Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ୪ଜଣ ଖଲିସ୍ତାନୀ ସମର୍ଥକ ଗିରଫ

International

ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ୪ଜଣ ଖଲିସ୍ତାନୀ ସମର୍ଥକ ଗିରଫ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ୪ଜଣ ଖଲିସ୍ତାନୀ ସମର୍ଥକ ଗିରଫ

ଅର୍ଗସ ବ୍ୟୁରୋ : କାନାଡ଼ା ବ୍ରାମ୍ପଟନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ୪ଜଣ ଖଲିସ୍ତାନୀ ସମର୍ଥକ ଗିରଫ । କାନାଡା ପୋଲିସ ଶିଖ୍ ଫର୍ ଜଷ୍ଟିସ ସଂଗଠନର ଶୀର୍ଷ ନେତା ଇନ୍ଦ୍ରଜିତ୍ ଗୋସାଲ ସମେତ ୪ଜଣ ଚରମପନ୍ଥୀଙ୍କୁ ଗିରଫ କରିଛି । ଏନେଇ କାନାଡାରେ ଥିବା ଭାରତୀୟ ଏଜେନ୍ସି ସୂଚନା ଦେଇଛି । ଗୋସାଲ୍ କାନାଡା ପାଇଁ ଏଏସ୍‌ଏଫ୍‌ଜେର ସଂଯୋଜକ ରହିଛି ଏବଂ ନିହତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ସେ ସହଯୋଗୀ ଥିଲା ।

ଅଧିକ ପଢନ୍ତୁ ବିଦେଶ ଖବର

ନଭେମ୍ବର ୪ ତାରିଖରେ ଶିଖ୍ ଦଙ୍ଗାର ୪୦ବର୍ଷ ପୂର୍ତ୍ତି ଅବସରରେ ବ୍ରାମ୍ପଟନ ମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖଲିସ୍ତାନ ସମର୍ଥକମାନେ ଅଚାନକ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିଥିଲୋ। ଏହି ଘଟଣାରେ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାକୁ କଡ଼ା ନିନ୍ଦା କରିଥିଲେ । ମନ୍ଦିର ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ଲାଗି କାନାଡା ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ତଦନ୍ତକାରୀ ଟିମ୍ ସିସିଟିଭି ଫୁଟେଜକୁ ବିଶ୍ଲେଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବ ସହ ସେମାନଙ୍କୁ ଗିରଫ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 Khalistani supporters arrested for attacking Hindu temple | Argus News