Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍

International

ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍

ଅର୍ଗସ ବ୍ୟୁରୋ : ସ୍ମାର୍ଟଫୋନ ଅତ୍ୟଧିକ ବ୍ୟବହାର କରୁଛନ୍ତି କି ? ତେବେ ଏ ଖବର ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ । କାରଣ ଜଣେ ଅତ୍ୟଧିକ ସ୍ମାଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଫୋନ ବିଲ୍ ଆସିଛି ୧ କୋଟି ୧୪ ଲକ୍ଷ । ଯାହାକୁ ନେଇ ସେ ବ୍ୟକ୍ତି ଜଣକଙ୍କ ହୋସ ଉଡି ଯାଇଛି ।

ଆଜିକାଲି ସମସ୍ତେ ସ୍ମାଟଫୋନ ବ୍ୟବହାର କରୁଛନ୍ତି । ଡିଜିଟାଲ ଯୁଗରେ ସମସ୍ତେ ସବୁ ସମୟରେ ନିଜ ସ୍ମାଟଫୋନକୁ ବ୍ୟବହାର କରୁଛନ୍ତି । କିନ୍ତୁ ଅତ୍ୟଧିକ ବ୍ୟବହାର କଲେ ଆପଣଙ୍କର ମଧ୍ୟ ଏହି ୟୁଜର୍ସଙ୍କ ପରି ଦଶା ଭୋଗିବାକୁ ପଡିବ ।

ଆମେରିକା ଫ୍ଲୋରିଡୋର ଜଣେ ୭୧ ବର୍ଷୀୟ ବ୍ୟକ୍ତି ରେନ ରେମଣ୍ଡ ନିଜ ପତ୍ନୀ ଲିଡାଙ୍କ ସହ ରୁହନ୍ତି । ଗତ କିଛି ଦିନ ତଳେ ଉଭୟ ସ୍ବିଜରଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ନିଜ ଫୋନରେ ଏହି ବିଲ ମେସେଜ ଦେଖି ଚମକି ପଡିଥିଲେ । ଏହି ଫୋନ ବିଲ୍ ଥିଲା ୧ କୋଟି ୧୪ ଲକ୍ଷର । ଯାହାକୁ ଦେଖାଇବା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡିଥିଲା । ତେବେ ସଙ୍ଗେସଙ୍ଗେ ସେ କଷ୍ଟ୍ୟୁମର କେୟାରଙ୍କୁ ଫୋନ କରିଥିଲେ । ହେଲେ କଷ୍ଟ୍ୟୁମର କେୟାରର କର୍ମଚାରୀ କହିଥିଲେ କି ବିଲ ସମ୍ପୁର୍ଣ୍ଣ ଠିକ ଅଛି , ଏଥିରୋ କୌଣସି ବି ଗଡବଡ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଏକାଥରେ ୬ଟି ଶିଶୁ ଜନ୍ମ

ଆନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ, ରେନ ରେମଣ୍ଡ ଭ୍ରମଣ କରିବାକୁ ଯିବା ପୂର୍ବରୁ ଟ୍ରାଭେଲ ପ୍ଲାନକୁ ନେଇ ମୋବାଇଲ ଷ୍ଟୋରରେ କଥାବାର୍ତ୍ତା କରିଥିଲେ । ଏବଂ ସେ କହିଥିଲେ କି ଏଥିରେ ଡାଟା ପ୍ଲାନ ରହିଛି । 

ଏହାପରେ ବୁଲିବାକୁ ଯିବାବେଳେ ତାଙ୍କ ଫୋନ ରୋମିଂରେ ଥିଲା । କିନ୍ତୁ ସେମାନେ ଭାବିଥିଲେ ଯେ, ସେମାନେ ନିଜର ଡାଟା ପ୍ଲାନରେ ହିଁ ନିଜର ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ସେଥିପାଇଁ ନିଜର ବନ୍ଧୁ ପରିଜନ ମାନଙ୍କୁ ଖୁବ ଭିଡିଓ କଲ କରୁଥିଲେ । କିନ୍ତୁ ଏପରି ମେସେଜ ଆସିବା ପରେ ସେମାନେ ଜାଣିବାକୁ ପାଇଥିଲେ ସେମାନେ ସମୁଦାୟ ୯.୫ ଗିଗାବାଇଟ (GB) ଡାଟା ବ୍ୟବହାର କରିଛନ୍ତି । ଯାହା ଦିନକୁ ୬ ହଜାର ଡଲାର ଭାବେ ଗଣାଯାଇଛି । ଯାହାକି ଖୁବ ଅଧିକ ଅଟେ । ତେବେ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବାପରେ ସେ କଷ୍ଟ୍ୟୁମର କେୟାରକୁ ଏତିକି ବିଲ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । 
 

Argus Whatsapp Channel Mobile Top
Sponsored
A person who uses a lot of smartphones has a phone bill of 1 crore 14 lakhs | Argus News