Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଣ୍ଡରେ ଟାଟୁକଲେ ନିଜ ପ୍ରେମିକର ନାଁ, ଭାଇରାଲ ହେଲା ଭିଡିଓ

International

ମୁଣ୍ଡରେ ଟାଟୁକଲେ ନିଜ ପ୍ରେମିକର ନାଁ, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ମୁଣ୍ଡରେ ଟାଟୁକଲେ ନିଜ ପ୍ରେମିକର ନାଁ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ :  ପ୍ରେମ. ପ୍ରେମର ପରିଭାଷା ସମସ୍ତଙ୍କ ପାଇଁ ଭିନ୍ନ. କିଏ କାହାକୁ କେମିତି ଭଲ ପାଇବସେ ସେଇଟା କେବଳ ସେ ହିଁ ବୁଝିପାରେ. ତେଣୁ ପ୍ରେମ ମାତ୍ର କିଛିଟା ଶବ୍ଦଭିତରେ ସୀମିତ ନୁହେଁ କି ଏହାର ମାନେ ସମସ୍ତଙ୍କ ପାଇଁ ସମାନ ନୁହେଁ. ସମସ୍ତଙ୍କର ନିଜ ଜୀବନସାଥୀକୁ ପ୍ରେମ ବ୍ୟକ୍ତ କରିବାର ତରିକା ଭିନ୍ନ ଅଟେ. ସେହିପରି ଜଣେ ମହିଳା ନିଆରା ଢଙ୍ଗରେ ନିଜ ପ୍ରେମିକକୁ ନିଜ ଭଲପାଇବା ବ୍ୟକ୍ତ କରିଛନ୍ତି. 
ୟୁକେର ଜଣେ ମହିଳା ଆନା ଷ୍ଟାନ୍ସକୋଭସ୍କାଏ ନିଜ ପ୍ରେମିକର ନାଁ କୁ ନିଜ ମୁଣ୍ଡରେ ସବୁଦିନ ଲେଖି ଦେଇଛନ୍ତି . ନିଜ ମୁଣ୍ଡରେ ସେ ପ୍ରେମିକର ନାଁ "କେଭିନ" ବୋଲି ଲେଖିଛନ୍ତି. ଟାଟୁ କରିବା ବେଳେ ସେ ବେଶ କଷ୍ଟ ଅନୁଭବ କରୁଥିଲେ . ହେଲେ ପରେ ନିଜର ଟାଟୁ ଦେଖି ସେ ବେଶ ଖୁସି ଅନୁଭବ କରିଥିଲେ.  ତେବେ ଏହି ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. କିଛିଜଣ ଲେଖିଛନ୍ତି କେବଳ ଟାଟୁ କଳାକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଧିକା ଫଲୋର୍ସ ବଢାଇବା ଆଶାରେ ସେ ଏପରି କରିଛନ୍ତି. ଆଉ ଜଣେ ଲେଖିଛନ୍ତି, ଏଥିରେ ଆଦୌ ସତ୍ୟତା ନାହିଁ , ତାହା ହୋଇଥିଲେ ନିଶ୍ଚିତ ରେଡମାର୍କ ଥାନ୍ତା କିମ୍ବା ରକ୍ତ ଥାଆନ୍ତା. ସେହିପରି ଆଉ ଜଣେ ଲେଖିଛନ୍ତି, "କେହି ଆପଣଙ୍କୁ କହି ନାହାନ୍ତି, ଯଦି ନିଜ ବୟଫ୍ରେଣ୍ଡର ନାଁକୁ ନିଜ ଦେହରେ ଟାଟୁ କରାଯାଏ, ତାହେଲେ ତାଙ୍କର ଖୁବଜଲ୍ଦି ବ୍ରେକଅପ ହୋଇଯାଏ. ଏବଂ ଆଉ କିଛିଜଣ ଏହାକୁ ଫେକ୍ ବୋଲି କହିଛନ୍ତି.

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହାର ଉତ୍ତରରେ ଷ୍ଟାନ୍ସକୋଭସ୍କାଏ କହିଛନ୍ତି."ଏହା ଆଦୌ ଫେକ ନୁହେଁ . ଏହା ସତ. ଅନେକ ଜଣ କହୁଛନ୍ତି, ମୁଁ ଏଟାଟୁ କରାଇ ପଶ୍ଚାତାପ କରିବି. ହେଲେ ମୁଁ କେବେବି ଏ ଟାଟୁକୁ ନେଇ ପଶ୍ଚାତାପ କରିବିନି. କାରଣ ମୁଁ ମୋର ପ୍ରେମକଙ୍କୁ ଖୁବ ଭଲପାଏ. ଏବଂ ଯଦି ତୁମେ ସତରେ ଜଣଙ୍କୁ ଭଲ ପାଓ , ତେବେ ତାକୁ ବ୍ୟକ୍ତ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି . 
ଏବଂ ସେ କହିଛନ୍ତି, ଯଦି ବ୍ରେକଅପ ହୁଏ , ତାହେଲେ ମଧ୍ୟ ଠିକ ଅଛି. ମୁଁ ଆଉ ଏକ କେଭିନକୁ ଖୋଜି ପାଇଯିବି. କିନ୍ତୁ ଏହା ମଜାକ ବୋଲି ସେ କହିଛନ୍ତି. 
ଏହା ଆଉ ଏକ ଭିଡିଓରେ କହିବା ପରେ ମଧ୍ୟ ଆଉ କିଛିଜଣ କହିଛନ୍ତି, ତୁମର ସତରେ ମାନସିକ ସନ୍ତୁଳନ ଠିକ ନାହିଁ. ତୁମକୁ ଟିକେ ଚେକ କରାଇଦେବା ଆବଶ୍ୟକ . 

Sponsored
A woman tattooed her lover's name on her forehead | Argus News