ଟିମ୍ କୁକ୍ ଏତେ ଭୟଭୀତ କାହିଁକି...? ଟ୍ରମ୍ପଙ୍କ ସହ ଡିନର୍ ବେଳେ ୨ ମିନିଟରେ ୮ ଥର କହିଲେ 'Thank You'

Key Points
ଟ୍ରମ୍ପଙ୍କ ସହ ଡିନର କଲେ ଟିମ୍ କୁକ୍ । ମାତ୍ର ୨ ମିନିଟରେ ୮ ଥର କହିଲେ Thank you । ଟ୍ରମ୍ପଙ୍କୁ ଏତେ ଭୟ କାହିଁକି କରୁଛନ୍ତି କୁକ୍ ।
ହ୍ୱାଇଟ୍ ହାଉସରେ ଆୟୋଜିତ ଟେକ୍ ଜାଏଣ୍ଟଙ୍କ ରାତ୍ରୀଭୋଜନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଲ୍ ସିଇଓ ଟିମ୍ କୁକ୍ ଭୟଭୀତ ହୋଇ ବାରମ୍ବାର "ଧନ୍ୟବାଦ" କହୁଥିବାର ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ରାତ୍ରୀଭୋଜନକୁ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟ କ୍ଷେତ୍ରର ମହାନ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିଥିଲେ।
ରାତ୍ରୀଭୋଜନ ସମୟରେ ଟ୍ରମ୍ପ୍ ଆପଲ୍ରେ କୁକ୍ଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଛୋଟ କମ୍ପାନୀ ଆପଲ୍ ପାଇଁ ଏକ ଚମତ୍କାର କାମ କରିଛନ୍ତି । ଏହାର ଉତ୍ତରରେ କୁକ୍ ଉତ୍ତର ଦେଇଥିଲେ, "ଧନ୍ୟବାଦ, ରାଷ୍ଟ୍ରପତି।" ଏହି ରାତ୍ରୀଭୋଜନରେ ଟିମ୍ କୁକ୍ଙ୍କ ସହିତ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏବଂ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଉପସ୍ଥିତ ଥିଲେ।
Before the Sep 9 #AppleEvent, Tim Cook showcasing his political skills! 👏 #TimCook #DonaldTrump
pic.twitter.com/Qj2jMQbFqC
📱 Get Argus News App
✨
ଭିଡିଓରେ ଦେଖାଯାଇଥିଲା ଯେ ଦୁଇ ମିନିଟରୁ କମ୍ ସମୟ ମଧ୍ୟରେ କୁକ୍ ଅତି କମରେ ଆଠ ଥର ଧନ୍ୟବାଦ କହିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିବା ପରେ ଭିଡିଓକୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ରାତ୍ରୀଭୋଜନକୁ ନିମନ୍ତ୍ରଣ କରିବା ପାଇଁ କୁକ୍ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ, ରାଷ୍ଟ୍ରପତି ଏବଂ ପ୍ରଥମ ମହିଳାଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେମାନଙ୍କ ସମର୍ଥନ ଯୋଗୁଁ ଆପଲ୍ ଆମେରିକାରେ ବଡ଼ ନିବେଶ କରିବାକୁ ସକ୍ଷମ ହୋଇଛି। ସେ ଶିକ୍ଷା ଉପରେ ପ୍ରଥମ ମହିଳାଙ୍କ ଧ୍ୟାନକୁ ମଧ୍ୟ ପ୍ରଶଂସା କରିଥିଲେ ।
ରାତ୍ରୀଭୋଜନ ସମୟରେ ଟ୍ରମ୍ପ ସିଧାସଳଖ କୁକଙ୍କୁ ପଚାରିଥିଲେ ଯେ ଆପଲ୍ ଆମେରିକାରେ କେତେ ନିବେଶ କରିବାକୁ ଯାଉଛି । କୁକ୍ ଉତ୍ତର ଦେଇଥିଲେ "୬୦୦ ବିଲିୟନ ଡଲାର", ଯାହାର ଉତ୍ତରରେ ଟ୍ରମ୍ପ ତାଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ କୁକ୍ ପୁଣି ଥରେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କଥାବାର୍ତ୍ତାର ଭିଡିଓ ଇଣ୍ଟରନେଟରେ ମଜାଦାର ଢଙ୍ଗରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ଭିଡିୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।