Videos
|
International

ଭାଇରାଲ ହେଉଛି ଅମିତାଭଙ୍କ ଷ୍ଟାଚ୍ୟୁ

Arpita Mohanty
Browse all articles by Arpita Mohanty
·2 years ago·2 min read
ଭାଇରାଲ ହେଉଛି ଅମିତାଭଙ୍କ ଷ୍ଟାଚ୍ୟୁ

ଅର୍ଗସ ବ୍ୟୁରୋ: ବଲିଉଡ୍‌ ସେଲିବ୍ରିଟିଙ୍କର ଫ୍ୟାନ୍ସ ସବୁବେଳେ ତାଙ୍କ ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ କିଛି ନା କିଛି କରିଥାଆନ୍ତି । କିଏ ଗିଫ୍ଟ ଦିଏ ତ କିଏ କାର୍ଡ ଆଉ କିଏ ତ ନିଜ ଦେହରେ ଟାଟୁ ବି କରିଦିଏ । ଷ୍ଟାର ବି ନିଜ ଫ୍ୟାନଙ୍କର ଏମିତି କାର୍ଯ୍ୟକଳାପ ଦେଖି ଭାବପ୍ରବଣ ହୋଇଯାଆନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫ୍ୟାନଙ୍କ ବିଷୟରେ କହିବୁ ଯିଏ ନିଜ ପ୍ରୀୟ ଅଭିନେତା ପାଇଁ ନିଜ ଘର ସାମନାରେ ଏକ ଷ୍ଟାଚ୍ୟୁ କରି ଏକ ଉଦାହରଣ ସାଜିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଜଣେ ବହୁତ ବଡ଼ ଫ୍ୟାନ ହେଉଛନ୍ତି ଗୋପୀ ସେଠ୍। ଆମେରିକାର ନ୍ୟୁ ଜର୍ସିର ଅଧିବାସୀ । କାରଣ ଘର ସାମ୍ନାରେ ବିଗ୍ ବି ଙ୍କର ଏକ ଷ୍ଟାଚ୍ୟୁ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଟୁରିଷ୍ଟଙ୍କ ପାଇଁ ତାଙ୍କ ଘର ଏବେ ପାଲଟିଯାଇଛି ପର୍ଯ୍ୟଟନସ୍ଥଳୀ । ୨୦୨୨ ଅଗଷ୍ଟରେ ଗୋପୀ ସେଠ୍‌ ଅମିତାଭଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଯାହାକି ୩୫ କିଲୋମିଟର ଦକ୍ଷିଣ ଏଡିସନ୍‌ ଅଂଚଳରେ ଏହା ଅବସ୍ଥିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାଣି ଆଶ୍ଚର୍ଯ୍ୟ ହେବେ କି, ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ସେହି ପ୍ରତିମୂର୍ତ୍ତି ଗୁଗୁଲ ମ୍ୟାପରେ ପର୍ଯ୍ୟଟନସ୍ଥଳୀ ଭାବରେ ସ୍ୱୀକୃତି ପାଇଛି । ଗୋପୀ ସେଠ୍‌ ଟ୍ଵିଟରରେ ଷ୍ଟାଚ୍ୟୁର ଏକ ଭିଡ଼ିଓ ପୋଷ୍ଟ କରିବା ସହ କ୍ୟାପସନ୍‌ ଦେଇଥିଲେ, ମୋର ଆଇଡଲ ମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ନ୍ୟୁ ଜର୍ସିରେ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ତାଙ୍କୁ ଭଲପାଉଥିବାର ଏହା ହେଉଛି ନିତ୍ସକ ଉଦାହରଣ ।

ଏହାସହ ସେ କହିଛନ୍ତି, ଯେବେଠାରୁ ଏହି ମୂର୍ତ୍ତିର ଉନ୍ମୋଚନ ହୋଇଛି ସେବେଠାରୁ ଏଠାରେ ଅମିତାଭଙ୍କ ଫ୍ୟାନ୍ସଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦୁନିଆର କୋଣ ଅନୁକୋଣରୁ ବଚ୍ଚନଙ୍କ ପ୍ରଶଂସକମାନେ ପ୍ରତିମୂର୍ତ୍ତି ଦେଖିବା ପାଇଁ ଆସୁଛନ୍ତି । ଗୋପୀ ସେଠ୍‌ଙ୍କ ବାସଭବନ ପର୍ଯ୍ୟଟକଙ୍କ ପାଇଁ ଏକ ଗେଷ୍ଟହାଉସ ପାଲଟିଯାଇଛି। ତାଙ୍କ ପ୍ରତିମୂର୍ତ୍ତି ଯୋଗୁଁ ଆମ ଘର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ତାଙ୍କ ପ୍ରଶଂସକଙ୍କୁ ସ୍ୱାଗତ କରି ଆମେ ବହୁତ ଗର୍ବ ଅନୁଭବ କରୁ। ତେବେ ଅମିତାଭଙ୍କ ଫ୍ୟାନ୍ସ ପ୍ରତିମୂର୍ତ୍ତି ଦେଖିବା ସହିତ ତାଙ୍କ ପାଖରେ କାର୍ଡ ଏବଂ ଚିଠି ରଖିଥାନ୍ତି।  ସୋସିଆଲ ମିଡ଼ିଆରେ ଅମିତାଭଙ୍କ ପ୍ରତିମୂର୍ତ୍ତି ଏବେ ଖୁବ୍ ଭାଇରାଲ ହେଉଛି। ତେବେ ଅମିତାଭଙ୍କ ପ୍ରତି ଗୋପୀ ସେଠଙ୍କ ଏହି ଭଲପାଇବାକୁ ସୋସିଆଲ ମିଡ଼ିଆ ୟୁଜରର୍ସ ଖୁବ୍ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Amitabh bachhan's statue is viral on social media | Argus News