Videos
|
International

ପରେଡ୍ ରିହର୍ସାଲ ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା

Jitendra Dash
Browse all articles by Jitendra Dash
·2 years ago·1 min read
ପରେଡ୍ ରିହର୍ସାଲ ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା

ଅର୍ଗସ ବ୍ୟୁରୋ : ମାଲେସିଆରେ ଭୟଙ୍କର ଦୁର୍ଘଟଣା । ନୌସେନା ପକ୍ଷରୁ ପରେଡ୍ ରିହର୍ସାଲ ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ୧୦ କ୍ରୁ ମେମ୍ବର ମୃତ । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମାଲେସିଆ ସରକାର । ରୟାଲ ମାଲେସିଆନ୍‌ ନାଭାଲ ପରେଡ୍‌ ପାଇଁ ପେରାକର ଲୁମୁଟ୍‌ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ଦିନ ଏହି ଦୁର୍ଘଟଣା ଘଟିଛି ।

 

ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା । ଦୁଇଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟର ଭିଡିଓ  ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: