Middle East Crisis / ଇରାନର କେଶ୍ମ ଦ୍ୱୀପରେ ଆମେରିକାର ଗୁପ୍ତ ଆକ୍ରମଣ

Key Points
ଇରାନର କେଶ୍ମ ଦ୍ୱୀପରେ ସିକ୍ରେଟ ଆଟାକ କଲା ଆମେରିକା
ତେହେରାନ ବିରୁଦ୍ଧରେ ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ
ହର୍ମୁଜ ପ୍ରଣାଳୀରେ ଅବସ୍ଥିତ ଦ୍ୱୀପରେ ଆକ୍ରମଣ
ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା... ଇରାନର କେଶ୍ମ ଦ୍ୱୀପରେ ଆମେରିକା ଗୁପ୍ତ ଆକ୍ରମଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ହର୍ମୁଜ ପ୍ରଣାଳୀରେ ଅବସ୍ଥିତ ଏହି ଦ୍ୱୀପରେ ଆକ୍ରମଣ ପରେ ଲଗାତାର ବିସ୍ଫୋରଣ ଘଟିଥିବା ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି । ତେବେ ଏହି ଆକ୍ରମଣ ସମ୍ପର୍କରେ ଆମେରିକା ପକ୍ଷରୁ ସ୍ପଷ୍ଟ ଆଧିକାରିକ ସୂଚନା ମିଳିନାହିଁ ।
ଏହି ଘଟଣା ପରେ ତେହେରାନ ବିରୋଧରେ ଆମେରିକା ପୁଣି ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିପାରେ ବୋଲି ଆଶଙ୍କା ବଢ଼ିଛି । ବିଶେଷକରି ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ବିରୋଧରେ ନୂଆ ସାମରିକ ପଦକ୍ଷେପ ନିଆଯାଇପାରେ ବୋଲି ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ଜାରି ରହିଥିବା ମଧ୍ୟ ସୂଚନା ମିଳିଛି । ଗତ ଫେବୃଆରୀ ୨୮ରୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି ।
ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଭୟଙ୍କର ରୂପ ନେଇଛି । ଦକ୍ଷିଣ ୟୁକ୍ରେନର ଜାପୋରିଜ୍ଜିଆ ଅଞ୍ଚଳରେ ରୁଷ ବାୟୁସେନା ପକ୍ଷରୁ ବଡ଼ଧରଣର ଆକ୍ରମଣ କରାଯାଇଛି । ରୁଷ ଯୁଦ୍ଧ ବିମାନ ୯ଟି ଗାଇଡେଡ୍ ଏରିଏଲ୍ ବମ୍ ନିକ୍ଷେପ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବୟାନ ଅନୁଯାୟୀ, ରୁଷ ଉତ୍ତେଜନା ହ୍ରାସ କରିବାକୁ ଚାହୁଁଥିବା କହୁଛି । ତେବେ ଗୋଟିଏ ପଟେ ଶାନ୍ତି ଆଲୋଚନାର କଥା ଓ ଅନ୍ୟପଟେ ଆକ୍ରମଣ ଜାରି ରହିବା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।
📱 Get Argus News App
✨Related Topics
Explore more stories