Videos
|
International

Sindhi Women / କଟକଣା ସତ୍ତ୍ୱେ ଭାରତରେ ପହଞ୍ଚିଲେ ୧୫୦ ସିନ୍ଧି କନ୍ୟା… ଖୁବଶୀଘ୍ର ହେବେ ଭାରତୀୟଙ୍କ ବୋହୂ

Ritu Das
Browse all articles by Ritu Das
·2 weeks ago·2 min read
କଟକଣା ସତ୍ତ୍ୱେ ଭାରତରେ ପହଞ୍ଚିଲେ ୧୫୦ ସିନ୍ଧି କନ୍ୟା… ଖୁବଶୀଘ୍ର ହେବେ ଭାରତୀୟଙ୍କ ବୋହୂ
India

Key Points

ଭାରତରେ ରହୁଥିବା ସେମାନଙ୍କର ମନ ପସନ୍ଦର ବର ପାଇବାକୁ ପାକିସ୍ତାନରୁ ପହଞ୍ଚିଛନ୍ତି ୧୫୦ଜଣ ସିନ୍ଧି ମହିଳା
ପ୍ରେମ ପାଇଁ ସୀମା ଓ ଦୂରତା କେବେ ବାଧକ ହୁଏନା । ଭାରତରେ ରହୁଥିବା ସେମାନଙ୍କର ମନ ପସନ୍ଦର ବର ପାଇବାକୁ ପାକିସ୍ତାନରୁ ପହଞ୍ଚିଛନ୍ତି ୧୫୦ଜଣ ସିନ୍ଧି ମହିଳା । ସାଥିରେ ଅଛନ୍ତି ସେମାନଙ୍କର ପରିବାର । ଆଉ ଏମାନଙ୍କର କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ । ସେମାନଙ୍କର ବିବାହ ପୂର୍ବରୁ ଠିକ୍ ହୋଇଯାଇଥିଲେ ମଧ୍ୟ ଅପରେସନ ସିନ୍ଦୂର ପରେ ସେମାନଙ୍କର ସମ୍ପର୍କକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା । ଭାରତ- ପାକ ଦ୍ବିପାକ୍ଷିକ ସମ୍ପର୍କରେ ଦେଖାଦେଇଥିଲା ତିକ୍ତତା । ପାକିସ୍ତାନ ନାଗରିକଙ୍କ ଭିସା ଖାରଜ କରି ଦିଆଯାଇଥିଲା।

ଏହାସହ ପଢ଼ନ୍ତୁ: ରନ୍‌ୱେରେ ଛିଡ଼ା ହୋଇଥିବା ବିମାନକୁ ଉଡ଼ାଇ ନେଲା ପବନ; ଦେଖନ୍ତୁ ଛାତିଥରା Video

ଭାରତର ବୋହୂ ହେବାକୁ ସେମାନଙ୍କର ସ୍ବପ୍ନ ସାକାର ହେବ କି ନାହିଁ ସେ ନେଇ ଚିନ୍ତା ବଢିଯାଇଥିଲା । ଶେଷରେ ସେମାନେ ସେମାନଙ୍କ ମିଶନରେ ସଫଳ ହୋଇଛନ୍ତି । ସାଧାରଣତଃ ପାକିସ୍ତାନୀମାନେ ଓ୍ବାଘା-ଅଟାରୀ ସୀମା ଦେଇ ଭାରତକୁ ଆସିଥାନ୍ତି । କିନ୍ତୁ ଅପରେସନ ସିନ୍ଦୂର ପରେ ବନ୍ଦ ହୋଇଯାଇଥିଲା ସୀମା। ଭାରତ ଆସିବାକୁ ପୁଣି ଦିନ ଗଣୁଥିଲେ । ଆଉ ଏବେ ସେମାନେ ପାକିସ୍ତାନରୁ ସିଧାସଳଖ ଭାରତ ନ ଆସି ବାଂଲାଦେଶ, ଦୁବାଇ, ଓମାନ, ଶ୍ରୀଲଙ୍କା ଓ କତାର ଦେଇ ପହଞ୍ଚିଛନ୍ତି । ଏଥିପାଇଁ ସେମାନଙ୍କୁ ଅତିରିକ୍ତ ବିମାନ ଭଡା ସହ ଅଧିକ ଖର୍ଚ୍ଚ କରିବାକୁ ପଡିଛି । ନାଗପୁର, ରାୟପୁର, ଯୋଧପୁର ଓ ପୁନେ ସହରରେ ସେମାନଙ୍କର ବିବାହ ସ୍ଥିର ହୋଇଛି। 

ଏହାସହ ପଢ଼ନ୍ତୁ: ନିଶାରେ ଝୁମିଲେ ଏହି ଅଭିନେତ୍ରୀ, ଭିଡ଼ିଓ ହେଲା ଭାଇରାଲ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୪୭ ଭାରତ ସ୍ବାଧୀନ ହେବା ପରେ ସିନ୍ଧିମାନେ ଦୁଇ ଦେଶରେ ରହିଯାଇଥିଲେ । ସେମାନଙ୍କର ସୀମା ସରହଦ ଅଲଗା ହୋଇଥିଲେ ମଧ୍ୟ ପାରିବାରିକ ଓ ସାଂସ୍କୃତିକ ସମ୍ବନ୍ଧ ଅତୁଟ ରହିତିଲା । ଦୁଇ ଦେଶ ମଧ୍ୟରେ ସୀମାପାର ବିବାହ ଚାଲୁ ରହିଥିଲା । କିନ୍ତୁ ବହୁତ ସମୟରେ ସଂଖ୍ୟାଲଘୁ ସିନ୍ଧିମାନଙ୍କୁ ପାକିସ୍ତାନରେ ହଇରାଣ ହରକତ କରାଯାଉଥିଲା ଏଥିରେ ସେମାନେ ଅତିଷ୍ଠ ହୋଇ ପଡିଥିଲେ । ଆଉ ମନ ପସନ୍ଦର ସାଥୀ ପାଇବାକୁ ସେମାନେ ଭାରତୀୟଙ୍କୁ ପସନ୍ଦ କରୁଛନ୍ତି । ସେପଟେ ଆଉ ୩ଶହ ଜଣ ସିନ୍ଧି ମହିଳା ଭାରତର ବୋହୂ ହେବାକୁ ଅପେକ୍ଷା କରିଛନ୍ତି । ଆଉ ଚାତକ ପରି ଚାହିଁ ରହିଛନ୍ତି କେତେବେଳେ ସେମାନଙ୍କୁ ମିଳିବ ଭିସା।