ପୁଣି ଭୂକମ୍ପରେ ଥରିଲା ମିଆଁମାର
·1 year ago

ପୁଣି ଭୂକମ୍ପରେ ଥରିଲା ମିଆଁମାର । କେନ୍ଦ୍ରୀୟ ମିଆଁମାରର ମେଇକତିଲା ସହର ନିକଟରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ ହୋଇଛି । ମାଣ୍ଡାଲେ ଓ ନ୍ୟାପିତ ମଧ୍ୟଭାଗ ଅଞ୍ଚଳର ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଆମେରିକା ଭୂତତ୍ଵ ସର୍ବେକ୍ଷେଣ ସଂସ୍ଥା ୟୁଏସଜିଏସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂର୍ବରୁ ଗତ ମାର୍ଚ୍ଚ ୨୮ ତାରିଖରେ ଶକ୍ତିଶାଳୀ ଭୂମିକମ୍ପରେ ବହୁ ବଡ଼ ବଡ଼ କୋଠା ଧୂଳିସାତ ହୋଇଥିଲା । ୩ ହଜାର ୫ ଶହରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଥିଲା ୭.୭ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: