Afghanistan Airstrike / ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପାଖରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍ !
·1 month ago·1 min read

Key Points
ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ
ପାକିସ୍ତାନ ରାଜଧାନୀରେ ଆଫଗାନ ଏୟାରଷ୍ଟ୍ରାଇକ୍
PM ଅଫିସ୍ ପାଖରେ ଆକ୍ରମଣ
ପାକିସ୍ତାନ ରାଜଧାନୀରେ ଆଫଗାନ ଏୟାରଷ୍ଟ୍ରାଇକ୍
PM ଅଫିସ୍ ପାଖରେ ଆକ୍ରମଣ
ପୁଣି ସୀମାରେ ମୁହାଁମୁହିଁ ପାକିସ୍ତାନ-ଆଫଗାନିସ୍ତାନ । ଉଗ୍ର ରୂପ ଧାରଣ କରିଛି ସୀମା ବିବାଦ । ଡ୍ୟୁରାଣ୍ଡ ଲାଇନ୍କୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି । ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ସେନା ପାକିସ୍ତାନୀ ସୀମା ଭିତରେ ଏୟାର ଷ୍ଟ୍ରାଇକ କରି ୫୫ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି । ଆଉ ଏବେ ଆଫଗାନିସ୍ତାନ ପାକିସ୍ତାନୀ ସହରଗୁଡ଼ିକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ ବାୟୁସେନା ଆଜି ସକାଳ ପ୍ରାୟ ୧୧:୦୦ ଟାରେ ଇସଲାମାବାଦରେ ଏକ ଏୟାର ଷ୍ଟ୍ରାଇକ୍ କରିଛି ।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ବାୟୁସେନା ପାକିସ୍ତାନର ରାଜଧାନୀ ଇସଲାମାବାଦର ଫୈଜାବାଦ ସହର ନିକଟରେ ଏକ ସାମରିକ ଶିବିର ଉପରେ ଆକ୍ରମଣ କରିଛି । ଏହା ଖାଇବର ପଖତୁନଖ୍ୱାର ନୌଶେରାରେ ଏକ ସେନା ବାରାକ ଏବଂ ଜାମରୁଦରେ ଏକ ସାମରିକ ସ୍ଥଳକୁ ମଧ୍ୟ ଟାର୍ଗେଟ କରିଛି । ଆଫଗାନିସ୍ତାନ ବାୟୁସେନା ଆବୋଟାବାଦରେ ମଧ୍ୟ ଆକ୍ରମଣ କରିଛି ।
ଏହି ଆକ୍ରମଣଗୁଡ଼ିକ ସକାଳ ୧୧:୦୦ ଟାରେ ଇସଲାମାବାଦରେ ଫୈଜାବାଦ, ନୌସେରା କ୍ୟାଣ୍ଟ, ଜାମରୁଦ ସାମରିକ କଲୋନୀ ଏବଂ ଆବୋଟାବାଦ ନିକଟରେ ଏକ ସାମରିକ ଶିବିରକୁ ଟାର୍ଗେଟ କରି କରାଯାଇଥିଲା ।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଅଭିଯାନ ନିର୍ଦ୍ଦିଷ୍ଟ ସାମରିକ ଘାଟି, କମାଣ୍ଡ ସେଣ୍ଟର ଏବଂ ରଣନୈତିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରି କରାଯାଇଛି । ଏହି ଆକ୍ରମଣରେ ଡ୍ରୋନ ମଧ୍ୟ ବ୍ୟବହାର କରାଯାଇଥିଲା । ତଥାପି, ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ଆକ୍ରମଣକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories