Earth End Prediction / ବୈଜ୍ଞାନିକଙ୍କ ଭୟଙ୍କର ଭବିଷ୍ୟବାଣୀ, ୧୩ ନଭେମ୍ବର ୨୦୨୬ରେ ଧ୍ବଂସ ହୋଇଯିବ ପୃଥିବୀ !
·4 months ago·2 min read

Key Points
୬୬ ବର୍ଷ ପୁରୁଣା ଭବିଷ୍ୟବାଣୀ
୧୩ ନଭେମ୍ବର ୨୦୨୬ରେ ପୃଥିବୀ ଶେଷ ହେବ କି ?
ବୈଜ୍ଞାନିକଙ୍କ ଚେତାବନୀ ଭାଇରାଲ୍
୧୩ ନଭେମ୍ବର ୨୦୨୬ରେ ପୃଥିବୀ ଶେଷ ହେବ କି ?
ବୈଜ୍ଞାନିକଙ୍କ ଚେତାବନୀ ଭାଇରାଲ୍
୧୩ ନଭେମ୍ବର ୨୦୨୬ରେ ଶେଷ ହୋଇଯିବ ମାନବ ସଭ୍ୟତା । ୧୯୬୦ ମସିହାରେ, ଜଣେ ବୈଜ୍ଞାନିକ ଏମିତି ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ଯେ ପୃଥିବୀରେ ମାନବ ସଭ୍ୟତା ୧୩ ନଭେମ୍ବର, ୨୦୨୬ ରେ ଶେଷ ହୋଇପାରେ । ଏହା କୌଣସି ଧାର୍ମିକ କିମ୍ବା ଅନ୍ଧବିଶ୍ୱାସୀ ଭବିଷ୍ୟବାଣୀ ନଥିଲା; ଏହା ସମ୍ପୂର୍ଣ୍ଣ ଗଣିତ ଏବଂ ବିଜ୍ଞାନ ଉପରେ ଆଧାରିତ ଥିଲା । ଆମେରିକୀୟ ପଦାର୍ଥ ବିଜ୍ଞାନୀ ହାଇଞ୍ଜ ଭନ୍ ଫର୍ଷ୍ଟର ତାଙ୍କ ଟିମ୍ ସହିତ ଏହି ଅଧ୍ୟୟନ କରିଥିଲେ ଏବଂ ଏହାକୁ ଏକ ପ୍ରସିଦ୍ଧ ବିଜ୍ଞାନ ପତ୍ରିକାରେ ପ୍ରକାଶ କରିଥିଲେ ।
ହାଇଞ୍ଜ ଭନ୍ ଫର୍ଷ୍ଟର ବିଶ୍ୱର ଜନସଂଖ୍ୟା ବୃଦ୍ଧି ଗଣନା କରିଥିଲେ। ସେ ଜାଣିପାରିଲେ ଯେ ମାନବ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେ ଏକ ଗାଣିତିକ ସୂତ୍ର ବାହାର କରିଥିଲେ ଏବଂ ଭବିଷ୍ୟବାଣୀ କରିଥିଲେ ଯେ ଯଦି ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଏ, ତେବେ ୧୩ ନଭେମ୍ବର, ୨୦୨୬ ସୁଦ୍ଧା ଏହା ଏତେ ବଡ଼ ସ୍ତରରେ ପହଞ୍ଚିଯିବ ଯେ ପୃଥିବୀ ଏହାକୁ ବଜାୟ ରଖିପାରିବ ନାହିଁ ।
ସେ ସତର୍କ କରିଥିଲେ ଯେ, ଅତ୍ୟଧିକ ଜନସଂଖ୍ୟା କାରଣରୁ ଖାଦ୍ୟ, ପାଣି, ଜମି ଓ ପ୍ରାକୃତିକ ସମ୍ପଦର ଭୟଙ୍କର ଅଭାବ ସୃଷ୍ଟି ହେବ । ଏହା ଯୁଦ୍ଧ, ଦୁର୍ଭିକ୍ଷ, ରୋଗ ଓ ପରିବେଶ ଧ୍ୱଂସକୁ ଆମନ୍ତ୍ରଣ କରିପାରେ । ସେ ଏହାକୁ ଡୁମ୍ସଡେ ବା ପ୍ରଳୟ ଦିବସ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ: ଦ୍ରୁତ ଗତିରେ ବ୍ୟାପୁଛି ଏବୋଲା ଭାଇରସ,କୌଣସି ଔଷଧ କିମ୍ବା ଟିକା ସହଜରେ ଉପଲବ୍ଧ ନାହିଁ
ହେଞ୍ଜ ଭନ୍ ଫୋର୍ଷ୍ଟରଙ୍କ କହିବା ଅନୁସାରେ, ୨୦ ଶତାବ୍ଦୀରେ ଚିକିତ୍ସା ବ୍ୟବସ୍ଥା, ଖାଦ୍ୟ ଉତ୍ପାଦନ ଏବଂ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇବାରୁ ଜନସଂଖ୍ୟା ଅସାଧାରଣ ଭାବେ ବଢ଼ିଥିଲା । ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନ୍ରୁ ଅଧିକ ହୋଇସାରିଛି । ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ୍ ୱାର୍ମିଂ, ପାଣି ସଂକଟ, ପ୍ରଦୂଷଣ ଏବଂ ଖାଦ୍ୟ ସୁରକ୍ଷା ଭଳି ଗଭୀର ସମସ୍ୟାର ସମ୍ମୁଖୀନ ହେଉଛି । ତେବେ ବିଶେଷଜ୍ଞମାନଙ୍କ ଅନୁସାରେ, ୨୦୨୬ରେ ହଠାତ୍ ପୃଥିବୀର ଅନ୍ତ ହେବାର ସମ୍ଭାବନା ବହୁତ କମ୍ । କିନ୍ତୁ ଯଦି ମଣିଷ ସଚେତନ ନହୁଏ, ତେବେ ଆଗାମୀ ଦିନରେ ବଡ଼ ସଙ୍କଟ ଆସିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ନଭେମ୍ବର ୧୩, ୨୦୨୬, ଆଉ ମାତ୍ର କିଛି ମାସ ଦୂରରେ । ବୈଜ୍ଞାନିକମାନେ କୁହନ୍ତି ଯେ ଭନ୍ ଫୋର୍ଷ୍ଟରଙ୍କ ଆକଳନ ଭୁଲ ହୋଇପାରେ । କିନ୍ତୁ ତାଙ୍କର ଚେତାବନୀର ଗୁରୁତ୍ୱପୂର୍ଣ୍ଣ ରହିଛି । ଆମକୁ ଆମର ଅଭ୍ୟାସ ବଦଳାଇବାକୁ ପଡିବ । କିନ୍ତୁ ଯଦି ଆମେ ଏହାକୁ ଅଣଦେଖା କରୁ ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ।
Related Topics
Explore more stories