Iran Cargo Ship Sinking / ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ଆଇଫୋନ୍ ଓ ପର୍ଫ୍ୟୁମ୍ ନେବାକୁ ସମୁଦ୍ରରେ ଲାଗିଲା ଭିଡ଼
·59 mins ago·1 min read

Key Points
ଆଇଫୋନ୍ ଓ ଫ୍ରେଞ୍ଚ ପର୍ଫ୍ୟୁମ୍ ପାଇଁ ଟଣାଓଟରା
ଇରାନ ସମୁଦ୍ରରେ ହଇଚଇ !
ମାଲ୍ ନେବାକୁ ଧାଇଁଲେ ମତ୍ସ୍ୟଜୀବୀ
ଇରାନ ସମୁଦ୍ରରେ ହଇଚଇ !
ମାଲ୍ ନେବାକୁ ଧାଇଁଲେ ମତ୍ସ୍ୟଜୀବୀ
ଇରାନ ଉପକୂଳବର୍ତ୍ତୀ ସମୁଦ୍ରରେ ବୁଡ଼ିଗଲା ଏକ ବିଶାଳ ମାଲବାହୀ ଜାହାଜ । ଜାହାଜରେ ଥିବା ଆଇଫୋନ୍, ଫ୍ରେଞ୍ଚ ପର୍ଫ୍ୟୁମ୍ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ନେବା ପାଇଁ ସମୁଦ୍ରରେ ଜମିଥିଲା ମତ୍ସ୍ୟଜୀବୀଙ୍କ ଭିଡ଼ । ଛୋଟ ଛୋଟ ଡଙ୍ଗା ଧରି ସମୁଦ୍ର ମଧ୍ୟକୁ ଯାଇଥିବା ଲୋକଙ୍କ ମଧ୍ୟରେ ସାମଗ୍ରୀ ଉଦ୍ଧାର କରିବାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ, ଗତ ୧୪ ତାରିଖରେ ଇରାନ ଉପକୂଳ ନିକଟରେ ‘ଜିଏଫ୍ଏସ୍ ପ୍ରାଇଡ୍’ ନାମକ ଏକ ମାଲବାହୀ ଜାହାଜ ସମୁଦ୍ରରେ ବୁଡ଼ି ଯାଇଥିଲା। ଏହି ଜାହାଜରେ ୨,୫୦୦ରୁ ଅଧିକ କଣ୍ଟେନର ଥିବା କୁହାଯାଉଛି। ସେଥିରେ ଆଇଫୋନ୍, ଫ୍ରେଞ୍ଚ ପର୍ଫ୍ୟୁମ୍ ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ରହିଥିଲା ।
ଜାହାଜ ବୁଡ଼ିଯିବା ଖବର ପ୍ରଚାର ହେବା ପରେ ଶହ ଶହ ମତ୍ସ୍ୟଜୀବୀ ନିଜ ନିଜ ଡଙ୍ଗା ଧରି ସମୁଦ୍ର ମଧ୍ୟକୁ ଯାଇଥିଲେ । ସମୁଦ୍ରରେ ଭାସୁଥିବା କଣ୍ଟେନର ଓ ସେଥିରେ ଥିବା ବାକ୍ସଗୁଡ଼ିକୁ ହାସଲ କରିବା ପାଇଁ ଚାଲିଥିଲା ଟଣାଓଟରା । ଭାଇରାଲ୍ ଭିଡିଓରେ କିଛି ଛୋଟ ଡଙ୍ଗା ବଡ଼ ବଡ଼ କଣ୍ଟେନରକୁ ଟାଣି ନେବା ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି ।
ସିଙ୍ଗାପୁର ପତାକାଧାରୀ ତଥା ନିୟନ୍ତ୍ରଣରେ ଥିବା ଏହି ଜାହାଜରେ ନିଆଁ ଲାଗିଯିବା କାରଣରୁ ବୁଡ଼ି ଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ ୨୧ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କାହାରି ଆହତ ହେବା ଖବର ମିଳିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାକୁ ନେଇ ଇରାନର ଇସଲାମିକ୍ ରିଭୋଲୁସନାରୀ ଗାର୍ଡ କର୍ପସ୍ (IRGC) ଦାବି କରିଛି ଯେ, ଜାହାଜଟି ଏକ ‘ଅଣଆନୁଷ୍ଠାନିକ ଓ ବିପଜ୍ଜନକ’ ଜଳପଥ ଦେଇ ଯାଉଥିବା ସମୟରେ ସମୁଦ୍ର ମାଇନ୍ ସଂସ୍ପର୍ଶରେ ଆସିଥିଲା । ଏହା ଫଳରେ ଜାହାଜରେ ନିଆଁ ଲାଗିଥିବା ଦାବି କରିଛି IRGC।
Related Topics
Explore more stories