America / ବେପରୁଆ ଭାବେ ଗାଡି ଚଲାଉଥିବା ଭାରତୀୟଙ୍କୁ ଆମେରିକାରେ ଗିରଫ

Key Points
ଅବୈଧ ଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟ ନାଗରିକଙ୍କୁ ଅନେକ ଗାଡିକୁ ଧକ୍କା କରିବା ଅଭିଯୋଗରେ ଗିରଫ କରାଯାଇଛି । ଏକ ଦୁର୍ଘଟଣାରେ ଗୋଟେ ୫ ବର୍ଷର ଛୁଆକୁ ଗମ୍ଭୀର ଆଘାତ ଲାଗିଥିଲା । ଯେଉଁଥିପାଇଁ ସେହି ଛୁଆର ଜୀବନର ମୋଡ ବଦଳିଯାଇଥିଲା ।
ଆମେରିକାରେ ଗିରଫ ହେଲେ ଭାରତୀୟ ନାଗରିକ । ଅବୈଧ ଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟ ନାଗରିକଙ୍କୁ ଅନେକ ଗାଡିକୁ ଧକ୍କା କରିବା ଅଭିଯୋଗରେ ଗିରଫ କରାଯାଇଛି । ଏକ ଦୁର୍ଘଟଣାରେ ଗୋଟେ ୫ ବର୍ଷର ଛୁଆକୁ ଗମ୍ଭୀର ଆଘାତ ଲାଗିଥିଲା । ଯେଉଁଥିପାଇଁ ସେହି ଛୁଆର ଜୀବନର ମୋଡ ବଦଳିଯାଇଥିଲା । ଏପରି ଅନେକ ଅଭିଯୋଗକୁ ନେଇ ତାଙ୍କୁ ଗିରଫ କରାଯାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଭାରତର ପ୍ରତା ସିଂ । ଗତ ମାସରେ ଆଇସିଇ(ICE)ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଆଇସିଇ(ICE)ର ମତ ଅନୁଯାୟୀ , ଜୁନ ୨୦୨୪ରେ ପ୍ରତାପ ସିଂ କାଲିଫର୍ଣ୍ଣିଆର ଏକ ବାଣିଜ୍ୟିକ ୧୮ ଚକ ବିଶିଷ୍ଟ ଟ୍ରକ କିଣି ଚଲାଇବା ପରେ ଅନେକ ଗାଡି ସହ ଧକ୍କା କରିଛନ୍ତି ।
ଗୃହ ସୁରକ୍ଷା ବିଭାଗର ବୟାନ ଅନୁଯାୟୀ, ଅକ୍ଟୋବର ୨୦୨୨ରେ ଆମେରିକାର ଦକ୍ଷୀଣ ସୀମା ଦେଇ ଅବୈଧ ଭାବେ ଭାରତରୁ ଆମେରିକାକୁ ପ୍ରବେଶ କରିଥିଲେ ପ୍ରତାପ ସିଂ । ଆଉ ଏହାପରେ ଟ୍ରକ କିଣି ଅନେକ ଗାଡି ସହ ଧକ୍କା କରିଥିଲେ । କାଲିଫର୍ଣ୍ଣିଆ ରାଜମାର୍ଗ ପୋଲିସ ଏହି ଦୁର୍ଘଟଣା ରିପୋର୍ଟକୁ ନେଇ କହିଛନ୍ତି, ପ୍ରତାପ ସିଂ ଅନେକ ସମୟରେ ଅସୁରକ୍ଷିତ ଭାବେ ଗାଡି ଚଲାଏ, ଏମିତି ଟ୍ରାଫିକ ସିଗନାଲକୁ ମଧ୍ୟ ମାନିନଥାଏ ।
ଅଧିକ ପଢନ୍ତୁ : ପତ୍ନୀ ଓ ପୁଅ ଆଗରେ ସ୍ଵାମୀର ଦେହରୁ ମୁଣ୍ଡକୁ ଅଲଗା କରିଦେଲେ
ତେବେ ଏହି ଦୁର୍ଘଟଣାରେ ଏକ ୫ ବର୍ଷୀୟ ଛୁଆ ଡଲିଲାହ କୋଲମେନ ଗଭୀର ଆହତ ହୋଇଥିଲା । ଯେଉଁଥିରେ ସେ ନା ଚାଲି ପାରୁଥିଲା, ନା କଥା କହି ପାରୁଥିଲା , ନା ଖାଇ ପାରୁଥିଲା । ପାଖାପାଖି ୩ ସପ୍ତାହ ସେ କୋମାରେ ଥିଲା । ଆଉ ୬ ମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଏହାପରେ ତାର ମୁଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା । ଅନେକ ଚିକିତ୍ସା ପରେ ମଧ୍ୟ ସେ ଚାଲିବା , ବୁଲିବା କଥା କହିବାରେ ଅକ୍ଷମ ଅଟେ । ମସ୍କିକର ବିକାଶ ମଧ୍ୟ ଖୁବ ଧୀର ହେଉଥିବା ତାର ବାପା କହିଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ : ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ, ଅଜିତ ଡୋଭାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଲା ପନ୍ନୁ
ତେବେ ଡିଏଚସି(DHC)ସଚିବ କ୍ରିଷ୍ଟି ନୋଏମ କହିଛନ୍ତି, କାର୍ଲିଫର୍ଣ୍ଣିଆର ଯାନବାହାନ ବିଭାଗ ଏପରି ଅବୈଧ ବ୍ୟକ୍ତିଙ୍କୁ ଯାନବାହାନ ଚଲାଇବାର ଲାଇସେନ୍ସ ଦେବା ଆହୁରି ଏକ ଭୁଲ ଅଟେ। କାରଣ ଏପରି ଅବୈଧ ଭାବରେ ଗାଡି ଚଲେଇବାରେ ଅନେକ ନୀରିହ ଲୋକଙ୍କର ଜୀବନ ଚାଲିଯାଉଛି ।
ଏହା ପୂର୍ବରୁ ଆଉ ଏକ ଭାରତୀୟ ହାଜିଦର ସିଂ ବେପରୁଆ ଭାବେ ଗାଡି ଚଲାଇ ଗିରଫ ହୋଇଥିଲେ ।
Related Topics
Explore more stories