Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

International

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

Jitendra Dash
Browse all articles by Jitendra Dash
·2 years ago·2 min read
ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଅର୍ଗସ ବ୍ୟୁରୋ : କୁହାଯାଏ ପ୍ରେମ ଅନ୍ଧ । ପ୍ରେମରେ ନ ଥାଏ ବୟସର ତାରତମ୍ୟ କି ଜାତି ପ୍ରଥାରେ ଆବଦ୍ଧ ହୋଇ ରହେନି ପ୍ରେମ । ପ୍ରେମ ଆଗରେ ସୌନ୍ଦର୍ଯ୍ୟ ବି ହାର ମାନିଯାଏ । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ । ଉଭୟ ଉଭୟଙ୍କ ପାଇଁ ସମର୍ପିତ । ଏଷ୍ଟୋନିଆରେ ଜନ୍ମିତ ୪୮ ବର୍ଷ ବୟସର ମାର୍ଟ ସୋଏସନ । କିନ୍ତୁ ସେ ଏବେ ୧୦୪ ବର୍ଷର ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି । ଯାହାଙ୍କ ନାମ ହେଉଛି ଏଲଫ୍ରିଡେ ରିଟ । ଯାହାଙ୍କର ବୟସ ଏବେ ୧୦୪ ।

ରିଟଙ୍କ ଅବସ୍ଥା ଦେଖି ସୋଏସନ ତାଙ୍କ ସହିତ ରହିବାକୁ ଚାହୁଁଥିଲେ । କିନ୍ତୁ ଅଷ୍ଟ୍ରେଲିଆରେ ଭିସା ପାଇଁ ମଧ୍ୟ ଆବେଦନ କରିଥିଲେ, କିନ୍ତୁ ଶନିବାର ଦିନ ଘଟିଥିଲା ଅଘଟଣ । ଯାହାଥିଲା ଏଲଫ୍ରିଡେ ରିଟଙ୍କ ମୃତ୍ୟୁର ଖବର । ଏହା ସହିତ ଏହି ଅନନ୍ୟ ପ୍ରେମ କାହାଣୀ ଶେଷ ହୋଇଥିଲା । ସୋସିଆଲ ମିଡିଆରେ ଏହି ପ୍ରେମ କାହାଣୀ ବିଷୟରେ ଅନେକ ଆଲୋଚନା ହେଉଛି । ସମଗ୍ର ଘଟଣା ଜାଣିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି ।

ଏଲଫ୍ରିଡେ ରିଟ୍ ଇଷ୍ଟୋନିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ବିବାହ କରିଥିଲେ, କିନ୍ତୁ ସମ୍ପର୍କ ଅଧିକ ଦିନ ରହିନଥିଲା । ଏବଂ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଯାଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରିଟ୍ ମାର୍ଟ ସୋସନଙ୍କ ଜେଜେବାପାଙ୍କୁ ବିବାହ କରିଥିଲେ । ଏହାର ଅର୍ଥ ରିଟ୍ ସୋସାନଙ୍କ ଜେଜେମା ଥିଲେ । କିନ୍ତୁ ୧୧ ବର୍ଷ ପୂର୍ବେ ୧୯୯୬ରେ, ଯେତେବେଳେ ମାର୍ଟ ସୋସନ ଇଂରାଜୀ ଶିଖିବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ, ସେତେବେଳେ ସେ ରିଟଙ୍କୁ ଭେଟିଥିଲେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର

ସେମାନେ ଦେଖାହେବା ମାତ୍ରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ସୋଏସନ କହିଛନ୍ତି, ପ୍ରଥମ ଦେଖାରେ ଏହା ପ୍ରେମ ନୁହେଁ।  ମୁଁ ଜାଣିଥିଲି ଯେ ଆମ ମଧ୍ୟରେ ଏକ ବଡ଼ ବୟସ ପାର୍ଥକ୍ୟ ଅଛି, କିନ୍ତୁ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ବୋଧହୁଏ ସେମାନଙ୍କ ବିନା ବଞ୍ଚିବା କଳ୍ପନା ମଧ୍ୟ କରିପାରିବ ନାହିଁ ହୋଲି ମୁଁ ଚିନ୍ତା ବି କରିଥିଲି । ମୁଁ ତାଙ୍କ ସହିତ ରହିବାକୁ ଚାହୁଁଥୁଲି । କିନ୍ତୁ ଭଗବାନ ଏହା ଚାହୁଁନଥିଲେ ।
 

Argus Whatsapp Channel Mobile Top
Sponsored
Age Is Just a Number : Finding Love and Happiness at Any Stage of Life ! | Argus News