Viral Video / ରନ୍ୱେରେ ଛିଡ଼ା ହୋଇଥିବା ବିମାନକୁ ଉଡ଼ାଇ ନେଲା ପବନ; ଦେଖନ୍ତୁ ଛାତିଥରା Video
·47 mins ago·2 min read

Key Points
ଇଟାଲିରେ ପ୍ରବଳ ବର୍ଷା ସହ ଝଟ୍କା ପବନରେ ବିମାନ ଉଡ଼ି ଯାଇଛି । ରନ୍ୱେରେ ଛିଡ଼ା ହୋଇଥିବା ଛୋଟ ଯାତ୍ରୀବାହୀ ବିମାନ ପବନରେ ଖେଳନା ଭଳି ଉଡ଼ି ଓଲଟି ପଡ଼ିଛି ।
ନୂଆଦିଲ୍ଲୀ: ମାଡ଼ି ଆସିଲା ତୀବ୍ର ପବନ । ବିମାନବନ୍ଦରରେ ଛିଡ଼ା ହୋଇଥିବା ପ୍ଲେନ୍କୁ ଉଡ଼ାଇ ନେଲା । ଇଟାଲିରେ ପ୍ରବଳ ବର୍ଷା ସହ ଝଟ୍କା ପବନରେ ବିମାନ ଉଡ଼ି ଯାଇଛି । ରନ୍ୱେରେ ଛିଡ଼ା ହୋଇଥିବା ଛୋଟ ଯାତ୍ରୀବାହୀ ବିମାନ ପବନରେ ଖେଳନା ଭଳି ଉଡ଼ି ଓଲଟି ପଡ଼ିଛି ।
ଏହି ଘଟଣ ଅଗଷ୍ଟ ୨୧ ତାରିଖର । ଇଟାଲିର ଏମିଲିଆ-ରୋମାଗ୍ନା ଅଞ୍ଚଳରେ ଥିବା ଫୋର୍ଲି ଲୁଇଜି ରିଡୋଲ୍ଫୋ ବିମାନବନ୍ଦରରେ ଭୀଣଷ ଝଡ଼ ତୋଫାନ ହୋଇଥିଲା । ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ମାଡ଼ି ଆସିଥିଲା ।
ଏଥିସହ ପଢ଼ନ୍ତୁ: ମା’ଙ୍କ ଜନ୍ମଦିନରେ ୧୦୦ ଟଙ୍କା ନେଇ ଗିଫ୍ଟ କିଣିବାକୁ ଗଲା ୬ ବର୍ଷର ଝିଅ, ଦୋକାନୀ ଫ୍ରିରେ ଦେଇଦେଲା ଚେନ
ପବନର ବେଗ ଏତେ ଅଧିକ ଥିଲା ଯେ, ଦେଖୁ ଦେଖୁ ଖେଳନା ଭଳି ୪ରୁ ଅଧିକ ଯାତ୍ରୀବାହୀ ବିମାନ ଓଲଟି ପଡ଼ିଥିଲା । ଯାହାକୁ ନେଇ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଥିଲା । ପବନରେ ବିମାନ ଓଲଟି ପଡ଼ୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
କୁହାଯାଉଛି, ଝଡ଼ ତୋଫାନ୍ ପ୍ରାୟ ୧୦ ମିନିଟ୍ ଧରି ଲାଗି ରହିଥିଲା । ଆଉ ଏତେ କମ୍ ସମୟରେ ପବନ ରନ୍ ୱେରେ ଥିବା ଟ୍ରେନିଂ ବିମାନକୁ ତା ସ୍ଥାନରୁ ଅନ୍ୟତ୍ର ଉଡ଼ାଇ ନେଇଥିଲା । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ବିମାନ ତଳେ ଓଲଟି ପଡ଼ିବା ସହ ବେଶ୍ ଦୂରକୁ ପଳାଇଛି । ଏଭଳି ଭାବେ ୪ରୁ ଅଧିକ ଛୋଟ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ଭିଡିଓରେ ଦେଖା ଯାଉଛି, ଝଟ୍କା ପବନରେ ଛୋଟ ବିମାନ ରନ୍ୱେରୁ ଉଡ଼ି ଯାଉଛି । ବିମାନ ଓଲଟି ପଡ଼ୁଥିବା ଦେଖା ଯାଉଛି । ପ୍ରଭାବିତ ବିମାନ ମଧ୍ୟରେ ରହିଛି ସେସନା ୧୭୨ ସ୍କାଇହକ୍ ଓ ଟେକନମ P2008JC ଭଳି ଟ୍ରେନିଂଏୟାରକ୍ରାଫ୍ଟ ।
ଏଥିସହ ପଢ଼ନ୍ତୁ: ବିବାହ ମଝିରେ କର୍ତ୍ତବ୍ୟ କଲେ ନବବଧୂ; ଅସୁସ୍ଥ କ୍ୟାଟରିଂ ଷ୍ଟାଫଙ୍କ କଲେ ଚିକିତ୍ସା
ଆଗମନ ଟର୍ମିନାଲର ଛାତ ଉଡ଼ିଗଲା
ଝଡ଼ ତୋଫାନରେ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏୟାରପୋର୍ଟର ଆଗମନ ଟର୍ମିନାଲର ଛାତର ଏକ ଅଂଶ ପବନରେ ଉଡ଼ି ଯାଇଛି । ଏକ ମେଣ୍ଟେନାନ୍ସ ହ୍ୟାଙ୍ଗର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଥିତିକୁ ଦେଖି ବିମାନ ସେବାକୁ ପ୍ରାୟ ୧ ଘଣ୍ଟା ପାଇଁ ରୋକି ଦିଆଯାଇଥିଲା ।

Multiple aircraft moved due to powerful winds during a severe storm on August 21. Gusts reached around 120 km/h (75 mph) in Forlì Emilia-Romagna Italy. pic.twitter.com/3NJSVoiTfJ
— Weather Monitor (@WeatherMonitors) August 23, 2026
କୁହାଯାଉଛି, ଝଡ଼ ତୋଫାନ୍ ପ୍ରାୟ ୧୦ ମିନିଟ୍ ଧରି ଲାଗି ରହିଥିଲା । ଆଉ ଏତେ କମ୍ ସମୟରେ ପବନ ରନ୍ ୱେରେ ଥିବା ଟ୍ରେନିଂ ବିମାନକୁ ତା ସ୍ଥାନରୁ ଅନ୍ୟତ୍ର ଉଡ଼ାଇ ନେଇଥିଲା । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ବିମାନ ତଳେ ଓଲଟି ପଡ଼ିବା ସହ ବେଶ୍ ଦୂରକୁ ପଳାଇଛି । ଏଭଳି ଭାବେ ୪ରୁ ଅଧିକ ଛୋଟ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ଭିଡିଓରେ ଦେଖା ଯାଉଛି, ଝଟ୍କା ପବନରେ ଛୋଟ ବିମାନ ରନ୍ୱେରୁ ଉଡ଼ି ଯାଉଛି । ବିମାନ ଓଲଟି ପଡ଼ୁଥିବା ଦେଖା ଯାଉଛି । ପ୍ରଭାବିତ ବିମାନ ମଧ୍ୟରେ ରହିଛି ସେସନା ୧୭୨ ସ୍କାଇହକ୍ ଓ ଟେକନମ P2008JC ଭଳି ଟ୍ରେନିଂଏୟାରକ୍ରାଫ୍ଟ ।
ଏଥିସହ ପଢ଼ନ୍ତୁ: ବିବାହ ମଝିରେ କର୍ତ୍ତବ୍ୟ କଲେ ନବବଧୂ; ଅସୁସ୍ଥ କ୍ୟାଟରିଂ ଷ୍ଟାଫଙ୍କ କଲେ ଚିକିତ୍ସା
ଆଗମନ ଟର୍ମିନାଲର ଛାତ ଉଡ଼ିଗଲା
ଝଡ଼ ତୋଫାନରେ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏୟାରପୋର୍ଟର ଆଗମନ ଟର୍ମିନାଲର ଛାତର ଏକ ଅଂଶ ପବନରେ ଉଡ଼ି ଯାଇଛି । ଏକ ମେଣ୍ଟେନାନ୍ସ ହ୍ୟାଙ୍ଗର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଥିତିକୁ ଦେଖି ବିମାନ ସେବାକୁ ପ୍ରାୟ ୧ ଘଣ୍ଟା ପାଇଁ ରୋକି ଦିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories