Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତି ରଚିଲେ ଇତିହାସ

International

୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତି ରଚିଲେ ଇତିହାସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତି ରଚିଲେ ଇତିହାସ

ଅର୍ଗସ ବ୍ୟୁରୋ : ୬୦ ବର୍ଷରେ ମିସ ୟୁନିଭର୍ସର ଟାଇଟେଲ ଜିତିଲେ ଅଲେହାନ୍ଦ୍ରା ମରିସା ରୋଡ୍ରିଗ୍ଜ । ଏତେ ବୟସରେ ଏହି ଟାଇଟେଲ ଜିତିଥିବା ସେ ପ୍ରଥମ ମହିଳା ଅଟନ୍ତି । ପୂର୍ବରୁ ଭାରତର ମିସ ୟୁନିଭର୍ସ ଟାଇଟେଲ ସୁଷ୍ମିତା ସେନ୍ , ଲାରା ଦତ୍ର୍‍ ହରନାଜ ସାନ୍ଧୁ ଜିତି ଭାରତର ନାଁ ରୋଶନ କରିଥିଲେ । ହେଲେ ପ୍ରଥମଥର ପାଇଁ ମିସ ୟୁନିଭର୍‍ ବ୍ୟନର୍ସ ଏୟର୍ସ ୨୦୨୪ର ଟାଇଟେଲ ଜଣେ ୬୦ ବର୍ଷର ମହିଳା ଜିତିଛନ୍ତି । ସେ ହେଉଛନ୍ତି ଆର୍ଜେଣ୍ଟିନାର ଅଲେହେନ୍ଦ୍ରା ମରିସା ରୋଡ୍ରିଗ୍ଜ । ସେ ଜଣେ ସାମ୍ବାଦିକା ଏବଂ ଜଣେ ଓକିଲ ଅଟନ୍ତି । 

ଅଧିକ ପଢନ୍ତୁ : ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ତାଙ୍କର ଦୃଢ ସଂକଳ୍ପ ଜଣାପଡେ । କାରଣ ଏହି ଟାଇଟେଲ ଜିତିବା ପରେ ଯେଉଁଥିରେ ସେ ଆଗାମୀ ମେ ୨୦୨୪ର ମିସ ୟୁନିଭର୍ସ ଅର୍ଜେଣ୍ଟିନାର ବ୍ୟୁନର୍ସ ଏୟର୍ସ ଚୟନ ପ୍ରତିଯୋଗୀତାର ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତି କରୁଛନ୍ତି ।   ଯଜି ସେଥିରେ ସେ ବିଜୟୀ ହୁଅନ୍ତି ତେବେ ଷ୍ଟେଜରେ ଆର୍ଜେଣ୍ଟିନାର ପତାକା ଉଡାଇବେ । ୬୦ ବର୍ଷରେ ସେ ଏହି ମିସ ୟୁନିଭର୍ସ ଟାଇଟେଲ ଜିତି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Alejandra Marisa Rodriguez won the title of Miss Universe in 60 years and made history | Argus News