Videos
|
International

Vishakha Subhedar / ମିସାଇଲ ଆଟାକରେ ଫସିଲେ ଅଭିନେତ୍ରୀଙ୍କ ପୁଅ, ମୋଦି ମୋ ପୁଅକୁ ଫେରାଇ ଆଣନ୍ତୁ...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ମିସାଇଲ ଆଟାକରେ ଫସିଲେ ଅଭିନେତ୍ରୀଙ୍କ ପୁଅ, ମୋଦି ମୋ ପୁଅକୁ ଫେରାଇ ଆଣନ୍ତୁ...
Vishakha Subhedar

Key Points

ମିସାଇଲ ଆଟାକରେ ଫସିଲେ ଅଭିନେତ୍ରୀଙ୍କ ପୁଅ
କାନ୍ଦି କାନ୍ଦି ସାହାଯ୍ୟ ପାଇଁ ମାଗିଲେ ଭିକ୍ଷା
ପୁଣି ଏକ ବଡ଼ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫସିଛନ୍ତି ପୁଅ । କାନ୍ଦି କାନ୍ଦି ସାହାଯ୍ୟ ପାଇଁ ମାଆ ମାଗୁଛି ଭିକ। ମୋ ପୁଅକୁ ସେଠାରୁ ଫେରାଇଆଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗୁଛନ୍ତି ଜଣେ ମାଆ। ସେପୁଣି ଜଣେ ଅଭିନେତ୍ରୀ। ଇରାନର ମିସାଇଲ ଆକ୍ରମଣ ମଧ୍ୟରେ ୟୁଏଇରେ ଫସି ରହିଥିବା ଅଭିନେତ୍ରୀ ଇଶା ଗୁପ୍ତା ଓ ସୋନଲ ଚୌହାନ କୌଣସି ପ୍ରକାରରେ ଭାରତ ଫେରି ଆସିଛନ୍ତି । କିନ୍ତୁ ଜଣେ ଅଭିନେତ୍ରୀଙ୍କର ପୁଅ ବିଦେଶରେ ଏବେ ବି ଫସି ରହିଛନ୍ତି। ତାଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ଅଭିନେତ୍ରୀ ସାହାଯ୍ୟର ଗୁହାରୀ କରିଛନ୍ତି।

ବିଶାଖା କହୁଛନ୍ତି , ତାଙ୍କର ପୁଅ ଲଣ୍ଡନ ଯାଉଥିଲେ ଏବଂ କୁଏତରେ ତାଙ୍କର ଲେଓଭର ଥିଲା।କିନ୍ତୁ ଇରାନ , ଆମେରିକା , ଇସ୍ରାଏଲ ଓ ଉପସାଗରୀୟ ଦେଶ ଭଳି ୟୁଏଇ ଓ କୁଏତ ମଧ୍ୟରେ ଚାଲୁଥିବା ଉତ୍ତେଜନା କାରଣରୁ ତାଙ୍କର ଲଣ୍ଡନର ବିମାନ ବାତିଲ ହୋଇଗଲା ଏବଂ ସେ କୁଏତ ଏୟାରପୋର୍ଟରେ ଫସି ଯାଇଛନ୍ତି। ସେ କହିଛନ୍ତି ଯେ, ଏୟାରଲାଇନ ବର୍ତ୍ତମାନ ତାଙ୍କର ପୁଅଙ୍କୁ କୁଏତର ଏକ ହୋଟେଲରେ ରଖିଛି , କିନ୍ତୁ ସେଠାର ମାହୋଲ ଏବେ ଠିକ୍ ନାହିଁ ଏବଂ ସେ ଚାହାନ୍ତି ତାଙ୍କ ପୁଅ ଖୁବ୍ ଶୀଘ୍ର ସୁରକ୍ଷିତ ଘରକୁ ଫେରି ଆସନ୍ତୁ।

ମରାଠୀ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଶାଖା ସୁଭେଦାର ଇନଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଅଧିକାରୀଙ୍କୁ ତାଙ୍କ ପୁଅକୁ କୁଏତରୁ ସୁରକ୍ଷିତ ଫେରେଇ ଆଣିବାକୁ ଅପିଲ କରିଛନ୍ତି। ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଦେବେନ୍ଦ୍ର ଫଡଣବିସ୍ ସାହେବ , ଏକନାଥ ସିନ୍ଦେ ସାହେବ , ରାଜ ସାହେବ ...ସମସ୍ତଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି –ପ୍ଲିଜ୍ ସାହାଯ୍ୟ କରନ୍ତୁ , ଏହାସହ ସେ ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ , ଯେଉଁଥିରେ ସେ କାନ୍ଦି କାନ୍ଦି ସବୁ ସ୍ଥିତିକୁ କହୁଛନ୍ତି।

ଏଥିସହ ପଢ଼ନ୍ତୁ: ଶେଷରେ ସତ କହିଲେ ଟ୍ରମ୍ପ: କାହିଁକି ଇରାନକୁ ମାଟିରେ ମିଶେଇଦେଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶାଖା ନିଜର ଯନ୍ତ୍ରଣାକୁ ଦର୍ଶାଇ କାନ୍ଦିଛନ୍ତି। ଲଗାତାର ଆଖିରୁ ବହୁ ଥିବା ଲୁହ ଏହା ଦର୍ଶାଉଛି ଯେ, ସେ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଦେଖିବା ପାଇଁ ଖୁବ୍ ଚିନ୍ତିତ ହୋଇ ପଡ଼ିଛନ୍ତି। କାରଣ ମଧ୍ୟ ପ୍ରାଚ୍ୟର ଦେଶ ଗୁଡ଼ିକରେ ଏହି ସମୟରେ ନେଟୱର୍କ ମଧ୍ୟ ଫେଲ୍ ରହିଛି। ଅନେକ ଲୋକ ତାଙ୍କ ପରିବାର ସହ କଥା ହୋଇ ପାରୁନାହାନ୍ତି। ବିଶାଖା କାନ୍ଦି କାନ୍ଦି ପିଏମ୍ ମୋଦିଙ୍କୁ ଗୁହାରୀ କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି ଲେଖିଛନ୍ତି – ପ୍ଲିଜ୍ ମୋର ସାହାଯ୍ୟ କର । ମୋ ପୁଅ ଅଭିନବ କୁଏତରେ ଫସି ରହିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories