ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା
·2 years ago

ଅର୍ଗସ ବ୍ୟୁରୋ : ଆମେରିକାରେ ବଦଳିଲା ମୃତ୍ୟୁଦଣ୍ଡର ତରିକା । ପ୍ରଥମଥର ଲାଗି ଆମେରିକାର ଆଲାବାମାରେ ଗୁରୁବାର ନାଇଟ୍ରୋଜେନ ଗ୍ୟାସ ଦେଇ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏକ ହତ୍ୟା ମାମଲାରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଏଭଳି ମୃତ୍ୟୁଦଣ୍ଡ ଦେବାରେ ଏହା ହେଉଛି ପ୍ରଥମ ମାମଲା ।
ଅଧିକ ପଢନ୍ତୁ ବିଦେଶ ଖବର
ମିଳିଥିବା ସୂଚନା ମୁତାବକ ୫୮ ବର୍ଷୀୟ ଦୋଷୀଙ୍କୁ ଫେସ୍ ମାସ୍କ ମାଧ୍ୟମରେ ନାଇଟ୍ରୋଜେନ୍ ଗ୍ୟାସ୍ ଦିଆଯାଇଥିଲା । ଆଉ ନାଇଟ୍ରୋଜେନ୍ ଗ୍ୟାସ୍ କାରଣରୁ ତାଙ୍କ ଶରୀରରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆମେରିକାର ଆଲାବାମା ଗଭର୍ଣ୍ଣର କେ ଇବେ କହିଛନ୍ତି ଯେ ନାଇଟ୍ରୋଜେନ ଗ୍ୟାସ ମାଧ୍ୟମରେ ପ୍ରଥମ ମୃତ୍ୟୁଦଣ୍ଡ ଦିଆଯାଇଛି । ମାରାତ୍ମକ ଇଞ୍ଜେକ୍ସନର ଏକ ସରଳ ବିକଳ୍ପ ଭାବରେ ରାଜ୍ୟ ଏହାକୁ ଆଗକୁ ବଢ଼ାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: