Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆକାଶରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ପ୍ଲେନ୍‍; ଆଖି ବୁଜିଥିଲେ ୩୨୯ ଜଣ, ୪୧ ବର୍ଷ ପରେ ମାନିଲା କାନାଡ଼ା

International

Air India Flight Blast / ଆକାଶରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ପ୍ଲେନ୍‍; ଆଖି ବୁଜିଥିଲେ ୩୨୯ ଜଣ, ୪୧ ବର୍ଷ ପରେ ମାନିଲା କାନାଡ଼ା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆକାଶରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ପ୍ଲେନ୍‍; ଆଖି ବୁଜିଥିଲେ ୩୨୯ ଜଣ, ୪୧ ବର୍ଷ ପରେ ମାନିଲା କାନାଡ଼ା
Canada Finally Accepts Khalistani Involvement

Key Points

୩୨୯ ଜଣଙ୍କୁ ହତ୍ୟା । ୪୧ ବର୍ଷ ପରେ ମାନିଲା କାନାଡ଼ା । ଆତଙ୍କବାଦୀ ଆକ୍ରମଣ ପଛରେ ଥିଲେ ଖଲିସ୍ତାନୀ । 
ନୂଆଦିଲ୍ଲୀ: ୪ ଦଶନ୍ଧି ପରେ କାନାଡ଼ା ମାନିଲା । ଏୟାର ଇଣ୍ଡିଆ ବିମାନ ୧୮୨ ବିସ୍ଫୋରଣ ପଛରେ ଥିଲେ ଖଲିସ୍ତାନୀ । ୩୨୯ ଜଣଙ୍କୁ ହତ୍ୟାର ୪୧ ବର୍ଷ ପରେ କାନାଡ଼ାର ଗୁଇନ୍ଦା ସଂସ୍ଥା (CSIS) ପ୍ରଥମ ଥର ସ୍ପଷ୍ଟ ଭାବରେ ଏହା ସ୍ଵୀକାର କରିଛି । କହିଛି, ଆତଙ୍କବାଦୀ ଆକ୍ରମଣ ପଛରେ କାନାଡ଼ାର ଖଲିସ୍ତାନୀ ଥିଲେ ।

୧୯୮୫ ମସିହା ଜୁନ୍ ୨୩ ତାରିଖ । ଏୟାର ଇଣ୍ଡିଆର ବିମାନ ୧୮୨ରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୩୨୯ ଜଣ ପ୍ରାଣ ହରାଇଥିଲା । ବିମାନ ବିସ୍ଫୋରଣର ୪୧ ବର୍ଷ ପୂର୍ତ୍ତିରେ କାନାଡ଼ାର ଗୁଇନ୍ଦା ସଂସ୍ଥା ବିସ୍ଫୋରଣ ପାଇଁ ଖଲିସ୍ତାନୀଙ୍କୁ ଦାୟୀ କରିଛି ।

ଖଲିସ୍ତାନୀଙ୍କ ସମ୍ପୃକ୍ତି ନେଇ ଦୀର୍ଘବର୍ଷରୁ ଭାରତ ଦାବି କରି ଆସୁଥିବା ବେଳେ ଶେଷରେ କାନାଡ଼ା ମାନି ନେଇଛି । ଯେତେବେଳେ କି ଦଶନ୍ଧି ଦଶନ୍ଧି ଧରି କାନାଡ଼ା ସରକାର ଖଲିସ୍ତାନୀ ଆନ୍ଦୋଳନର ନାଁ ମଧ୍ୟ ନେଉ ନାହାନ୍ତି ।

ଏଥିସହ ପଢ଼ନ୍ତୁ: ଇରାନର ଡ୍ରୋନ୍ ଆକ୍ରମଣ: ୧୧,୦୦୦ ନାବିକଙ୍କ ଜୀବନ ବିପଦରେ 

ବୁଧବାର କାନାଡ଼ାର ଗୁଇନ୍ଦା ସଂସ୍ଥା CSIS ଏକ ପୋଷ୍ଟ କରିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ୧୮୨ ବିସ୍ଫୋରଣକୁ ମନେ ପକାଇବା ସହ ଆକ୍ରମଣକୁ ଦେଶର ଇତିହାସରେ ସବୁଠୁ ଘାତକ ଆତଙ୍କବାଦୀ ଆକ୍ରମଣ କହିଛି ।

ସମ୍ପୂର୍ଣ୍ଣ ମାମଲା କ'ଣ ?

ଏୟାର ଇଣ୍ଡିଆ ବିମାନ ୧୮୨ କାନାଡ଼ାର ଟୋରଣ୍ଟୋରୁ ମୁମ୍ବାଇ ଆସୁଥିଲା । ବୋଇଂ 747-200B ବିମାନର ଅନ୍ୟ ନାମ 'ସମ୍ରାଟ କନିଷ୍କ' ଥିଲା । ଆୟାରଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟ ଆଟଲାଣ୍ଟିକ ମହାସାଗର ଉପରେ ଏୟାର ଇଣ୍ଡିଆ ବିମାନ ବିସ୍ଫୋରଣ ହୋଇଥିଲା ।

ପ୍ରତିବନ୍ଧିତ ଖଲିସ୍ତାନୀ ସଂଗଠନ ବବ୍ବର ଖାଲସାର ସଦସ୍ୟ ଚେକ-ଇନ୍ କରାଯାଇଥିବା ବ୍ୟାଗ୍‌ର ଡବାରେ ବୋମା ରଖିଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ବିମାନ ଆକାଶରେ ହିଁ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

୩୨୯ ମୃତକଙ୍କ ମଧ୍ୟରେ ୨୬୮ ଜଣ କାନାଡ଼ା ନାଗରିକ, ୨୭ ଜଣ ବ୍ରିଟିଶ ନାଗରିକ ଓ ଅନ୍ୟମାନେ ଭାରତୀୟ ଏବଂ କ୍ରିଉ ସଦସ୍ୟ ଥିଲେ । ତେବେ ଦୋଷୀଙ୍କ ନାଁ ନେବାକୁ କାନାଡ଼ାକୁ କାହିଁକି ୪ ଦଶନ୍ଧିରୁ ଅଧିକ ସମୟ ଲାଗିଲା ?

ସଂସ୍ଥାଗତ ଉଦାସୀନତା

୨୦୧୦ ମସିହାରେ କାନାଡ଼ା ସୁପ୍ରିମକୋର୍ଟର ଜଷ୍ଟିସ୍ ଜନ୍ ମେଜରଙ୍କ ଅଧ୍ୟକ୍ଷତାରେ ଗଠିତ କମଟି ଯାଞ୍ଚ ରିପୋର୍ଟରେ ଏକାଧିକ ତ୍ରୁଟି ଥିବା ଦର୍ଶାଇଥିଲେ । ସବୁଠୁ ଅଧିକ ବିଫଳତା CSIS ଓ RCMP ମଧ୍ୟରେ ଲଢ଼େଇ ଥିଲା ।

ବବ୍ବର ଖାଲସାର ନେତା ତଲବିନ୍ଦର ସିଂହ ପରମାରଙ୍କ ଉପରେ CSIS ନଜର ରଖିଥିଲା । କିନ୍ତୁ ଅନ୍ୟ ଏଜେନ୍ସି ଘଣ୍ଟା ଘଣ୍ଟାର ଗୁରୁତ୍ଵପୂର୍ଣ୍ଣ ଗୁଇନ୍ଦା ରେକର୍ଡିଂ ନଷ୍ଟ କରି ଦେଇଥିଲେ । ଯାହାକି ଅପରାଧୀଙ୍କୁ ଦଣ୍ଡ ଦେବାର ନିର୍ଣ୍ଣାୟକ ହୋଇଥାନ୍ତା ।

ଏଥିସହ ପଢ଼ନ୍ତୁ: ୩୯ ସେକେଣ୍ଡରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ; ଭେନେଜୁଏଲାରେ ୧୬୪ ମୃତ, ୯୭୧ ଆହତ 

ସଂସ୍ଥାଗତ ଉଦାସୀନତା ସ୍ଥିତିକୁ ବିଗାଡ଼ି ଦେଇଥିଲା । ବିମାନ ବିସ୍ଫୋରଣରେ ଅଧିକାଂଶ କାନାଡ଼ାର ନାଗରିକ ପ୍ରାଣ ହରାଇଥିଲେ ମଧ୍ୟ ସେଠାକାର ରାଜନେତା ଓ ଗଣମାଧ୍ୟମ ଏହାକୁ ଭାରତୀୟ ସମସ୍ୟା କହି ଏଡ଼ାଇ ଯାଇଥିଲେ ।

୨୦୧୦ ମସିହାରେ କାନାଡ଼ା ପ୍ରଧାନମନ୍ତ୍ରୀ ଷ୍ଟିଫନ ହାର୍ପର ପୀଡ଼ିତ ପରିବାର ସହ ସଂସ୍ଥାଗତ ଉଦାସୀନତା ନେଇ ସ୍ଵୀକାର କରିଥିଲେ । ସରକାର କ୍ଷମା ମାଗିଥିଲେ ମଧ୍ୟ ସରକାରୀ ଦସ୍ତାବିଜ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଖଲିସ୍ତାନୀ ଶବ୍ଦର ବ୍ୟବହାର କରିବାକୁ ବିରତ ରହିବା ଜାରି ରଖିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored