Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଣି ଟ୍ରମ୍ପଙ୍କୁ ଗୁଳିମାଡ , ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପୁଣି ଟ୍ରମ୍ପଙ୍କୁ ଗୁଳିମାଡ , ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ

ଅର୍ଗସ ବ୍ୟୁରୋ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ନିକଟରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଟ୍ରମ୍ପଙ୍କ ଦେହରେ ଗୁଳି ବାଜିନି, ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଗୁଳିମାଡ ପରେ ସନ୍ଦିଗ୍ଧ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ପରେ ତାକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ AK 47 ଜବତ ଜବତ ହୋଇଛି । ପୂର୍ବରୁ ଜୁଲାଇ ୧୩ରେ ପେନସିଲଭାନିଆରେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଗୁଳିମାଡ ହୋଇଥିଲା ।

ଅଧିକ ପଢନ୍ତୁ : ୨୦ ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ?

ସେପଟେ ଟ୍ରମ୍ପଙ୍କ ଉପରେ ହତ୍ୟା ଉଦ୍ୟମକୁ ଗୁରୁତର ସହ ନେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାରୁ ସେ ଆଶ୍ବସ୍ତ ହୋଇଛନ୍ତି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାରେ ରାଜନୈତିକ ହିଂସାର କୌଣସି ସ୍ଥାନ ନାହିଁ । ଟ୍ରମ୍ପଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି ।                   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again attack to America presidential candidate donald trump | Argus News