Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଛାତ୍ରଙ୍କୁ ଚୁଟି ନକାଟିବା ପଡିଲା ମହଙ୍ଗା, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଛାତ୍ରଙ୍କୁ ଚୁଟି ନକାଟିବା ପଡିଲା ମହଙ୍ଗା, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ସୋସାଇଟିରେ ଥିବା ଅନେକ ଜଣଙ୍କୁ ବିଭିନ୍ନ ପ୍ରକାର ଜିନିଷର ଫୋବିଆ ଥାଏ । ସେହିପରି ଲଣ୍ଡନର ଜଣେ ଛାତ୍ର ଯିଏ ହେୟାରକଟ ଫୋବିଆରେ ଆକ୍ରାନ୍ତ ଅଟନ୍ତି । ନିଜ ଚୁଟି କାଟିବାକୁ ଡରିଥାନ୍ତି ଏହି ୧୨ ବର୍ଷର ଛାତ୍ର ଫାରୁକ ଜେମସ୍ । ସେ କେବେବି ନିଜର ଚୁଟି କାଟିନାହାନ୍ତି । ଏବେ ତାଙ୍କ ଚୁଟି ଝିଅପିଲାଙ୍କ ଭଳି ଲମ୍ବା ଏବଂ ଘନ ହୋଇଗଲାଣି । ତାଙ୍କ ବାପା ମା' ମଧ୍ୟ ତାଙ୍କୁ ଚୁଟି କାଟିବା ପାଇଁ ବାଧ୍ୟ କରି ନାହାନ୍ତି । ହେଲେ ତାଙ୍କ ସ୍କୁଲରେ ତାଙ୍କୁ ଚୁଟି କାଟିକା ପାଇଁ ସତର୍କ କରାଇଛନ୍ତି । ନଚେତ ସ୍କୁଲରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛନ୍ତି । ଏହା ସ୍କୁଲ ନିୟମର ବାହାରେ ବୋଲି ସେ ବାରମ୍ବାର ଫାରକଙ୍କୁ ଏଥିପାଇଁ ସତର୍କ କରାଇଛନ୍ତି ।

ଅଧିକ ପଢନ୍ତୁ : ଗୋଟିଏ କି ଦୁଇଟି ନୁହେଁ, ୨୩୧ଟି ବିଶ୍ବବିଦ୍ୟାଳୟରୁ ଅଫର୍

ତେବେ ଫାରୁକଙ୍କ ମାଆ ଏହା ନେଇ କହିଛନ୍ତି ଯେ, ଫାରୁକ ଛୋଟବେଳୁ ଚୁଟି କାଟିବା ପାଇଁ ଡରିଥାନ୍ତି । ଯେଉଁଥିପାଇଁ ସେ ତାଙ୍କୁ ଚୁଟି ବାନ୍ଧିକି ସ୍କୁଲକୁ ପଠାଇବାକୁ ରାଜି ଅଛନ୍ତି । ହେଲେ ସେଥିପାଇଁ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ ତାଙ୍କୁ ଅନୁମତି ଦେଉନାହାନ୍ତି । ଏବେ ତାଙ୍କୁ ସିଧା ସ୍କୁଲରୁ ବାହାର କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ସେ ଏବଂ ତାଙ୍କ ପରିବାର ପୁରା ଚିନ୍ତାରେ ଅଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

View this post on Instagram

A post shared by faroukjames (@faroukjames)

ଫାରୁକଙ୍କର ଇନଷ୍ଟାଗ୍ରାମରେ ୨ ଲକ୍ଷ ୫୦ ହଜାର ଫଲୋର୍ସ ଥିବାବେଳେ ତାଙ୍କ ଚୁଟିର ବେଶ ପ୍ରଶଂସକ ଅଛନ୍ତି ।
 

Sponsored
A student from London who suffers from haircut phobia | Argus News