Videos
|
International

8 Year Old Boy Rescued / ବନ୍ୟାରେ ସବୁକିଛି ଭାସିଗଲା, ହେଲେ ବଞ୍ଚିଗଲା ୮ ବର୍ଷର ଶିଶୁ; ମା’ ସହ ହେଲା ଭାବପ୍ରବଣ ମିଳନ

Santosh Kumar Sahoo
Browse all articles by Santosh Kumar Sahoo
·23 mins ago·2 min read
ବନ୍ୟାରେ ସବୁକିଛି ଭାସିଗଲା, ହେଲେ ବଞ୍ଚିଗଲା ୮ ବର୍ଷର ଶିଶୁ; ମା’ ସହ ହେଲା ଭାବପ୍ରବଣ ମିଳନ
8 Year Old Boy Rescued

Key Points

ନିଖୋଜ ପୁଅକୁ ଖୋଜି ଖୋଜି ହାରିଯାଇଥିଲେ ମା’
ହଠାତ୍ ମିଳିଲା ଜୀବିତ ଥିବା ଖବର
ହସ୍ପିଟାଲରେ ଜୀବିତ ଦେଖି ଝରିଲା ଲୁହ
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ମୃତ୍ୟୁକୁ ମାତ୍ ଦେଇ ବଞ୍ଚିଗଲା ୮ ବର୍ଷର ଜଣେ ଶିଶୁ । ନିଜ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଭିତରକୁ ଦୌଡ଼ିବା ସହ ଗଛ ଉପରେ ଚଢ଼ି ରହିଥିଲା ୮ ବର୍ଷର ଶିଶୁ ଜୋଏଲ ଘାଲେ । ନେପାଳ ବନ୍ୟା ପରେ ପରିବାର ଲୋକ ଭାବିଥିଲେ ଜୋଏଲଙ୍କ ମୃତ୍ୟୁ ହୋଇଥିବା କିନ୍ତୁ ଶେଷରେ କାଠମାଣ୍ଡୁର ଏକ ହସ୍ପିଟାଲରେ ମା’ଙ୍କ ସହ ତାଙ୍କର ଭାବପ୍ରବଣ ମିଳନ ହୋଇଛି ।

ଜୋଏଲ ନେପାଳର ବନ୍ୟା ପ୍ରଭାବିତ ରସୁଆ ଜିଲ୍ଲାରୁ ଉଦ୍ଧାର ହୋଇଥିଲେ । ଏହି ଅଘଟଣରେ ତାଙ୍କ ଗୋଡ଼ ଫ୍ରାକ୍ଚର ହୋଇଥିବା ବେଳେ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରି କାଠମାଣ୍ଡୁର ଏକ ହସ୍ପିଟାଲକୁ ନିଆଯାଇଥିଲା ।

ଜୋଏଲଙ୍କ ମା’ ୨୮ ବର୍ଷୀୟା ମଟ୍ଟି ମାୟା ତମାଙ୍ଗ । ପୁଅମାନଙ୍କ ସହ ଯୋଗାଯୋଗ ହୋଇନପାରିବା ପରେ ସେ ଘଣ୍ଟା ଘଣ୍ଟା ଧରି ଶେଲ୍ଟର ଓ ରିଲିଫ୍ ସେଣ୍ଟରରେ ଖୋଜାଖୋଜି କରିଥିଲେ । ତାଙ୍କ ମନରେ କେବଳ ଗୋଟିଏ ଭୟ ଥିଲା—ତାଙ୍କ ଦୁଇ ପୁଅ ଏହି ବିପର୍ଯ୍ୟୟରେ ବୋଧହୁଏ ଆଉ ବଞ୍ଚିନାହାନ୍ତି ।

ଗୋଟିଏ ଭୟଙ୍କର ଶବ୍ଦରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ

ବୁଧବାର, ୨୬ ଅଗଷ୍ଟ ୨୦୨୬ ସକାଳେ ଜୋଏଲ ଓ ତାଙ୍କ ଭାଇ ଗାଡ଼ିରେ ସ୍କୁଲ ଯାଇଥିଲେ । ଆଉ ତାଙ୍କ ମା’ ଘରେ ବସି ବୁଣାକାମ କରୁଥିଲେ । ଆଉ ଏତିକି ବେଳେ ହଠାତ୍ ସେ ଏକ ଭୟଙ୍କର ଶବ୍ଦ ଶୁଣିଥିଲେ । ପ୍ରଥମେ ତାଙ୍କୁ ଲାଗିଥିଲା ଯେ ହୁଏତ ଭୂମିକମ୍ପ ହୋଇଛି । କିନ୍ତୁ କିଛି ସମୟ ପରେ ସେ ଯାହା ଦେଖିଥିଲେ, ତାହା ତାଙ୍କୁ ଭୟଭୀତ କରିଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଟ୍ଟି ମାୟାଙ୍କ କହିବା ଅନୁସାରେ, ସେ ନିଜ ଆଖିରେ ସବୁକିଛି ଭାସିଯାଉଥିବା ଦେଖିଥିଲେ । ସେତେବେଳେ ତାଙ୍କ ମନରେ କେବଳ ନିଜ ପୁଅମାନଙ୍କ କଥା ଆସୁଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ମା’ ନିଜ ଅଞ୍ଚଳକୁ ମଧ୍ୟ ଚିହ୍ନିପାରୁନଥିଲେ । ସ୍କୁଲ ଭାଙ୍ଗି ମାଟିରେ ମିଶିଯାଇଥିଲା । ବଜାର ଓ ଅନ୍ୟାନ୍ୟ ଘରଦ୍ୱାର ମଧ୍ୟ କାଦୁଅ, ପଥର ଓ ବନ୍ୟା ପାଣି ତଳେ ପୋତି ହୋଇଯାଇଥିଲା ।

ମଟ୍ଟି ମାୟା ଶେଲ୍ଟର ଏବଂ ଉଦ୍ଧାର ହୋଇଥିବା ଲୋକଙ୍କ ତାଲିକାରେ ବାରମ୍ବାର ନିଜ ପୁଅମାନଙ୍କ ନାମ ଖୋଜିଥିଲେ । କିନ୍ତୁ କୌଣସି ସୂଚନା ନମିଳିବାରୁ ତାଙ୍କ ଆଶା ଧୀରେ ଧୀରେ ଭାଙ୍ଗିଯାଉଥିଲା ।

ହଠାତ୍ ମିଳିଲା ଆଶାର ଖବର

ଏହି ସମୟରେ ଜଣେ ସାମ୍ବାଦିକ ହସ୍ପିଟାଲରେ ଜୋଏଲଙ୍କୁ ଦେଖିଥିଲେ । ଆହତ ଶିଶୁଟି ନିଜ ପରିବାରକୁ ଖୋଜିପାରୁନଥିଲା । ତେଣୁ ତାଙ୍କୁ ଚିହ୍ନିପାରିବା ପାଇଁ ତାଙ୍କର ଭିଡିଓ କରାଯାଇଥିଲା, ଯାହା ମାଧ୍ୟମରେ ପରିବାର ତାଙ୍କୁ ଚିହ୍ନଟ କରିପାରିବେ ବୋଲି ଆଶା କରାଯାଇଥିଲା ।

ଶେଷରେ ମଟ୍ଟି ମାୟାଙ୍କୁ ସାମ୍ବାଦିକଙ୍କ ଫୋନ୍ ନମ୍ବର ମିଳିଥିଲା । ସେ ଯେତେବେଳେ ଯୋଗାଯୋଗ କଲେ, ସେତେବେଳେ ତାଙ୍କୁ ମିଳିଥିଲା ଜୀବନର ସବୁଠାରୁ ବଡ଼ ଖୁସିର ଖବର—ଜୋଏଲ ଜୀବିତ ଅଛି ଏବଂ କାଠମାଣ୍ଡୁରେ ଚିକିତ୍ସାଧୀନ ଅଛି । ଏହା ସହିତ ତାଙ୍କ ସାନ ପୁଅ ମଧ୍ୟ ବଞ୍ଚିଯାଇଥିବା ଖବର ମିଳିଥିଲା ।

ହସ୍ପିଟାଲ ବେଡ୍‌ରେ ପୁଅକୁ ଦେଖି ଲୁହ ରୋକିପାରିଲେନି ମା’

ଶୁକ୍ରବାର ମଟ୍ଟି ମାୟା ପ୍ରାୟ ଦୁଇ ଘଣ୍ଟାର ଯାତ୍ରା କରି କାଠମାଣ୍ଡୁ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ହସ୍ପିଟାଲ ବେଡ୍‌ରେ ଆହତ ଅବସ୍ଥାରେ ଶୋଇଥିବା ନିଜ ପୁଅ ଜୋଏଲଙ୍କୁ ଦେଖିବା ମାତ୍ରେ ତାଙ୍କ ଆଖିରୁ ଲୁହ ଝରିପଡ଼ିଥିଲା । ଯେଉଁ ମା’ କିଛି ଘଣ୍ଟା ପୂର୍ବରୁ ପୁଅ ବଞ୍ଚିଛି କି ନାହିଁ ବୋଲି ଆଶଙ୍କାରେ ଥିଲେ, ସେହି ମା’ ଶେଷରେ ନିଜ ପୁଅକୁ ଆଖି ସାମ୍ନାରେ ଜୀବିତ ଦେଖିଥିଲେ ।