Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War Impact / ଜଳୁଛି ମଧ୍ୟପ୍ରାଚ୍ୟ: କଟିଯିବ ଇଣ୍ଟରନେଟ୍‌, ଭାରତରେ ବି ପଡ଼ିପାରେ ପ୍ରଭାବ...

Banajyotshna Ray
Browse all articles by Banajyotshna Ray
·3 months ago·3 min read
ଜଳୁଛି ମଧ୍ୟପ୍ରାଚ୍ୟ: କଟିଯିବ ଇଣ୍ଟରନେଟ୍‌, ଭାରତରେ ବି ପଡ଼ିପାରେ ପ୍ରଭାବ...
Fears Of Internet

Key Points

ଯୁଦ୍ଧ ମଧ୍ୟରେ ଘନେଇଲା ଆଉ ଏକ ସଙ୍କଟ
କଟିଯିବ ଇଣ୍ଟରନେଟ୍‌ !
ପ୍ରଭାବିତ ହୋଇପାରେ ଭାରତ
ଜଳୁଛି ମଧ୍ୟପ୍ରାଚ୍ୟ। ସାମ୍ନାକୁ ଆସିଲା ବଡ଼ ଖବର। ଯୁଦ୍ଧ ମଧ୍ୟରେ ଆଉ ଏକ ବିପଦ ମାଡ଼ିଆସିଲାଣି। ଆଉ ଯାହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିପାରେ। ମଧ୍ୟପ୍ରାଚ୍ୟରେ ଜାରି ଭୟଙ୍କର ସଂଘର୍ଷକୁ ମାସେ ପୂରିଲାଣି। ହେଲେ ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ଘନେଇବାରେ ଲାଗିଛି। ସେପଟେ ଯୁଦ୍ଧ ଯୋଗୁ ଦୁନିଆରେ ଦେଖାଦେଇଛି ଶକ୍ତି ସଙ୍କଟ ।ଏହା ବ୍ୟତୀତ ଭାରତର ଇଣ୍ଟରନେଟ୍ ଟ୍ରାଫିକ୍ ଅସମାନ ଭାବରେ ବିଭକ୍ତ ହୋଇଛି। ପ୍ରାୟ ଦୁଇ-ତୃତୀୟାଂଶ ମୁମ୍ବାଇରୁ ଏବଂ ବଳକା ଟ୍ରାଫିକ ଚେନ୍ନାଇ ଦେଇ ପଠାଯାଇଛି। ଫଳରେ ଏହା ଦେଶ ପାଇଁ ସମସ୍ୟା ହୋଇପାରେ। ଯଦି ମୁମ୍ବାଇ ଏବଂ ଚେନ୍ନାଇରେ, ପ୍ରାକୃତିକ କାରଣ କିମ୍ବା କୌଣସି ଯାନ୍ତ୍ରିକ ବିଫଳତା କାରଣରୁ ତ୍ରୁଟି ଦେଖାଯାଏ, ତେବେ ଏହା ଦେଶର ବଡ଼ ଆକାରରେ ଇଣ୍ଟରନେଟ୍ ସେବା ପ୍ରଭାବିତ ହେବ।

ଏହା ପୂର୍ବରୁ ଶେଷ ଥର ପାଇଁ ୨୦୨୫ ସେପ୍ଟେମ୍ବରରେ ଲୋହିତ ସାଗରରେ ଇଣ୍ଟରନେଟ୍ କେବୁଲ କଟ୍‌କୁ ନେଇ ଅସୁବିଧା ସୃଷ୍ଟି ହୋଇଥିଲା। ଅବଶ୍ୟ କୁହାଯାଇଥିଲା ଯେ, ଏକ ବାଣିଜ୍ୟିକ ଜାହାଜର ଆଙ୍କର ଯୋଗୁ ଏହା ଛିଡ଼ି ଯାଇଥିଲା। ଫଳରେ ଇଣ୍ଟରନେଟରେ ସମସ୍ୟା ଉପୁଜିଥିଲା। ଏହି ସମସ୍ୟା ଯୋଗୁ ଅନେକ ଅନେକ ଦେଶରେ ଇଣ୍ଟରନେଟରେ ବାଧା ଉପୁଜିଥିଲା। ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଏସିଆରେ ଏହି ସମସ୍ୟା ଅଧିକ ଗୁରୁତର ହୋଇଥିଲା । ବିଶ୍ୱର ପ୍ରାୟ ୯୫ ପ୍ରତିଶତ ଅନ୍ତର୍ଜାତୀୟ ତଥ୍ୟ, ସମୁଦ୍ର ତଳେ ଯାଇଥିବା ଏହି କେବୁଲ ମାଧ୍ୟମରେ ହେଉଉଛି। ଏଥିମଧ୍ୟରୁ, ଭାରତରେ ବର୍ତ୍ତମାନ ମୁମ୍ବାଇ, ଚେନ୍ନାଇ, କୋଚିନ୍, ତୁତିକୋରିନ୍ ଏବଂ ତ୍ରିଭେନ୍ଦ୍ରମର ୧୪ଟି ଲ୍ୟାଣ୍ଡିଂ ଷ୍ଟେସନରେ ୧୭ଟି କେବୁଲ ରହିଛି। ପଶ୍ଚିମ ଏସିଆରେ ସଂଘର୍ଷ, ଲୋହିତ ସାଗର ଏବଂ ହରମୁଜ୍ ପ୍ରଣାଳୀ ବିପଦପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଭାରତ ଇଣ୍ଟରନେଟ ଟ୍ରାଫିକ ଏବଂ ଏହାର ପରିଚାଳନା ଉପରେ ବିପଦ ରହିଥାଏ।

ଭାରତରେ ଏଲପିଜିକୁ ନେଇ ଚିନ୍ତାରେ ସାଧାରଣ ଲୋକେ। ଏତିକି ବେଳେ ପୁଣି ଏକ ଆଶଙ୍କା ବଢ଼ାଇଛି ଚିନ୍ତା । ଏହି ଚିନ୍ତା ଲୋହିତ ସାଗର ଦେଇ ଯାଇଥିବା ଇଣ୍ଟରନେଟ କେବୁଲ ପାଇଁ। କାରଣ ଯୁଦ୍ଧ ଯୋଗୁ ସମୁଦ୍ର ତଳେ ଯାଇଥିବା ଏହି ଇଣ୍ଟରନେଟ ଫାଇବର କେବୁଲକୁ କାଟି ବଡ଼ ବ୍ୟାଘାତ ସୃଷ୍ଟି କରିପାରେ ଇରାନ। ଏମିତି ହେଲେ ଅନେକ ଦେଶରେ ଇଣ୍ଟରନେଟ ସେବା ଗୁରୁତର ଭାବେ ପ୍ରଭାବିତ ହୋଇପାରନ୍ତି। ଅବଶ୍ୟ ଇରାନ ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହିଁ। ହେଲେ ଅନେକ 'ଏକ୍ସ' ଆକାଉଣ୍ଟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧ ଯୋଗୁ ଇଣ୍ଟରନେଟ୍ ସେବା ବ୍ୟାଘାତ ହେବା ନେଇ ଚେତାବନୀ ଦିଆଯାଇଛି। କାରଣ ନିକଟରେ ଯୁଦ୍ଧରେ ଏଣ୍ଟ୍ରି କରିଛି ହୁତି। ଇରାନ ସମର୍ଥିତ ଏହି ଗୋଷ୍ଠୀ ଲୋହିତ ସାଗରରେ ଯାଇଥିବା ଇଣ୍ଟରନେଟ୍ କେବୁଲକୁ ନଷ୍ଟ କରିବାକୁ ଅନେକ ଥର ଧମକ ମଧ୍ୟ ଦେଇସାରିଲାଣି। ତେଣୁ ଭବିଷ୍ୟତରେ ଇଣ୍ଟରନେଟ ଯେ, ବ୍ୟାଘାତ ନହେବ ଏହି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ଏଥିସହ ପଢ଼ନ୍ତୁ: ମହଙ୍ଗା ହେବ ମୋବାଇଲ୍‌ ଇଣ୍ଟରନେଟ୍‌, ଡାଟା ବ୍ୟବହାର ଉପରେ ଲାଗିପାରେ ନୂଆ ଟ୍ୟାକ୍ସ !

ICPCର ଜନ ରୋଟ୍ସଲୀ ଗତ ବର୍ଷ କହିଥିଲେ ଯେ, ପ୍ରାୟ ୩୦% ବାର୍ଷିକ କେବୁଲ ଦୁର୍ଘଟଣା ଜାହାଜ ଯୋଗୁ ହେଉଛି। ଏହାଯୋଗୁ ବର୍ଷକୁ ଇଣ୍ଟରନେଟ ସେବାରେ ପ୍ରାୟ ୬୦ ଥରରେ ତ୍ରୁଟି ଘଟୁଛି। ଏମିତିରେ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ପୁଣି ଜାଣିଶୁଣି ବାଧା ସୃଷ୍ଟି କରିବା ବିଶ୍ବ ପାଇଁ ଏକ ମୁଖ୍ୟ ଚିନ୍ତାର ବିଷୟ। ଲାଲ ସାଗରରେ ଥିବା କେବୁଲଗୁଡ଼ିକ ଆର୍ଥିକ କାରବାର, କ୍ଲାଉଡ ସେବା, ଭିଡିଓ କଲ୍, ଇମେଲ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ନେଟଓ୍ବାର୍କ ପାଇଁ କାର୍ଯ୍ୟଭାର ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସେବା ସଂପାଦନ ହୋଇଥାଏ। ହେଲେ ଯଦି ଏଥିରେ ବ୍ୟାଘାତ ସୃଷ୍ଟି ହୁଏ, ତେବେ ଏସବୁ ସେବା ଗୁରୁତର ଭାବେ ପ୍ରଭାବିତ ହେବ।

ସେପ୍ଟେମ୍ବର ୨୦୨୫ ଘଟଣାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଥିଲା। ଯଦିଓ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ ହୋଇନଥିଲା, ତଥାପି ସାରା ଭାରତରେ ପ୍ରମୁଖ ନେଟୱର୍କଗୁଡ଼ିକରେ ବିଭ୍ରାଟ ଏବଂ ଲାଟେନ୍ସୀ (ମନ୍ଥର ସ୍ପିଡ)ର ସମ୍ମୁଖୀନ ହୋଇଥିଲା।

ଲୋହିତ ସାଗର ଏବଂ ଇଣ୍ଟରନେଟ୍ ଯୋଗାଣ:

ଇଣ୍ଟରନାସନାଲ କେବୁଲ ପ୍ରୋଟେକ୍ସନ କମିଟି ବା ICPC ଅନୁସାରେ, ୨୦୨୫ ସେପ୍ଟେମ୍ବରରେ ଘଟିଥିବା ଘଟଣା ଯୋଗୁ ୪ ଗୁରୁତ୍ବପୂର୍ଣ୍ଣ କେବୁଲ କନେକ୍ସନ ଉପରେ ପ୍ରଭାବ ପଡ଼ିଥିଲା। ସେଗୁଡ଼ିକ ହେଲା-
ଦକ୍ଷିଣ ପୂର୍ବ ଏସିଆ ମଧ୍ୟ ପ୍ରାଚ୍ୟ- ପଶ୍ଚିମ ୟୁରୋପ ୪
ଭାରତ ମଧ୍ୟ ପ୍ରାଚ୍ୟ- ପଶ୍ଚିମ ୟୁରୋପ କେବୁଲ
ଫାଲକନ ଜିସିଏକ୍ସ
ୟୁରୋପ ଇଣ୍ଡିଆ ଗେଟଓ୍ବେ

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fears Of Internet | Fears of internet cuts rise amid US-Iran war: Red Sea cables and the India connect | Argus News | Argus News