Videos
|
International

Earthquake Today / ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂ-କମ୍ପ ଝଟକା…ରିକ୍ଟର ସ୍କେଲରେ ତୀବ୍ରତା ୩.୮

Ritu Das
Browse all articles by Ritu Das
·1 hour ago·1 min read
ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂ-କମ୍ପ ଝଟକା…ରିକ୍ଟର ସ୍କେଲରେ ତୀବ୍ରତା ୩.୮
India

Key Points

ଆଫଗାନିସ୍ତାନରେ ଶନିବାର ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି
ଆଫଗାନିସ୍ତାନରେ ଶନିବାର ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ସକାଳ ୬ଟା ୨୫ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଭୂପୃଷ୍ଠରୁ ପ୍ରାୟ ୧୧୭ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ୩୪.୫୨୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୦.୬୩୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

  • କାହିଁକି ହୁଏ ଭୂମିକମ୍ପ?

ପୃଥିବୀର ଉପରିଭାଗ ଅନେକ ବଡ଼ ଓ ଛୋଟ ଟେକ୍ଟୋନିକ୍ ପ୍ଲେଟ୍ରେ ବିଭକ୍ତ । ଏହି ପ୍ଲେଟ୍ଗୁଡ଼ିକ ନିରନ୍ତର ଗତିଶୀଳ ଥାଆନ୍ତି । ତେବେ ଏହାର ଗତି ବହୁତ ଧୀର ହୋଇଥାଏ । ଯେତେବେଳେ ଏହି ପ୍ଲେଟ୍ଗୁଡ଼ିକ ପରସ୍ପର ସହ ଧକ୍କା ହୁଅନ୍ତି କିମ୍ବା ଘର୍ଷଣ ସୃଷ୍ଟି ହୁଏ, ସେତେବେଳେ ଭିତରେ ପ୍ରବଳ ଚାପ ଓ ଶକ୍ତି ଜମା ହୋଇଥାଏ । ଏହି ଶକ୍ତି ହଠାତ୍ ମୁକ୍ତ ହେବା ଫଳରେ ପୃଥିବୀର ଉପରିଭାଗ ଥରିବାକୁ ଲାଗେ । ଏହାକୁ ଭୂମିକମ୍ପ କୁହାଯାଏ ।

ଭୂମିକମ୍ପର ତୀବ୍ରତା ମାପିବା ପାଇଁ ରିକ୍ଟର ସ୍କେଲ ବ୍ୟବହାର କରାଯାଏ । ସାଧାରଣତଃ ୭ କିମ୍ବା ତା'ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ବେଶ୍ ବିପଜ୍ଜନକ ହୋଇଥାଏ । ୪.୫ କିମ୍ବା ତା'ଠାରୁ ଅଧିକ ତୀବ୍ରତାର ଭୂମିକମ୍ପରେ ଘର ଓ କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ । ସେହିପରି ୨ କିମ୍ବା ତା'ଠାରୁ କମ୍ ତୀବ୍ରତାର ଭୂମିକମ୍ପକୁ ମାଇକ୍ରୋ ଭୂମିକମ୍ପ କୁହାଯାଏ । ଏହାକୁ ଅନେକ ସମୟରେ ଲୋକେ ଅନୁଭବ ମଧ୍ୟ କରିପାରନ୍ତି ନାହିଁ ।

ଏଥି ସହ ପଢନ୍ତୁ:  ନେପାଳରେ ବଡ଼ଧରଣର ଭୂ-କମ୍ପ…ରିକ୍ଟର ସ୍କେଲରେ ତୀବ୍ରତା ୪.୯



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: