Nepal Tunnel Rescue / ନେପାଳ ସୁଡ଼ଙ୍ଗରେ ଫସିଛନ୍ତି ୧୨୧ ଶ୍ରମିକ, ପାଇପ୍ ଯୋଗେ ପହଞ୍ଚୁଛି ଅକ୍ସିଜେନ୍...ଚାଲିଛି ରେସ୍କ୍ୟୁ ଅପରେସନ୍
·31 mins ago·2 min read

Key Points
ନେପାଳ ସୁଡ଼ଙ୍ଗରେ ୧୨୧ କର୍ମୀଙ୍କ ଜୀବନ ପାଇଁ ସଂଘର୍ଷ
ନେପାଳରେ ବଡ଼ ରେସ୍କ୍ୟୁ ଅପରେସନ୍
ପାଇପ୍ରେ ଯାଉଛି ଅକ୍ସିଜେନ୍
ନେପାଳରେ ବଡ଼ ରେସ୍କ୍ୟୁ ଅପରେସନ୍
ପାଇପ୍ରେ ଯାଉଛି ଅକ୍ସିଜେନ୍
ନେପାଳରେ ହୋଇଥିବା ପ୍ରକୃତିର ତାଣ୍ଡବକୁ ଏହାରି ମଧ୍ୟରେ ୧୪ ଦିନ ବିତିଗଲାଣି । କିନ୍ତୁ ଦୁର୍ଦ୍ଦଶା ଏବେ ବି ଶେଷ ହୋଇନି । ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସସ୍ତୂପ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ସବୁଠାରୁ ବଡ଼ ଚିନ୍ତା ପାଲଟିଛି ହାଇଡ୍ରୋପାୱାର ପ୍ରକଳ୍ପର ଟନେଲ, ଯେଉଁଠି ଏବେ ବି ଫସିଛନ୍ତି ୧୨୧ ଜଣ ଶ୍ରମିକ । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅହରହ ଚାଲିଛି ଅପରେସନ୍ ।
ନେପାଳ ଟ୍ରାଜେଡି ପରେ ଏବେ ଉଦ୍ଧାରକାରୀ ଦଳର ସବୁଠାରୁ ବଡ଼ ଫୋକସ୍ ତିନିଟି ହାଇଡ୍ରୋପାୱାର ପ୍ରକଳ୍ପର ଟନେଲ ଉପରେ ରହିଛି । ଏହି ଟନେଲଗୁଡ଼ିକରେ ବହୁ ସଂଖ୍ୟକ ଶ୍ରମିକ ଏବେ ବି ଫସି ରହିଥିବା ଜଣାପଡ଼ିଛି । ମିଳିଥିବା ସୂନା ଅନୁସାରେ, ଏହି ଟନେଲଗୁଡ଼ିକରେ ପ୍ରାୟ ୧୨୧ ଜଣ ଲୋକ ଫସି ରହିଛନ୍ତି । ଫସିଥିବା ଲୋକଙ୍କୁ ଜୀବିତ ରଖିବା ପାଇଁ ପାଇପ୍ ମାଧ୍ୟମରେ ନିୟମିତ ଭାବେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ରେସ୍କ୍ୟୁ ଟିମ୍ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।
ରଏଟର୍ସର ରିପୋର୍ଟ ଅନୁସାରେ, ନେପାଳରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୧୧ଟି ହାଇଡ୍ରୋପାୱାର ପ୍ରକଳ୍ପ ପ୍ରଭାବିତ ହୋଇଛି । ଏଥିରେ ରସୁୱାରେ ଥିବା ଅପର ତ୍ରିଶୁଲୀ ପ୍ରକଳ୍ପ 3A ଏବଂ 3B ମଧ୍ୟ ସାମିଲ ଅଛି ।
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ବ୍ୟାପକ ଧ୍ୱଂସ ହୋଇଛି । ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ୫୦୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିସାରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନେପାଳରେ ଫସିଛନ୍ତି ଶହ ଶହ ଭାରତୀୟ
ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ ନେପାଳରେ ଫସିଥିବା ଭାରତୀୟଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି । ତାଙ୍କ ଅନୁସାରେ, ନେପାଳରୁ ୧୬୯ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ତେବେ ୨୭୫ ଜଣ ଭାରତୀୟ ଏବେ ବି ନିଖୋଜ ଅଛନ୍ତି । ଏଥିରେ ତିବ୍ବତ ଅଞ୍ଚଳରେ ନିଖୋଜ ଥିବା ୪୯ ଜଣ ଭାରତୀୟ ମଧ୍ୟ ସାମିଲ ଅଛନ୍ତି ।
ବିପର୍ଯ୍ୟୟରେ ମୃତକଙ୍କ ପରିଚୟ ଚିହ୍ନଟ କରିବା ପାଇଁ ଭାରତୀୟ ଫୋରେନସିକ୍ ଟିମ୍ ମଧ୍ୟ କାମ କରୁଛି। ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ଟି ଡିଏନ୍ଏ ସାମ୍ପଲ୍ କାଠମାଣ୍ଡୁର ଦୁଇଟି ଲାବୋରେଟୋରୀରେ ଜମା କରାଯାଇଛି ।
୨୪ ଘଣ୍ଟା କାମ କରୁଛି କଣ୍ଟ୍ରୋଲ ରୁମ୍
ରଣଧୀର ଜୟସ୍ବାଲଙ୍କ ଅନୁସାରେ, ଭାରତ, ଚୀନ୍ ଏବଂ ନେପାଳରେ ଥିବା କଣ୍ଟ୍ରୋଲ ରୁମ୍ଗୁଡ଼ିକ ୨୪ ଘଣ୍ଟା କାମ କରୁଛି । ଏହି କଠିନ ସମୟରେ ଭାରତ ନେପାଳ ସହିତ ଦୃଢ଼ ଭାବେ ଠିଆ ହୋଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଭାରତ ପକ୍ଷରୁ ଲଗାତାର ସହାୟତା ପଠାଯାଉଛି ।

Related Topics
Explore more stories