ଜୋ ବାଇଡେନ"

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
"ଆମେରିକା ଇତିହାସର ସବୁଠୁ ଖରାପ ରାଷ୍ଟ୍ରପତି ଜୋ ବାଇଡେନ"

ଅର୍ଗସ ବ୍ୟୁରୋ : 'ଜୋ ବାଇଡେନ ହେଉଛନ୍ତି ସବୁଠୁ ଖରାପ ରାଷ୍ଟ୍ରପତି' । ଏପରି ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ । ସେ ଲେଖିଛନ୍ତି, "ଆମେରିକା ଇତିହାସରେ ସବୁଠୁ ଖରାପ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ । ଏବଂ ତାଙ୍କ ସହ କମଲା ହାରିସ ବି ସାମିଲ ଅଛନ୍ତି । ସେ ମଧ୍ୟ ୪ ବର୍ଷ ଧରି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରହି ଜୋ ବାଇଡେନଙ୍କ ସହ ହାତ ମିଳାଇଥିଲେ । ଏବଂ ଜୋ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମିଥ୍ୟା ତଥ୍ୟ ଦେଉଥିଲେ । ତେଣୁ ବାଇଡେନଙ୍କ ଅସଫଳତାର ସେ ମଧ୍ୟ ଭାଗୀଦାର ଅଟନ୍ତି । ତେଣୁ ଡେମୋକ୍ରାଟିକ୍‌ ପାର୍ଟି ଯାହାକୁ ବି ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇବ, ଆମେ ତାଙ୍କ ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ" । 

ଅଧିକ ପଢନ୍ତୁ : ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ଜୋ ବାଇଡେନ

ତେବେ ଜୋ ବାଇଡେନ ଚଳିତ ଥର ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରିବା ପରେ ପୂର୍ବତନ ରାଷ୍ଟ୍ରପତି ତଥାଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ଫୋନ କଲ ଦ୍ବାରା କହିଛନ୍ତି,  "ବାଇଡେନ ହେଉଛନ୍ତି ସବୁଠୁ ଖରାପ ରାଷ୍ଟ୍ରପତି । ତାଙ୍କର ରାଷ୍ଟ୍ରପତି ହେବା ପରେ ଆମେ ବହୁତ କଷ୍ଟ ସହିଛୁ । ତେଣୁ ସେ ଯିବା ପରେ ଏବେ କମଲାଙ୍କୁ ହରାଇବା ସହଜ ହେବ" । ସୂଚନା ମୁତାବକ ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରି ଯିବାପରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି କମଲାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏପରି କହିଛନ୍ତି ଡୋନାଲ୍ଡ ଟ୍ରମ୍ଫ । ଏବେ ଅପେକ୍ଷା ଆଗାମୀ ନିର୍ବାଚନକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"ଆମେରିକା ଇତିହାସର ସବୁଠୁ ଖରାପ ରାଷ୍ଟ୍ରପତି ଜୋ ବାଇଡେନ" | Argus News