Khamenei / ମତେ ମାରିଦେବ ଆମେରିକା, ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ: ଖାମେନି
·1 month ago·2 min read

Key Points
ଯଦି ଆମେରିକା ମୋତେ ହତ୍ୟା କରେ କହିଲେ ଖାମେନି
ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ
ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ
ଖାମେନି ବାଝିଲେ ଉତ୍ତରାଧିକାରୀ। କହିଲେ ଯଦି ମୁଁ ମରିଯିବି ବା ମତେ ଯଦି ଆମେରିକା ମାରିଦେବ ସେଥିପାଇଁ ଏବେଠୁ ବାଛିଦେଉଛି ମୋର ଉତ୍ତରାଧିକାରୀ।ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଚିଲାଣି । କେହି କାହାକୁ ଛାଡିବାକୁ ନାରାଜ । ଆକ୍ରମଣ ପାଇଁ ଆମେରିକା ସଜବାଜ ହେଲାଣି । ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ । ଏସବୁ ଭିତରେ ଇରାନ ସୁପ୍ରିମ ଲିଡର ଖାମେନିଙ୍କ ଜୀବନ ପ୍ରତି ବିପଦ ଥିବା ଚର୍ଚ୍ଚା ହେଉଛି । ସେ ସିକ୍ରେଟ୍ ବଙ୍କରରେ ଲୁଚିଛନ୍ତି । କେବଳ ଖାସ୍ ଅଧିକାରୀଙ୍କୁ ସହ ଦେଖା ସାକ୍ଷାତ କରୁଛନ୍ତି । ଆହୁରି ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଗକୁ କିଛି ଅସୁବିଧା ହେଲେ ଦେଶର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।କୁହାଯାଉଛି ଯେ, ଖାମେନୀଙ୍କ ଉତ୍ତରାଧିକାରୀ ଭାବେ ଅଲୀ ସବୁଠୁ ଆଗରେ ଅଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସଂସଦର ସ୍ପିକର ଜେନେରାଲ ଘାଲିବାଫ୍ ଏବଂ ପୂର୍ବତନ ରାଷ୍ଟ୍ରପତି ହାସନ୍ ରୌହାନୀଙ୍କ ନାଁ ସାମ୍ନାକୁ ଆସୁଛି । ବର୍ଷ ଆରମ୍ଭରୁ ଇରାନରେ ବିଦ୍ରୋହ ଦେଖିବାକୁ ମିଳୁଛି । ଯାହାକୁ ଅନେକ ମାତ୍ରାରେ ରୋକିବାରେ ଅଲିଙ୍କ ହାତ ରହିଛି । ଆମେରିକା ସହ ଆଣବିକ ଚୁକ୍ତି ମାମଲାରେ ଅଲି ସିଧାସଳଖ ଓ୍ୱାସିଂଟନ ସହ ଡିଲ୍ କରୁଛନ୍ତି । ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ଅଲିଙ୍କ ଅନୁମତି ଜରୁରୀ । ଯଦି ଆମେରିକା କିଛି ଆକ୍ରମଣ ପରେ ଏହାର କିପରି ପାଲଟା ଜବାବ ଦିଆଯାଇ ପାରିବ ସେନେଇ ଅଲିଙ୍କୁ ସବୁ ଦାୟିତ୍ୱ ଦେଇଛନ୍ତି ଖାମେନି । ଯୁଦ୍ଧ ହେଲେ କେଉଁଠି ସ୍ପେଶାଲ ଫୋର୍ସ ମୁତୟନ ହେବେ, ଟପ୍ ନେତାଙ୍କୁ କିପରି ସୁରକ୍ଷା ଦିଆଯିବ ସେକଥା ମଧ୍ୟ ଅଲୀ ବୁଝୁଛନ୍ତି ।
ଖାମେନି ଯେଉଁ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସେ ହେଲେ ସେନାର ଜଣେ ପ୍ରମୁଖ ଚେହେରା । ତାଙ୍କ ନାଁ ହେଉଛି ଅଲି ଲାରିଜାନୀ । ସେ ଏବେ ଇରାନ ସୁପ୍ରିମ୍ ନ୍ୟାଶନାଲ୍ ସିକ୍ୟୁରିଟି କାଉନସିଲର ସେକ୍ରେଟାରୀ ଅଛନ୍ତି । ଏହି କମିଟି ଦେଶର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ବ୍ୟବସ୍ଥା କଥା ବୁଝିଥାଏ । ଅଲି ପୂର୍ବରୁ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଥିଲେ । ଇରାନ ସରକାରରେ ମଧ୍ୟ ତାଙ୍କର ଦବଦବା ରହିଛି ।
ଅଲି ଇରାନ ସରକାରରେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ସେ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏହାସହ ସଂସଦରେ ସ୍ପିକର ଦାୟିତ୍ୱ ତୁଲାଇଥିଲେ । ୨୦୦୮ରୁ ୨୦୨୦ ମଧ୍ୟରେ ସେ ଏହି ପଦ ସମ୍ଭାଳିଥିଲେ । ୨୦୨୧ରେ ଇରାନ-ତାଇନାର ସମ୍ପର୍କକୁ ମଜବୁତ କରିବାରେ ଅଲିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଋଷିଆ, ଇରାକ, ଲେବାନନ ଆଦି ଦେଶ ସହ ଇରାନର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ପଛରେ ତାଙ୍କର ହାତ ରହିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର: ‘ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିନଥିଲେ…ମରିଯାଇଥାନ୍ତେ ୩.୫ କୋଟି ଲୋକ’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories