BLF KAAD Attacks Today / ବଲୋଚ ବିଦ୍ରୋହୀ ମହିଳା ୟୁନିଟ୍ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୯ ସୈନ୍ୟ ନିହତ

Key Points
ଜାରି ହୋଇଥିବା ଭିଡିଓ ଟୁର୍ବାଟ୍ (Turbat) ଠାରେ ହୋଇଥିବା ଏକ ଅଭିଯାନକୁ ଦର୍ଶାଇଛି। ଯେଉଁଥିରେ କାଡ୍ (Karima Armed Assault Division) ସହ ଜଡ଼ିତ ମହିଳା ଯୋଦ୍ଧା (KAAD Women Fighters) ରାଇଫଲ୍ ଧରି ସେପ୍ଟେମ୍ବର ୨୨ ତାରିଖରେ ବଲୋଚିସ୍ତାନ ପ୍ରଦେଶର 'ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର୍' (China Pakistan Economic Corridor) ରାଜପଥରେ ଯାଉଥିବା 'କ୍ୱିକ୍ ରେସପନ୍ସ ଫୋର୍ସ' (Quick Response Force)ର ତିନୋଟି ଗାଡ଼ି ବିଶିଷ୍ଟ କନଭୟ ଉପରକୁ ଗୁଳି ଚଳାଇଥିଲେ।
ଭିଡିଓରେ ଜଣେ ମହିଳା କମାଣ୍ଡର ଅଭିଯାନ ସମ୍ପର୍କରେ ସୂଚନା ଦେଉଥିବା ଦେଖାଯାଇଛି। ଏହା ପରେ କାଡ ମହିଳା ଯୋଦ୍ଧା ମାତ୍ର କିଛି ଦୂରରୁ ଆକ୍ରମଣ କରିଥିଲେ। ଯାହା ସେମାନଙ୍କର ଉଚ୍ଚମାନର ପ୍ରଶିକ୍ଷଣକୁ ପ୍ରମାଣିତ କରୁଛି। କାଡ୍ ମୁଖପାତ୍ର ମେଜର ଗୱାହରାମ୍ ବାଲୋଚ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଆକ୍ରମଣରେ ପାକିସ୍ତାନୀ ସେନାର ଅନେକ ଗାଡ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି ଯେ, କାଡ୍ ମହିଳା ୟୁନିଟ୍ ଏହି ଅଭିଯାନକୁ ଗୋଷ୍ଠୀର 'କୁର୍ବାନ୍ ୟୁନିଟ୍' (Qurban Unit) ସମର୍ଥନ କରିଥିଲା। ସେମାନେ ଘେରାଉ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ସେନା ସହ ମୁକାବିଲା କରିବାରେ ସଫଳ ହୋଇଥିଲେ। ମହିଳା ଯୋଦ୍ଧାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହାୟତା କରିଥିଲେ।
مانیٹرنگ : بلوچستان لبریشن فرنٹ (BLF) نے اپنے میڈیا سیل ’’آشوب‘‘ کے ذریعے اپنے نو تشکیل شدہ ’’کریمہ آرمڈ اسالٹ ڈویژن‘‘ (KAAD) کی ایک ویڈیو جاری کی ہے۔ ویڈیو میں تربت کے علاقے جوسک میں سی پیک روڈ پر کیو آر ایف قافلے پر حملے اور قلات کے علاقے منگچر میں ناکہ بندی اور گاڑیوں کے اسنیپ چیکنگ کے مناظر شامل ہیں۔ BLF کے مطابق، ان کارروائیوں میں مجموعی طور پر 9 فوجی اہلکار ہلاک اور متعدد زخمی ہوئے۔ تربت جوسک کی ویڈیو میں خواتین کمانڈر کو مشن کی تفصیلات بتاتے ہوئے دیکھا جا سکتا ہے، جبکہ ویڈیو میں تربیتی مناظر بھی شامل ہیں۔ بعد ازاں تربت جوسک کی ویڈیو میں دیکھا جا سکتا ہے کہ KAAD کے جنگجو فوجی گاڑیوں کے قافلے کو تقریباً پانچ قدم کے فاصلے سے شدید فائرنگ کا نشانہ بنا رہے ہیں، جبکہ قلات کے علاقے منگچر میں KAAD کے جنگجوؤں کو گاڑیوں کی سنیپ چیکنگ کرتے ہوئے دیکھا جا سکتا ہے۔ ویڈیو میں تقریباً پانچ قدم کی دوری سے حملہ کرتے ہوئے دکھایا گیا ہے، جس سے ان جنگجوؤں کی تربیت اور کارروائی کی تیاری کا اندازہ ہوتا ہے کہ انہیں کئی سالوں سے تربیت دی گئی ہے۔ کاڈ کے منظم حملوں سے ظاہر ہوتا ہے کہ بی ایل ایف نے اس یونٹ کو کئی سال کی محنت اور تجربات کے ذریعے ایک منظم جنگی یونٹ کے طور پر تشکیل دیا ہے، جبکہ اس کی مسلسل کارروائیاں تنظیم کی جانب سے اس یونٹ پر دی جانے والی توجہ کو ظاہر کرتی ہیں۔ #بلوچستان
— Subain Baloch (@subain_bluch) September 28, 2026
ସେ କହିଛନ୍ତି ଯେ ଏହି ଆକ୍ରମଣ ସମୟରେ 'କୁର୍ବାନ୍' ୟୁନିଟ ଯୋଦ୍ଧା ଚାକର ମୁରାଦ (ଯିଏ ଦିଲୀପ ଜାନ ନାମରେ ମଧ୍ୟ ଜଣାଶୁଣା) ନିହତ ହୋଇଥିଲେ। ଭିଡିଓର ଅନ୍ୟ ଏକ ଅଂଶରେ, KAAD ଯୋଦ୍ଧା କଲାତ ସ୍ଥିତ ମଙ୍ଗଚାର ଅଞ୍ଚଳରେ ଚଳାଚଳ କରୁଥିବା ଗାଡ଼ି ଯାଞ୍ଚ () କରୁଥିବାର ଦେଖିବାକୁ ମିଳିଛି।
ଅନ୍ୟ ଏକ ଘଟଣାରେ, ବଲୁଚିସ୍ତାନ ଡେରା ବୁଗତି ଅନ୍ତର୍ଗତ ବେହ ଲୋଟି ଅଞ୍ଚଳରେ ଥିବା 'ମାରି ଏନର୍ଜିଜ୍ ଲିମିଟେଡ୍' (Mari Energies Limited) କାର୍ଯ୍ୟସ୍ଥଳୀ ଉପରେ 'ବେଲୁଚ୍ ରିପବ୍ଲିକାନ୍ ଆର୍ମି' (Baloch Republican Army) ରକେଟ୍ ଏବଂ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିଲା। ଏହି ଗୋଷ୍ଠୀର ମୁଖପାତ୍ର ସରବାଜ୍ ବେଲୁଚ୍ କହିଛନ୍ତି ଯେ ଆକ୍ରମଣରେ ୩ ଜଣ କମ୍ପାନୀ କର୍ମଚାରୀ ନିହତ ହୋଇଥିବାବେଳେ ଅନ୍ୟ ଅନେକ ଆହତ ହୋଇଛନ୍ତି। ସରବାଜ୍ କହିଛନ୍ତି ଯେ 'ମାରି ଏନର୍ଜିଜ୍ ଲିମିଟେଡ୍' ଉପରେ ଆକ୍ରମଣ ପରେ, ପାକିସ୍ତାନୀ ସେନା ଏବଂ ସ୍ଥାନୀୟ ସରକାରଙ୍କ ସମର୍ଥନପ୍ରାପ୍ତ ଏକ ସଶସ୍ତ୍ର ଗୋଷ୍ଠୀ (ଯାହାକୁ BRA ସେହିପରି ବର୍ଣ୍ଣନା କରିଛି) ମଧ୍ୟରେ ସଂଘର୍ଷ ହୋଇଥିଲା।
ବିବୃତ୍ତି ଅନୁଯାୟୀ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ୯ ଜଣ ଯବାନ ଏବଂ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀର ୩ ଜଣ ସଦସ୍ୟ ନିହତ ହୋଇଥିଲେ। 'ଦି ବେଲୁଚିସ୍ତାନ ପୋଷ୍ଟ' (The Balochistan Post) ଅନୁଯାୟୀ, ବିଆରଏ (BRA) କହିଛି ଯେ ସେମାନଙ୍କ ଗୋଷ୍ଠୀର ୬ ଜଣ ଯୋଦ୍ଧା (BRA Fighters) ପ୍ରାଣ ହରାଇଛନ୍ତି।
ବେଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ (Baloch Republican Guards) ଜଣାଇଛି ଯେ ସେମାନଙ୍କ ବାହିନୀ 'ହାଜି ସେହର୍' (Haji Shehr) କୁ ନିଜ ଅକ୍ତିଆରକୁ ନେଇଥିଲା ଏବଂ ବିସ୍ଫୋରକ ବ୍ୟବହାର କରି ସ୍ଥାନୀୟ ପୋଲିସ ଷ୍ଟେସନ୍ ଉଡ଼ାଇ ଦେଇଥିଲେ। ଏହା ବ୍ୟତୀତ ଏହି ସଙ୍ଗଠନ ଆହୁରି କହିଛି ଯେ "ବେଲୁଚ୍ ରିପବ୍ଲିକାନ୍ ଆର୍ମି" (BRA) ଯୋଦ୍ଧା "ଏରି ସେହର୍" (Eri Shehr) ଠାରେ ପ୍ରବେଶ କରି ସରକାରୀ କେନ୍ଦ୍ର ଉପରେ ନିୟନ୍ତ୍ରଣ ହାସଲ କରିଥିଲେ ଏବଂ ଅଭିଯାନ ଶେଷ ହେବା ପରେ ସୁରକ୍ଷିତ ଭାବେ ଫେରି ଆସିଥିଲେ।
ଏହା ସହ ପଢନ୍ତୁ: ବିଏଲଏ ଆକ୍ରମଣରେ କମ୍ପିଉଠିଲା ପାକିସ୍ତାନ ତଟରକ୍ଷୀ ବାହିନୀ ଶିବିର; ଟଳିପଡ଼ିଲେ ୩୦ ସୈନ୍ୟ
ଏହି ସାମ୍ପ୍ରତିକ ଘଟଣାକ୍ରମ ପାକିସ୍ତାନର ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି ବେଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣ ବୃଦ୍ଧିର ଏକ ଅଂଶ। ଯାହା ଫଳରେ ବହୁ ସଂଖ୍ୟାରେ ଜୀବନହାନି ହେବା ସହ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଘଟୁଛି।
KAAD ସଙ୍ଗଠନର ନାମକରଣ କାରିମା ବେଲୁଚ୍ଙ୍କ ନାମ ଅନୁସାରେ କରାଯାଇଛି। ସେ ଜଣେ ଜଣାଶୁଣା ବେଲୁଚିସ୍ତାନ ସ୍ୱାଧୀନତାକର୍ମୀ ତଥା 'ବେଲୁଚ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍-ଆଜାଦ୍' (Baloch Students Organisation-Azad) ସଙ୍ଗଠନର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ। ଗତ ୨୦୨୦ ରେ କାନାଡା ସ୍ଥିତ ଟରୋଣ୍ଟୋ ସହରରେ ରହସ୍ୟଜନକ ଭାବେ ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
📱 Get Argus News App
✨Related Topics
Explore more stories