Mobile Internet Tax / ମହଙ୍ଗା ହେବ ମୋବାଇଲ୍ ଇଣ୍ଟରନେଟ୍, ଡାଟା ବ୍ୟବହାର ଉପରେ ଲାଗିପାରେ ନୂଆ ଟ୍ୟାକ୍ସ !
·2 weeks ago·2 min read

Key Points
ମୋବାଇଲ ରିଚାର୍ଜ ପରେ ଆସୁଛି ନୂଆ ଟ୍ୟାକ୍ସ ?
DoT କରୁଛି ଷ୍ଟଡି
ପ୍ରତି GB ଡାଟାରେ ୧ ଟଙ୍କା ଟ୍ୟାକ୍ସ !
DoT କରୁଛି ଷ୍ଟଡି
ପ୍ରତି GB ଡାଟାରେ ୧ ଟଙ୍କା ଟ୍ୟାକ୍ସ !
ଭାରତ ସେହି ସମସ୍ତ ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ମୋବାଇଲ ଡାଟା ବହୁତ ଶସ୍ତା । ଶସ୍ତା ଇଣ୍ଟରନେଟ୍ ପାଇଁ ଦେଶରେ ଡାଟା ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷ କରି ଭିଡିଓ ଷ୍ଟ୍ରିମିଂ, ସୋସିଆଲ ମିଡିଆ, ଅନଲାଇନ ଗେମିଂ ଓ ରିଲ୍ସ ଦେଖିବା ଯୋଗୁଁ ଡାଟା ବ୍ୟବହାର ବଢ଼ିଛି । କିନ୍ତୁ ଆଗକୁ ଆହୁରି ମହଙ୍ଗା ହୋଇପାରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର । ଭାରତରେ ଆଗାମୀ ସମୟରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ । କେନ୍ଦ୍ର ସରକାର ମୋବାଇଲ ଡାଟା ବ୍ୟବହାର ଉପରେ ନୂଆ ଟ୍ୟାକ୍ସ ଲଗାଇବାର ବିକଳ୍ପ ଉପରେ ଚିନ୍ତା କରୁଛନ୍ତି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବିଷୟରେ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ୍ (DoT)କୁ ଏକ ଅଧ୍ୟୟନ କରିବାକୁ କୁହାଯାଇଛି ।ମୋବାଇଲ ଡାଟା ବ୍ୟବହାର ଉପରେ ଟ୍ୟାକ୍ସ ଲଗାଇବା ସମ୍ଭବ କି ନୁହେଁ ଏବଂ ଯଦି ଲଗାଯାଏ, ତାହାର ମଡେଲ୍ କେମିତି ହେବ ତାହା ଏହି ଷ୍ଟଡିରେ ନିର୍ଣ୍ଣୟ କରାଯିବ ।
ରିପୋର୍ଟ ଅନୁସାରେ, ଟେଲିକମ୍ ସେକ୍ଟର ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏହି ବିଷୟ ଉଠିଥିଲା । ତା'ପରେ DoT କୁ ଏହା ଷ୍ଟଡି କରିବାକୁ କୁହାଯାଇଛି ଯେ ମୋବାଇଲ ଡାଟା ବ୍ୟବହାର ଉପରେ ଟ୍ୟାକ୍ସ ଲଗାଯାଇପାରିବ କି ନାହିଁ ।
ଖବର ଅନୁଯାୟୀ, ସରକାର ଯେଉଁ ବିକଳ୍ପକୁ ଦେଖୁଛନ୍ତି ସେଥିରେ ପ୍ରତି GB ଡାଟା ଉପରେ ୧ ଟଙ୍କା ଟ୍ୟାକ୍ସ ଲଗାଇବା ପ୍ରସ୍ତାବ ରହିଛି । ଯଦି ଏହା ଲାଗୁ କରାଯାଏ ତେବେ ଯେତେବେଳେ କୌଣସି ୟୁଜର୍ ମୋବାଇଲ ଡାଟା ବ୍ୟବହାର କରିବେ ସେଥିରେ ଏହି ଅତିରିକ୍ତ ଚାର୍ଜ ମିଶିବ ।
ଏହା ସହିତ ଯଦି ପ୍ରତି GB ଡାଟା ଉପରେ ୧ ଟଙ୍କା ଟ୍ୟାକ୍ସ ଲାଗୁ ହୁଏ, ତେବେ ସରକାର ପ୍ରତିବର୍ଷ ପ୍ରାୟ ୨୨,୯୦୦ କୋଟି ଟଙ୍କା ରେଭେନ୍ୟୁ ଆଦାୟ କରିପାରିବ ବୋଲି ଅନୁମାନ କରାଯାଉଛି । ହେଲେ ଏହା ଏଯାବତ୍ କେବଳ ଏକ ପ୍ରସ୍ତାବ ଭାବେ ରହିଛି ଓ ଏହା ଉପରେ ଏଯାଏଁ କୌଣସି ଅନ୍ତିମ ସିଦ୍ଧାନ୍ତ ନିଆଯାଇନାହିଁ ।
ଏହା ସହିତ ଏକ ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ମଧ୍ୟ ମୋବାଇଲ ରିଚାର୍ଜ ଓ ପୋଷ୍ଟପେଡ୍ ବିଲ୍ ଉପରେ ୧୮% GST ଲାଗୁ ହେଉଛି । ଅର୍ଥାତ୍ ୟୁଜର୍ମାନେ ପୂର୍ବରୁ ମଧ୍ୟ ଟେଲିକମ୍ ସର୍ଭିସ୍ ଉପରେ ଟ୍ୟାକ୍ସ ଦେଉଛନ୍ତି । ଯଦି ଭବିଷ୍ୟତରେ ଡାଟା ବ୍ୟବହାର ଉପରେ ଅଲଗା ଟ୍ୟାକ୍ସ ଲଗାଯାଏ, ତେବେ ଏହା ବର୍ତ୍ତମାନର ଟ୍ୟାକ୍ସ ସହ ଆଉ ଏକ ଅତିରିକ୍ତ ଚାର୍ଜ ହେବ ।
ଏଥିସହ ପଢ଼ନ୍ତୁ: ଘରେ ବୁଲୁଥିବା ଅସରପା, ହୋଇପାରେ ଗୁପ୍ତଚର! ଆସିଲା ନୂଆ ଟେକ୍ନୋଲୋଜି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories